ETV Bharat / bharat

ଛାତ୍ର ଲଗାଇଲେ ଚୀନର କୋରୋନା ଟିକା, ତଥାପି ମିଳୁନି ଭିସା

author img

By

Published : Jun 11, 2021, 6:03 AM IST

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ନାଗରିକଙ୍କ ପାଇଁ ଚୀନ ଯାତ୍ରା ପୁନର୍ବାର ଆରମ୍ଭ କରିବା ପାଇଁ ଚୀନ ପକ୍ଷ ସହ ଯୋଗାଯୋଗରେ ଅଛି । ଅଧିକ ପଢନ୍ତୁ...

ଛାତ୍ର ଲଗାଇଲେ ଚୀନର କୋରୋନା ଟିକା, ତଥାପି ମିଳୁନି ଭିସା
ଛାତ୍ର ଲଗାଇଲେ ଚୀନର କୋରୋନା ଟିକା, ତଥାପି ମିଳୁନି ଭିସା

ନୂଆଦିଲ୍ଲୀ: ଚୀନରେ କାମ କିମ୍ବା ଅଧ୍ୟୟନ କରୁଥିବା ଭାରତୀୟ ନାଗରିକଙ୍କୁ ସେଠାକୁ ଯିବା ପାଇଁ ଭିସା ଦେବାକୁ ଅନୁରୋଧ କରିଛି ଭାରତ । ଆବଶ୍ୟକ ଦ୍ବିପାକ୍ଷିକ ଭ୍ରମଣ ସୁବିଧା ଯୋଗାଇ ଦିଆଯିବା ଉଚିତ ବୋଲି ଭାରତ ପକ୍ଷରୁ କୁହାଯାଇଛି । ବିଶେଷ କରି ଚୀନରେ ନାଗରିକମାନେ ଭାରତ ଯାତ୍ରା କରିବାକୁ ସକ୍ଷମ ଅଟନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଭାରତୀୟ ନାଗରିକଙ୍କ ପାଇଁ ଚୀନ ଯାତ୍ରା ପୁନର୍ବାର ଆରମ୍ଭ କରିବା ପାଇଁ ଚୀନ ପକ୍ଷ ସହ ଯୋଗାଯୋଗରେ ଅଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯେତେବେଳେ ଆମେ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ କୋଭିଡ ସମ୍ବନ୍ଧୀୟ ପ୍ରୋଟୋକଲଗୁଡିକୁ କଡାକଡି ପାଳନ କରିବା ଆବଶ୍ୟକତାକୁ ସ୍ବୀକାର କରୁଛୁ, ସେତେବେଳେ ଚୀନ ନାଗରିକ ଏହାକୁ ଦୃଷ୍ଟିରେ ରଖି ଭାରତ ଯାତ୍ରା କରିପାରୁଛନ୍ତି ।

ବାଗଚୀ କହିଛନ୍ତି ଯେ ଚୀନ ନାଗରିକମାନେ ସିଧାସଳଖ ଯୋଗାଯୋଗ ଅଭାବ ସତ୍ତ୍ବେ ଭାରତ ଯାତ୍ରା କରିବାକୁ ସକ୍ଷମ ଅଟନ୍ତି। ଭାରତୀୟ ନାଗରିକଙ୍କ ପାଇଁ ଗତ ନଭେମ୍ବର ଠାରୁ ଚୀନ ଯାତ୍ରା କରିବା ସମ୍ଭବ ହୋଇନି । କାରଣ ଚୀନ ପକ୍ଷ ବର୍ତ୍ତମାନର ଭିସାକୁ ସ୍ଥଗିତ ରଖିଛି। ଯଥାଶୀଘ୍ର ଏହାକୁ ପୁନଃଆରମ୍ଭ କରିବାକୁ ଆମେ ଚୀନ ପକ୍ଷ ସହ ଯୋଗାଯୋଗ କରୁଛୁ।

ଏପଟେ ଛାତ୍ରମାନେ ଚୀନର କୋରୋନା ଟିକା ଲଗାଇଥିବାବେଳେ ସେମାନଙ୍କ ପାଇଁ ମଧ୍ୟ ଭିସା ମିଳୁନଥିବା କହିଛି ବୈଦେଶିକ ମନ୍ତ୍ରଣାଳୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.