ETV Bharat / bharat

ଜମ୍ମୁକାଶ୍ମୀରର ଭୋଟର ତାଲିକା ବିବାଦ, ନିର୍ବାଚନ ଅଧିକାରୀ ଡାକିଲେ ରାଜନୈତିକ ଦଳ ବୈଠକ

author img

By

Published : Sep 4, 2022, 5:37 PM IST

ଜମ୍ମୁକାଶ୍ମୀରରେ ଅସ୍ଥାୟୀ ବାସିନ୍ଦାଙ୍କ ଭୋଟ ଦେବାକୁ ନେଇ ବିରୋଧ ପରେ ସମସ୍ତ ରାଜନୈତିକ ଦଳ ସହ ବୈଠକ ଡାକିଲେ ସିଇଓ ହିର୍ଦ୍ଦେଶ କୁମାର । ଅଧିକ ପଢନ୍ତୁ

Voting Controversy, ସମସ୍ତ ରାଜନୈତିକ ଦଳ ସହ ବୈଠକ ଡାକିଲେ CEO

ଶ୍ରୀନଗର: ଜମ୍ମୁକାଶ୍ମୀରରରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରାରମ୍ଭିକ ପ୍ରକ୍ରିୟା । ରାଜ୍ୟରେ ସଂଶୋଧିତ ମତଦାତା ସୂଚୀରେ ରହିଛନ୍ତି ଜମ୍ମୁକାଶ୍ମୀରର ଅସ୍ଥାୟୀ ବାସିନ୍ଦା । ସେମାନଙ୍କୁ ମତଦାନ ପାଇଁ ଅନୁମତି ମିଳିବା ପରେ ଏହାକୁ ନେଇ ବିରୋଧ କରିଛି ସ୍ଥାନୀୟ ରାଜନୈତିକ ଦଳ । ଏହାପରେ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସମସ୍ତ ରାଜନୈତିକ ଦଳ ସହିତ ଏ ସମ୍ପର୍କରେ ଆଲୋଚନା ପାଇଁ ଏକ ବୈଠକ ଡାକିଛନ୍ତି ।

ଜମ୍ମୁକାଶ୍ମୀରର ସିଇଓ ହିର୍ଦ୍ଦେଶ କୁମାର ସିଂ ସମସ୍ତ ରାଜନୈତିକ ଦଳକୁ ଏକ ନିମନ୍ତ୍ରଣ ପତ୍ର ପଠାଇଛନ୍ତି । ଆସନ୍ତାକାଲି ବା ସେପ୍ଟେମ୍ବର ୫ ତାରିଖରେ ଜମ୍ମୁର ନିର୍ବାଚନ ଭବନରେ ଏକ ବୈଠକ ଆୟୋଜିତ ହେବ । ଏହାପରେ ଇଲେକ୍ଟ୍ରାଲ ରୋଲ୍ସର ସଂଶୋଧନ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ସୋମବାର ଅପରାହ୍ନ ୪ଟା ସମୟରେ ଏହି ବୈଠକ ବସିବାକୁ ଥିବାବେଳେ ମୁଖ୍ୟ ରାଜନୈତିକ ଦଳ NC, BJP, କଂଗ୍ରେସ, ପିପୁଲ୍ସ କନଫରେନ୍ସ ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିକୁ ବୈଠକରେ ସାମିଲ ରହିବା ପାଇଁ କୁହାଯାଇଛି ।

ଏହା ବି ପଢନ୍ତୁ- TATA ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଦୁର୍ଘଟଣାରେ ମୃତ

ସଂଶୋଧିତ ମତାଦାତ ସୂଚୀରେ ୨୦ରୁ ୨୫ ଲକ୍ଷ ମତାଦାତାଙ୍କ ମଧ୍ୟରେ ଅସ୍ଥାୟୀ ଜମ୍ମୁକାଶ୍ମୀର ବାସିନ୍ଦାଙ୍କୁ ମଧ୍ୟ ସାମିଲ କରାଯାଇଥିବା ସିଇଓ ମତ ଦେବା ପରେ ଆରମ୍ଭ ହୋଇଛି ବିବାଦ । ଏହାକୁ ଗ୍ରହଣ କରିନାହାନ୍ତି ଅନେକ ରାଜନୈତିକ ଦଳ । ଏହାର ବିରୋଧରେ ନେସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ସର୍ବଦଳୀୟ ବୈଠକ ମଧ୍ୟ ଡାକିଥିଲେ । ଏଥିରେ ବିଜେପିକୁ ସେ ଆମନ୍ତ୍ରଣ କରିନଥିଲେ ।

ସୂଚନା ଥାଉ କି ଜମ୍ମୁ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ହିର୍ଦ୍ଦେଶ କୁମାର ବୁଧବାର କହିଥିଲେ ଯେ, "ଜମ୍ମୁ କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଅସ୍ଥାୟୀ ଲୋକେ ଭୋଟ୍ ଦେଇପାରିବେ । ସେ କହିଥିଲେ ଯେ ଏହି ଅସ୍ଥାୟୀ ବାସିନ୍ଦାଙ୍କୁ ଭୋଟ୍ ଦେବା ପାଇଁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ଏଣୁ ସେମାନେ ଆସନ୍ତା ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେଇପାରିବେ । ନିର୍ବାଚନ ଆୟୋଗର ଏହି ବିବୃତ୍ତିକୁ ବିରୋଧୀ ଦଳର ନେତାମାନେ ସମାଲୋଚନା କରିଥିଲେ ।

ଏ ନେଇ ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା କହିଥିଲେ ଯେ, "କଣ ବିଜେପି ସରକାର ଜମ୍ମୁକାଶ୍ମୀର ବାସିନ୍ଦାଙ୍କ ସମର୍ଥନକୁ ନେଇ ଏତେ ଅସୁରକ୍ଷିତ ଯେ ଦଳକୁ ସିଟ୍‌ ଜିତିବା ପାଇଁ ଅସ୍ଥାୟୀ ମତଦାତାଙ୍କ ସମର୍ଥନ ଆବଶ୍ୟକ ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.