ETV Bharat / bharat

କର୍ଣ୍ଣାଟକ CET ପରୀକ୍ଷା ପାଇଁ ତାରିଖ ଘୋଷଣା - ସିଇଟି ପରୀକ୍ଷା

କର୍ଣ୍ଣାଟକରେ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ସକରା । ଅଗଷ୍ଟ 28, 29 ରେ ହେବ ପରୀକ୍ଷା । ଅଧିକ ପଢନ୍ତୁ...

କର୍ଣ୍ଣାଟକ CET ପରୀକ୍ଷା ପାଇଁ ତାରିଖ ଘୋଷଣା
କର୍ଣ୍ଣାଟକ CET ପରୀକ୍ଷା ପାଇଁ ତାରିଖ ଘୋଷଣା
author img

By

Published : Jun 8, 2021, 2:47 PM IST

ବେଙ୍ଗାଲୁରୁ: ଇଞ୍ଜିନିୟରିଂ ସମେତ ବିଭିନ୍ନ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ କର୍ଣ୍ଣାଟକ ସାଧାରଣ ପ୍ରବେଶିକା ପରୀକ୍ଷା ଅଗଷ୍ଟ 28 ଏବଂ 29 ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । CET ପରୀକ୍ଷା ଅଗଷ୍ଟ 28 ଏବଂ 29 ରେ ହେବ । ପ୍ରତ୍ୟେକ ବିଷୟ ପାଇଁ 60 ମାର୍କ ରହିବ ବୋଲି ଡେପୁଟି ମୁଖ୍ୟମନ୍ତ୍ରୀ ସିଏନ୍ ଅଶ୍ୱତ ନାରାୟଣ କହିଛନ୍ତି । ଏନେଇ ଆଜି(ମଙ୍ଗଳବାର) ସାମ୍ବାଦିକ ସମ୍ମିଳନୀରେ ନାରାୟଣ ସୂଚନା ଦେଇଛନ୍ତି ।

ପ୍ରଥମ ଦିନରେ ଗଣିତ ଏବଂ ଜୀବ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ, ଦ୍ୱିତୀୟ ଦିନରେ ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ପରୀକ୍ଷା ହେବ । ଜୁନ୍ 15 ରୁ ପଞ୍ଜୀକରଣ ଆରମ୍ଭ ହେବ । ତେବେ PUC ମାର୍କକୁ ବିଚାରକୁ ନିଆଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ନାରାୟଣ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରବେଶିକା ପରୀକ୍ଷା କ୍ଲିୟର କରିବା ପାଇଁ ଛାତ୍ରମାନଙ୍କୁ ସର୍ବନିମ୍ନ ମାର୍କ ରଖିବାକୁ ପଡିବ ।

ପ୍ରାଥମିକ ତଥା ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାରଙ୍କ କହିବା ଅନୁଯାୟୀ ଜୁଲାଇ ମାସର ତୃତୀୟ ସପ୍ତାହରେ ଦଶମ ମାନକ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଉ ଥିବାବେଳେ ରାଜ୍ୟ ଦ୍ୱିତୀୟ ବର୍ଷର PUC ପରୀକ୍ଷାକୁ ବାତିଲ କରିଦେଇଛି । COVID ସଂକ୍ରମଣ ବୃଦ୍ଧି ପାଇବାରୁ ରାଜ୍ୟ ସରକାର ଏହା ପୂର୍ବରୁ ମେ 24 ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ବର୍ଷ PUC ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ସେହିପରି ଜୁନ୍ 21 ରୁ ଆରମ୍ଭ ହେବାକୁ ଥିବା SSLC ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖା ଯାଇଥିଲା ।

ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିବାକୁ ସିବିଏସ୍ଇର ନିଷ୍ପତ୍ତି ପରେ ତାମିଲନାଡୁ, କେରଳ, ମହାରାଷ୍ଟ୍ର, ଓଡିଶା, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଏବଂ ନିକଟ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟ ନିର୍ଦ୍ଧାରିତ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.