ନୂଆଦିଲ୍ଲୀ: ଦେଶରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଲକ୍ଷ୍ୟରେ ସରକାର । 2024 ସୁଦ୍ଧା ଦେଶରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା 50ପ୍ରତିଶତ ହାସ୍ର କରିବାକୁ କେନ୍ଦ୍ର ଲକ୍ଷ୍ୟ ରଖିଥିବା ଗୁରୁବାର କହିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।
FICCIରେ କର୍ପୋରେଟର୍ସ ଭୂମିକାକୁ ନେଇ ଏକ ଭର୍ଚୁଆଲ ଅଧିବେଶନକୁ ସମ୍ବୋଧିତ କରି ନୀତିନ ଗଡକରୀ ସଡକ ସୁରକ୍ଷା କର୍ପୋରେଟ ସଂସ୍ଥା 'ସାଫାର'କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ କର୍ପୋରେଟ ୱାର୍ଡ ପାଇଁ ଏକ ହ୍ବାଇଟ ପେପର ଉନ୍ମୋଚିତ କରିଛନ୍ତି । ଏହା ସହିତ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ତଥା ସହରରେ ବ୍ଲାକ ସ୍ପଟ ଚିହ୍ନଟ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି । ଏନେଇ ବିଶ୍ବ ବ୍ୟାଙ୍କ ଏବଂ ଏଡିବି ଏକ ଯୋଜନାକୁ ମଞ୍ଜୁରୀ ଦେଇଛି । ଯାହା ଦ୍ବାରା କେନ୍ଦ୍ର ରାଜ୍ୟ ପାଇଁ 14କୋଟି ଟାଙ୍କା ଆବଣ୍ଟନ କରିଛି । ଗଡକରୀ କହିଛନ୍ତି ଦେଶରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ ତାଙ୍କ ମନ୍ତ୍ରଣାଳୟ କଠିନ ପରିଶ୍ରମ କରୁଛି । ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ କର୍ପୋରେଟ ଜଗତ ନିରପେକ୍ଷ ସର୍ବେକ୍ଷଣ କରିବା ଉଚିତ ଏବଂ ଏନେଇ NHAIରେ ଏକ ରିପୋର୍ଟ ଦାଖଲ ହୋଇପାରେ ବୋଲି କହିଛନ୍ତି ଗଡକରୀ ।
ସେ ଆହୁରି କହିଛନ୍ତି ରୋଡ ଇଞ୍ଜିନିୟରିଂ ସମସ୍ୟା ପାଇଁ 50ପ୍ରତିଶତ ଦୁର୍ଘଟଣା ଘଟୁଛି । ଏ ଦିଗରେ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି । ଭାରତରେ ଜିରୋ ସଡକ ଦୁର୍ଘଟଣା ରେକର୍ଡ କରିବା ସହାୟକ ହେବ । ଏନେଇ ଏନଜିଓଗୁଡିକର ସହଯୋଗ, ସମାଜିକ ସଂଗଠନ, ବିଶ୍ବବିଦ୍ୟାଳୟ ଗୁଡିକୁ ଶିକ୍ଷା ଏବଂ ସଚେତନତାର ଆବଶ୍ୟକତା ରହିଛି । ଅବସରପ୍ରାପ୍ତ ଆଇଏଏସ ଅଧିକାରୀଙ୍କ ଦ୍ବାରା ପରାଧୀନ ସଡକ ସୁରକ୍ଷା ପରିଷଦ ଆସନ୍ତା 15ଦିନ ଭିତରେ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ