ETV Bharat / bharat

Mann ki Baat: ଶହୀଦ ଭବଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ବିମାନ ବନ୍ଦର

author img

By

Published : Sep 25, 2022, 12:39 PM IST

ସ୍ବତନ୍ତ୍ରତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ବିମାନ ବନ୍ଦର (Chandigarh Airport To Be Renamed)। ମନ କି ବାତ କାର୍ଯ୍ୟକ୍ରମରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି । ପାରା-ସ୍ପୋର୍ଟରେ ଉନ୍ନତ ପ୍ରଦର୍ଶନ ପାଇଁ କ୍ରୀଡାବିତଙ୍କୁ ଦେଲେ ଧନ୍ୟବାଦ । ପରିବେଶ ସୁରକ୍ଷା ଓ ସାଙ୍କେତିକ ଭାଷାର ମଧ୍ୟ ବୁଝାଇଲେ ଗୁରତ୍ବ । ଅଧିକ ପଢନ୍ତୁ

ଶହୀଦ ଭବଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ବିମାନ ବନ୍ଦର, ମନ କି ବାତରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ସ୍ବାଧୀନତା ସଂଗ୍ରାମର ମହାନ କ୍ରାନ୍ତିବୀର ଶହୀଦ ଭଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ବିମାନ ବନ୍ଦର (Chandigarh Airport To Be Renamed) । ଆଜି ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନାମକରଣ ନିଷ୍ପତ୍ତି ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ ।

ଆଜି 93ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଅଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ (PM Modi Announces in Mann Ki Baat) ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆଜି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନିଜ ସମ୍ବୋଧନରେ ସ୍ଥାନ ଦେଇଛନ୍ତି । ନିକଟରେ ତାଙ୍କ ଜନ୍ମଦିନରେ ସେ ନାମ୍ବିଆରୁ ଆସିଥିବା 8ଟି ଆଫ୍ରିକୀୟ ଚିତାଙ୍କୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଦୀର୍ଘ ବର୍ଷ ପରେ ଚିତା ଭାରତକୁ ଆସିବା ପରେ ସମଗ୍ର ଦେଶରେ ଖୁସିର ଲହରି ଦେଖିବାକୁ ମିଳିଥିବା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । ସମସ୍ତ ଦେଶବାସୀ ଚିତାଙ୍କ ପାଇଁ ଗର୍ବ ଅନୁଭବ କରୁଥିବା ବେଳେ ଏମାନଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ ହୋଇଛି । ଏହି ଚାକ୍ସଫୋର୍ସ ଏହି ଚିତାଙ୍କର ନୀରିକ୍ଷଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଟୁର୍ଣ୍ଣାମେଣ୍ଟକୁ ନେଇ ଖୁସି ବ୍ୟକ୍ତ କଲେ ମୋଦି

ସେହିପରି ବର୍ତ୍ତମାନ ସମୟରେ ପାରା ସ୍ପୋର୍ଟରେ ଭାରତ ପ୍ରଦର୍ଶନକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ଆୟୋଜିତ ଏକାଧିକ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପାରା ଆଥଲେଟମାନେ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନର ଯୁବପିଢି ମଧ୍ୟରେ ଫିଟନେସ କଲଚରକୁ ନେଇ ମଧ୍ୟ ସଚେତନତା ଓ ଆଗ୍ରହ ବୃଦ୍ଧି ପାଇଛି । ଗ୍ରାଉଣ୍ଡରେ କାର୍ଯ୍ୟ କରୁଥିବା ଅନେକ ଲୋକ ସେମାନଙ୍କୁ ଏହି ଦିଗରେ ଉତ୍ସାହିତ କରିବାରେ ସହୟକ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପରିବେଶ ସୁରକ୍ଷା ପାଇଁ ଆହ୍ବାନ କଲେ ମୋଦି

ନିଜ ସମ୍ବୋଧନରେ (Mann Ki Baat) ପରିବେଶ, ଏହାର ସୁରକ୍ଷା ଓ ସାମ୍ପ୍ରତିକ ଆହ୍ବାନକୁ ମଧ୍ୟ ଉଲ୍ଲେଖ କିରଛନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ସାମୁଦ୍ରିକ ପରିସଂସ୍ଥା (marine ecosystems) ପ୍ରତି ସବୁଠୁ ବଡ ଆହ୍ବାନ ସୃଷ୍ଟି କରିବାରେ ଲାଗିଛି । ଏହି ଆହ୍ବାନର ସଫଳତାପୂର୍ବକ ମୁକାବିଲା ପାଇଁ ଆମକୁ ତତ୍ପର ଓ ପ୍ରସ୍ତୁତ ରହିବାକୁ ପଡିବ । ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାରକୁ ନେଇ ଉତ୍ତରଦାୟିତ୍ବର ସହ କାର୍ଯ୍ୟ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଦିବ୍ୟାଙ୍ଗଙ୍କ ପାଇଁ ସାଙ୍କେତିକ ଭାଷାର ଉପାଦେୟତା ନେଇ ଉଲ୍ଲେଖ କଲେ

ଦିବ୍ୟାଙ୍ଗଙ୍କ ପାଇଁ ସାଙ୍କେତିକ ଭାଷା (Sign Language)ର ଉପାଦେୟତା ଓ ଦେଶରେ ଏହାର କ୍ରମବିକାଶଃ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ବିଗତ ବର୍ଷ ଗୁଡିକରେ ପୂର୍ବରୁ ସେପରି କିଛି ବିଶେଷ ବ୍ୟବସ୍ଥା ବା ଭିତ୍ତିଭୂମି ନଥିଲା । 2015 ରେ ଭାରତୀୟ ସାଙ୍କେତିକ ଭାଷା ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର (Indian Sign Language Research and Training Center) ପ୍ରତିଷ୍ଠା କରିଥିଲେ ସରକାର । ସେବେ ଠାରୁ ଏହି କ୍ଷେତ୍ରରେ ଆଖିଦୃଶିଆ ସଫଳତା ମିଳିଛି । ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏହି ପ୍ରଣାଳୀରେ ଅଧ୍ୟୟନ କରି ଯୋଗାଯୋଗ ଓ ଦୈନଦିନ ଜୀବନଶୈଳୀରେ ଆତ୍ମନିର୍ଭର ହେବାରେ ଲାଗିଛନ୍ତି । ଏହି ସଫଳତାର କାହାଣୀ ପାଇଁ ପ୍ରଧାନମନ୍ତ୍ରୀ ଜଣେ ଶାରିରୀକ ଭିନ୍ନକ୍ଷମ ଛାତ୍ରୀଙ୍କର ସଫଳତାର କାହାଣୀ ମଧ୍ୟ ଉଦାହରଣ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.