ETV Bharat / bharat

ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, SOP ପାଇଁ ବିଚାର କରୁଛି ଗୃହ ମନ୍ତ୍ରଣାଳୟ

author img

By

Published : Apr 16, 2023, 6:10 PM IST

ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ପାଇଁ SOP ଜାରି କରିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗତକାଲିର ଅତିକ-ଅସରଫ ସୁଟଆଉଟ ପରେ ବଢିଲା ସାମ୍ବାଦିକଙ୍କ ସୁରକ୍ଷା ଚିନ୍ତା । ଅଧିକ ପଢନ୍ତୁ

ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, SOP ପାଇଁ ବିଚାର କରୁଛି ଗୃହ ମନ୍ତ୍ରଣାଳୟ
ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, SOP ପାଇଁ ବିଚାର କରୁଛି ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗତକାଲି ରାତିରେ ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫ ହତ୍ୟା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢିଛି । ଫିଲ୍ମ ଷ୍ଟାଇଲ ଗୁଳିମାଡରୁ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିପାଇଁ ଗ୍ରାଉଣ୍ଡରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର(SOP) ଆଣିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଚାର ବିମର୍ଶ କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସାମ୍ବାଦିକଙ୍କ ପାଇଁ କେନ୍ଦ୍ର ଆଣିବ ଏସଓପି: କେନ୍ଦ୍ର ଜାରି କରିବାକୁ ଥିବା ଏସଓପିରେ ସାମ୍ବାଦିକଙ୍କ ସୁରକ୍ଷା ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିୟମ ରହିବ । ସେମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପୋଲିସ ଓ ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇବାକୁ ନିମୟରେ ନିର୍ଦ୍ଦେଶ ରହିପାରେ । ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ଆହ୍ବାନପୂର୍ଣ୍ଣ ସ୍ଥିତିରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ସୁରକ୍ଷା ମଧ୍ୟ ବିପନ୍ନ ହେଉଛି ।

ଗତକାଲି ହୋଇଥିବା ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଦୁଇ ମାଫିଆ ଭାଇ ହ୍ୟାଣ୍ଡକଫରେ ଥିବା ଅବସ୍ଥାରେ ନିମିଷକେ ଟଳି ପଡିଥିଲେ । ସେମାନଙ୍କୁ ନେଇ ଯାଉଥିବା ପୋଲିସ କର୍ମୀମାନେ କିଛି ସମୟ ପାଇଁ ଛତ୍ରଭଙ୍ଗ ଦେଇଥିବା ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ପ୍ରତିନିଧି ଅଳ୍ପକେ ବର୍ତ୍ତି ଯାଇଥିଲେ । ପ୍ରାୟ 18 ରାଉଣ୍ଡ ଗୁଳି ଚଳାଇବା ପରେ 3 ଅପରାଧୀ ହତିଆର ଛାଡି ଦେଇ ସରେଣ୍ଡର ବୋଲି କହି ଚିତ୍କାର କରିଥିଲେ । ପୋଲିସ ସେମାନଙ୍କୁ କାବୁ କରିଥିଲା । ଗୁଳିମାଡର ସମସ୍ତ ଦୃଶ୍ୟ ଗଣମାଧ୍ୟମର କ୍ୟାମେରାର କଏଦ ହୋଇଥିଲା ।

ଅଳ୍ପକେ ବର୍ତ୍ତିଲେ ଗଣମାଧ୍ୟମ ପ୍ରତିନିଧି: ଗତକାଲି (ଶନିବାର) ରାତି ପ୍ରାୟ 10.40 । ଉଭୟ ଗ୍ୟାଙ୍ଗଷ୍ଟାର ଭାଇ ପ୍ରାୟାଗରାଜ ହସ୍ପିଟାଲରୁ ଚେକ-ଅପ ପରେ ଫେରୁଥିଲେ । ପୋଲିସ କଷ୍ଟଡିରେ ଉଭୟଙ୍କ ହାତରେ ହ୍ୟାଣ୍ଡକଫ ମଧ୍ୟ ଥିଲା । ହସ୍ପିଟାଲ ବାହାରକୁ ଆସିବା ପରେ ସମାନଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଘେରି ଯାଇ ପ୍ରଶ୍ନ କରିଥିଲେ । ଉଭୟ ପୋଲିସ କଷ୍ଟଡିରେ ରହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ । ଠିକ ଏହି ସମୟରେ ସିଧା ଅତିକର ମୁଣ୍ଡରେ ବନ୍ଧୁକ ଲଗାଇ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରିଥିଲା ଜଣେ ଅଭିଯୁକ୍ତ । କେହି କିଛି ବୁଝିବା ପୂର୍ବରୁ ଅସରଫ ଉପରେ ମଧ୍ୟ ଗୁଳି ବର୍ଷା ହୋଇଥିଲା । ଉଭୟ ସେଠାରେ ହିଁ ଟଳି ପଡିଥିଲା । ଏହି ଦୁଇ ଭାଇଙ୍କ ବେଶ ନିକଟତର ତଥା ମାତ୍ର କେଇ ହାତ ଦୂରରେ ରହି ଗଣମାଧ୍ୟମର ପ୍ରତିନିଧି ପ୍ରତିକ୍ରିୟା ସଂଗ୍ରହ କରୁଥିବା ବେଳେ ଅଳ୍ପକେ ଗୁଳି ଲାଗିବାରୁ ବର୍ତ୍ତି ଯାଇଥିଲେ ।

ବ୍ୟବହାର ହୋଇଛି ତୁର୍କୀ ନିର୍ମିତ ଅତ୍ୟାଧୁନିକ ପିସ୍ତଲ: ହତ୍ୟା ବ୍ୟବହୃତ ହୋଇଥିବା ପିସ୍ତଲ ତୁର୍କୀ ନିର୍ମିତ ଅତ୍ୟାଧୁନିକ ଜିଗାନା ପିସ୍ତଲ (ZIGANA PISTOL) ବୋଲି ପୋଲିସ ସ୍ପଷ୍ଟ କରିଛି । ଏହା ମଲ୍ଟି ରୋଲ ବିଶିଷ୍ଟ ଓ ଏହାର ମାରକ କ୍ଷମତା ମଧ୍ୟ ସାଧାରଣ ପିସ୍ତଲ ତୂଳନାରେ ଅଧିକ । ଏହାକୁ ମାଲେସିଆ ଏବଂ ତୁର୍କୀ ମିଳିତ ଭାବେ ପ୍ରସ୍ତୁତ କରନ୍ତି । ଏହାର ସର୍ବାଧିକ ମୂଲ୍ୟ ପ୍ରାୟ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଏହାର ମାଗେଜିନରେ ଏକକାଳୀନ 15 ଗୁଳି ଲୋଡ ହୋଇ ପାରିବାର କ୍ଷମତା ରହିଛି । ଏହାକୁ ଭାରତରେ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ଏହାକୁ ବିଦେଶରୁ ସ୍ମଗ୍ଲିଂ କରନ୍ତି ଅପରାଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.