ETV Bharat / bharat

କୋରୋନାରେ ପ୍ରାଣ ହରାଇଲେ ଡେଥ୍‌ ସାର୍ଟିଫିକେଟରେ ଲେଖାଯିବ 'କୋଭିଡ ମୃତ୍ୟୁ' - 'କୋରୋନା ମୃତ୍ୟୁ' ଡେଥ୍‌ ସାର୍ଟିଫିକେଟ

କୋଭିଡ ସଂକ୍ରମିତଙ୍କ ପ୍ରାଣ ହରାଇଲେ ଏଣିକି ମିଳିବ ଡେଥ୍‌ ସାର୍ଟିଫିକେଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

କୋରୋନାରେ ପ୍ରାଣ ହରାଇଲେ ଡେଥ୍‌ ସାର୍ଟିଫିକେଟରେ ଲେଖାଯିବ 'କୋଭିଡ ମୃତ୍ୟୁ'

author img

By

Published : Sep 12, 2021, 4:05 PM IST

ନୂଆଦିଲ୍ଲୀ: କୋଭିଡ ସଂକ୍ରମିତଙ୍କ ପ୍ରାଣ ହରାଇଲେ ଏଣିକି ମିଳିବ 'କୋରୋନା ମୃତ୍ୟୁ' ଡେଥ୍‌ ସାର୍ଟିଫିକେଟ । ମହାମାରୀ କୋରୋନା କାରଣରୁ ହେଉଥିବା ମୃତ୍ୟୁକୁ ନେଇ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଓ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ(ICMR) ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିର କୋରୋନା ସଂକ୍ରମଣ କାରଣରୁ ମୃତ୍ୟୁ ହୁଏ, ତେବେ ଡେଥ୍‌ ପ୍ରମାଣପତ୍ରରେ 'କୋରୋନା ମୃତ୍ୟୁ' ଲେଖିବା ଜରୁରୀ । ଏନେଇ ରାଜ୍ୟ ସରକାରମାନଙ୍କୁ ଅବଗତ କରିଦିଆଯାଇଛି । ଏହାସହିତ ଯେଉଁମାନଙ୍କ କୋରୋନା କାରଣରୁ ମୃତ୍ୟୁ ହୋଇସାରିଛି, ସେମାନଙ୍କ ପରିବାର ମଧ୍ୟ ନୂଆ ଡେଥ୍‌ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ । ସେମାନଙ୍କ ଦାବି ଉପରେ ବିଚାର କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକ କମିଟି ଗଠନ କରାଯିବ । ଏହି କମିଟି ଆବେଦନ ପାଇବା ପରେ ୩୦ ଦିନ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ନେବେ ।

ଏହା ପୂର୍ବରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା 12ରେ ଜାତୀୟ ବିପର୍ଯ୍ୟୟ କାରଣରୁ ମୃତ୍ୟୁ ପାଇଁ କ୍ଷତିପୂରଣ ପ୍ରଦାନର ପ୍ରାବଧାନ ଥିବା କହିଥିଲେ ସୁପ୍ରିମକୋର୍ଟ । ଏହି କ୍ଷତିପୂରଣ ସ୍ଥିର କରିବା NDMAର ଆଇନଗତ ଦାୟିତ୍ବ । ଆର୍ଥିକ ସମସ୍ୟା ଦର୍ଶାଇ ଏହାକୁ ଏଡାଯାଇପାରିବ ନାହିଁ । କୋର୍ଟ ଏହା ମଧ୍ୟ ଗ୍ରହଣ କରିଥିଲେ ଯେ ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସେମାନଙ୍କର ସୀମିତ ଉତ୍ସରୁ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବାକୁ ପଡ଼ିବ । ଏଭଳି ପରିସ୍ଥିତିରେ କ୍ଷତିପୂରଣ ରାଶି କୋର୍ଟ ସ୍ଥିର କରିବ ନାହିଁ ବୋଲି କୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ଜୁନ୍ 30ରେ ଦିଆଯାଇଥିବା ନିର୍ଦ୍ଦେଶରେ ମୃତ୍ୟୁ ପ୍ରମାଣପତ୍ରରେ 'କୋରୋନା' ଲେଖିବା ପାଇଁ ଏକ ବ୍ୟବସ୍ଥା କରିବାକୁ କୋର୍ଟ କହିଥିଲେ। ଏହି ଦିଗରେ କାମ ନ କରିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି। ବର୍ତ୍ତମାନ ମୃତ୍ୟୁ ପ୍ରମାଣପତ୍ର ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଦର୍ଶାଇ କେନ୍ଦ୍ର ଏକ ଆଫିଡେଭିଟ୍ ଦାଖଲ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.