ETV Bharat / bharat

Chandigarh University MMS Case: 6 ଦିନ ପାଇଁ କ୍ଲାସ ବନ୍ଦ, ୨ ୱାର୍ଡେନ ନିଲମ୍ବିତ - Chandigarh University MMS Case

ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଏକାଧିକ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାରେ 2 ୱାର୍ଡେନ ନିଲମ୍ବିତ । ଅଧିକ ପଢନ୍ତୁ

Chandigarh university video leaked case
ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ
author img

By

Published : Sep 19, 2022, 1:20 PM IST

ଚଣ୍ଡିଗଡ: ପଞ୍ଜାବ ଅମୃତସରରେ ଥିବା ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଏକାଧିକ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ମାମଲାର ଏସଆଇଟି ତଦନ୍ତ କରିବ । ଘଟଣାକୁ ନେଇ ଗତକାଲି (ରବିବାର) ସିମଲାରୁ ସମ୍ପୃକ୍ତ ଯୁବତୀଙ୍କ ପୁରଷ ବନ୍ଧୁଙ୍କୁ ଗିରଫ କରାଯାଇଥିଲା । ତେବେ ଆଜିଠୁ ଶନିବାର ଅର୍ଥାତ 24 ତାରିଖ ଯାଏ 6 ଦିନ ପାଇଁ ବିଶ୍ବ ବିଦ୍ୟାଳୟର ସମସ୍ତ କ୍ଲାସକୁ ବାତିଲ କରାଯାଇଛି । ଛାତ୍ରୀମାନେ ସେମାନଙ୍କ ଘରକୁ ଯାଉଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ହଷ୍ଟେଲର ୨ ଜଣ ୱାର୍ଡେନଙ୍କୁ ନିଲମ୍ବନ କରାଯାଇଛି ।

ଭିଡିଓ ଲିକ ଘଟଣାକୁ ନେଇ ବିଦ୍ୟାର୍ଥୀ ମାନେ ଆନ୍ଦୋଳନ କରିଥିଲେ । ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ଦାବି ପୂରଣ କିରବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲା । ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨ ଜଣ ୱାର୍ଡେନଙ୍କ ଅବହେଳା ପାଇଁ ତାଙ୍କୁ ନିଲମ୍ବନ ହୋଇଛନ୍ତି । ହଷ୍ଟେଲର ସମସ୍ତ ୱାର୍ଡେନଙ୍କୁ ବଦଳି କରିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ନିୟମିତ ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 24 ତାରିଖ ଯାଏ 6 ଦିନ ପାଇଁ କଲେଜର ସମସ୍ତ କ୍ଲାସ ବନ୍ଦ ରଖାଯାଇଛି ।

ଏହା ବି ପଢନ୍ତୁ...Chandigarh university case: ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ୨ ଗିରଫ

ସୂଚନାଅନୁସାରେ ହଷ୍ଟେଲର କିଛି ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିଲା । ପ୍ରାୟ 60ରୁ ଅଧିକ ଛାତ୍ରୀଙ୍କ ଭିଡିଓ ଲିକ ହୋଇଥିବା ରିପୋର୍ଟରୁ ଜଣାପଡିଥିଲା । ପୋଲିସ ଜଣେ ଛାତ୍ରୀଙ୍କୁ ଗିରଫ କରିଥିବାବେଳେ ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଗିରଫ କରିଛି । ଘଟଣାରେ ଏକ ମାମଲା ରୁଜୁ ହୋଇଛି । ଘଟଣାର ସଫେଇ ଦେଇ କଲେଜ କର୍ତ୍ତୃପକ୍ଷ କହିଥିଲେ ହଷ୍ଟେଲ ଛାତ୍ରୀଙ୍କ ଭିଡିଓ ଲିକ ହୋଇନାହିଁ । ଜଣେ ଛାତ୍ରୀ ତାଙ୍କ ବ୍ୟକ୍ତିଗତ ଭିଡିଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଠାଇଥିଲେ । ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.