ETV Bharat / bharat

Chandrayaan-3 landing: ଲ୍ୟାଣ୍ଡରରୁ ବାହାରିଲା ରୋଭର ‘ପ୍ରଜ୍ଞାନ’

author img

By ETV Bharat Odisha Team

Published : Aug 23, 2023, 11:00 PM IST

ଲ୍ଯାଣ୍ଡିଂର କିଛି ଘଣ୍ଟା ମଧ୍ୟରେ ସଫଳତାର ସହ ଲ୍ୟାଣ୍ଡରରୁ ବାହାରିଲା ଲ୍ୟାଣ୍ଡରରୁ ରୋଭର ‘ପ୍ରଜ୍ଞାନ’ । 14 ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ କରିବ ବିଚରଣ । ଅଧିକ ପଢ଼ନ୍ତୁ

Chandrayaan-3 landing: ଲ୍ୟାଣ୍ଡରରୁ ବାହାରିଲା ରୋଭର ‘ପ୍ରଜ୍ଞାନ’
Chandrayaan-3 landing: ଲ୍ୟାଣ୍ଡରରୁ ବାହାରିଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଚନ୍ଦ୍ରଯାନ 3ର ଲ୍ୟାଣ୍ଡର ‘ବିକ୍ରମ’ ଲ୍ଯାଣ୍ଡିଂ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା କରିବାର କିଛି ଘଣ୍ଟା ମଧ୍ୟରେ ସଫଳତାର ସହ ଲ୍ୟାଣ୍ଡରରୁ ବାହାରକୁ ବାହାରିଲା ଲ୍ୟାଣ୍ଡରରୁ ରୋଭର ‘ପ୍ରଜ୍ଞାନ’ । ନିର୍ଦ୍ଧାରିତ ସମୟରେ ରୋଭର ପ୍ରଜ୍ଞାନକୁ ଲ୍ୟାଣ୍ଡରରୁ ପୃଥକ କରଯାଇଛି । 14 ଦିନ ପର୍ଯ୍ୟନ୍ତ ଏହି ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । ଚନ୍ଦ୍ରର ଭୌଗଳିକ ସ୍ଥିତି, ମୂର୍ତ୍ତିକା ଓ ପାଣି ସମ୍ପର୍କରେ ଅନୁଧ୍ଯାନ କରି ଇସ୍ରୋକୁ ତଥ୍ୟ ପ୍ରଦାନ କରିବ । ଏହାର ଜୀବନ ଅବଧି ହେଉଛି 14 ଦିନ ଅର୍ଥାତ ଚନ୍ଦ୍ରପୃଷ୍ଠରେ ଏହା ମାତ୍ର ଗୋଟିଏ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

ମହାକାଶ ବଗେଷଣା କ୍ଷେତ୍ରରେ ଇତିହାସ ସୃଷ୍ଟି କଲା ଭାରତ । ସଫଳ ହେଲା ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-3 । ଦୀର୍ଘ 50 ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ଲ୍ୟାଣ୍ଡିଂ କଲା ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-3 ଲ୍ଯାଣ୍ଡର ‘ବିକ୍ରମ’। 5.45 ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ରଫ ବ୍ରେକିଂ ପ୍ରକ୍ରିୟା । ପୂର୍ବ ନିର୍ଦ୍ଧାରିତ ସମୟ ଭାରତୀୟ ସମୟ ସଂଧ୍ୟା 6 ଟା 4 ମିନିଟରେ ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏହି ସମସ୍ତ ପ୍ରକ୍ରିୟା ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ ମିଶନ କଣ୍ଟ୍ରୋଲରୁ ନିୟନ୍ତ୍ରିତ କରାଯାଇଥିଲା । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର 4ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି ।

ଏହା ମଧ୍ୟ ପଢନ୍ତୁ:-Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର

ଜୁଲାଇ 14 ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-3 ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପିତ କରାଯାଇଥିଲା । ଇସ୍ରୋର ନିର୍ମିତ ବିଶାଳ ରକେଟ LVM3 M4 ରେ ଏହାକୁ ଉତକ୍ଷେପଣ କରାଯାଇଥିଲା । ଏହା ପ୍ରଥମେ ପୃଥିବୀ କକ୍ଷପଥରେ ଏକାଧିକ ଥର ପରିକ୍ରମା ଶେଷ କରିବା ପରେ ଲୁନାର ଅରବିଟର ବା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା । ଚନ୍ଦ୍ର କକ୍ଷପଥରେ ପରିକ୍ରମା କରିବା ପରେ ଏହା ପ୍ରପଲସନ ମଡ୍ୟୁଲଠାରୁ ଲ୍ୟାଣ୍ଡର ବିକ୍ରମ ପୃଥକ ହୋଇଥିଲା । ପ୍ରପଲସନ ମଡ୍ୟୁଲ ଏବେ ମଧ୍ୟ ଚନ୍ଦ୍ର କକ୍ଷପଥରେ ପରିକ୍ରମା ଜାରି ରଖିଥିବା ବେଳେ ଦୁଇଟି ପର୍ଯ୍ୟାୟରେ ଡିବୁଷ୍ଟିଂ କରାଯାଇ ଲ୍ୟଣ୍ଡର ମଡ୍ୟୁଲକୁ ଚନ୍ଦ୍ରପୃଷ୍ଠର ଅତି ନିକଟତର କରାଯାଇଥିଲା । ଏହା ପରେ ମାତ୍ର 25 କିମି ଉଚ୍ଚତାରୁ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହାକି ସଫଳ ହୋଇଛି । ସଫଳତାର ସହ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.