ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ୧୦ ଟି ହସ୍ତତନ୍ତ ଡିଜାଇନ ରିସୋର୍ସ ସେଣ୍ଟର । ହସ୍ତଶିଳ୍ପର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ହସ୍ତତନ୍ତ ମନ୍ତ୍ରାଳୟ ବୁଣାକାର ସେବା କେନ୍ଦ୍ର ନିକଟରେ ନ୍ୟାସନାଲ ଇନସ୍ଟିଚ୍ୟୁଟ ଅଫ୍ ଫ୍ୟାସନ୍ ଟେକ୍ନଲୋଜି(NIFT) ଦ୍ବାରା ୧୦ଟି ଡିଜାଇନ ରିସୋର୍ସ ସେଣ୍ଟର(DRCs) ନିର୍ମାଣ ହେବାକୁ ଯାଉଛି ।
ତେବେ ଏହି ସେଣ୍ଟର ଦେଶର ୧୦ଟି ସ୍ଥାନ କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କନ୍ନୁର, ଇନ୍ଦୋର, ନାଗପୁର, ମେରୁଟ୍, ଭାଗଲପୁର ଏବଂ ପାନିପଥ ରେ ସ୍ଥାପନ କରାଯିବ । ଏହି ରିସୋର୍ସ ସେଣ୍ଟରର ମୁଖ୍ୟ ଲଖ୍ୟ ରହବ, ହସ୍ତଶିଳ୍ପ କ୍ଷେତ୍ରରେ ଉତ୍କର୍ଷତା ବୃଦ୍ଧି, ବୁଣାକାରଙ୍କୁ ସୁବିଧା ଯୋଗାଇବା, ଉତ୍ପାଦର ମାନ ବୃଦ୍ଧି ସାଙ୍ଗକୁ ନୂଆ ନୂଆ ଡିଜାଇନ ତିଆରି କରିବା ।
DRCs ବର୍ତ୍ତମାନ ସୁଦ୍ଧା ବୁଣାକାର ସେବା କେନ୍ଦ୍ର ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ଭୁବନେଶ୍ବର, ଗୌହାଟୀ, ଜୟପୁର ଏବଂ ବାରଣାସୀରେ ନିର୍ମାଣ ହୋଇସାରିଛି । ଗତ ଅଗଷ୍ଟ ୭ ତାରିଖ ଜାତୀୟ ହସ୍ତତନ୍ତ ଦିବସରେ ଭାରତ ସରକାରଙ୍କ ପକ୍ଷରୁ କାଞ୍ଚିପୁରମରେ
DRCs ନିର୍ମାଣ ସରିଛି ।
@ANI