ETV Bharat / bharat

ୟୁକ୍ରେନରୁ ଭାରତକୁ ଉଡାଣ ଉପରେ ହଟିଲା ସମସ୍ତ କଟକଣା - ୟୁକ୍ରେନ ବିମାନ ଚଳାଚଳକୁ ଅନୁମତି

ୟୁକ୍ରେନରୁ ଭାରତକୁ ଉଡାଣ ନେଇ ସମସ୍ତ ପୂର୍ବ କଟକଣା ହଟାଯାଇଥିବା ସୂଚନା ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଜାରି ରହିଛି ଭାରତୀୟଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ। ଅଧିକ ପଢନ୍ତୁ

ୟୁକ୍ରେନରୁ ଭାରତକୁ ଉଡାଣ ଉପରେ ହଟିଲା ସମସ୍ତ ପ୍ରତିବନ୍ଧକ

author img

By

Published : Feb 17, 2022, 4:59 PM IST

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଲାଗି ରହିଥିବା ସଂଙ୍କଟ ମଧ୍ୟରେ ଭାରତକୁ ଫେରୁଛନ୍ତି ସେଠାରେ ଥିବା ଛାତ୍ରଙ୍କ ସମେତ ଅନ୍ୟ ନାଗରିକ । ତେବେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସୁଗମ କରିବାକୁ ୟୁକ୍ରେନରୁ ଭାରତକୁ ବିମାନ ସେବା ଉପରେ ଲଗାଯାଇଥିବା କଟକଣା ହଟାଇଛନ୍ତି କେନ୍ଦ୍ର ସରକାର । ଭାରତ ଓ ୟୁକ୍ରେନ ମଧ୍ୟରେ ହୋଇଥିବା ଏୟାର-ବବୁଲ ଚୁକ୍ତିନାମା ଅନୁସାରେ, ଏବେ ସମସ୍ତ ପୂର୍ବନିର୍ଦ୍ଧାରିତ ବିମାନ ଭାରତ ଅଭିମୁଖେ ଉଡାଣ ଭରିପାରିବେ ବୋଲି କହିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

ଗତ ଦୁଇ ଦିନ ଧରି ୟୁକ୍ରେନରେ ଥିବା ଭାରତୀୟ ସ୍ବଦେଶ ଫେରିବା ପ୍ରକ୍ରିୟା ଜାରି ରହିଥିବା ବେଳେ ଗତକାଲି ପର୍ଯ୍ୟାପ୍ତ ପରିମାଣର ବିମାନ ନଥିବା ସମସ୍ୟା ସାମ୍ନାକୁ ଆସିଥିଲା । ୟୁକ୍ରେନରେ ଅବସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସଠିକ ସୂଚନା ଆଦାନ ପ୍ରଦାନ ଓ ସମନ୍ବୟ ରକ୍ଷା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ହେଲ୍ପଲାଇନ ଜାରି କରାଯାଇଥିଲା । ଆବଶ୍ୟକ ହେଲେ ଅଧିକ ବିମାନ ଉଡାଣ ପାଇଁ ବ୍ୟବସ୍ଥା କରାଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଚିନ୍ତିତ ନହେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା।

ଆଜି ସମସ୍ତ ପୂର୍ବ କଟକଣା ହଟାଇବା ସହ ଆବଶ୍ୟକ ହେଲେ ଏୟାର ଇଣ୍ଡିଆର ଅଧିକ ବିମାନ ଏହି ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ନିୟୋଜିତ କରାଯିବ ବୋଲି କେନ୍ଦ୍ର କହିଛି । ସେହିପରି ଉଚିତ ସମନ୍ବୟ ରକ୍ଷା ପାଇଁ ଭାରତୀୟ ଦୂତାବାସ, ଗୃହ ମନ୍ତ୍ରଣାଳୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ପାରସ୍ପାରିକ ଯୋଗାଯୋଗରେରେ କାର୍ଯ୍ୟ ଜାରି ରହିଥିବା ମଧ୍ୟ ସୂଚନା ମିଳିଛି । ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତିର ଆଶଙ୍କା ମଧ୍ୟ ସାମାନ୍ୟ ପ୍ରଶମିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.