ETV Bharat / bharat

ଅକ୍ସିଜେନ ଯୋଗାଣ: କର୍ଣ୍ଣାଟକ ହାଇକୋର୍ଟ ବିରୋଧରେ ସୁପ୍ରିମକୋର୍ଟ ଗଲା କେନ୍ଦ୍ର

author img

By

Published : May 7, 2021, 10:06 AM IST

ଅକ୍ସିଜେନ ଯୋଗାଣକୁ ନେଇ କେନ୍ଦ୍ର କର୍ଣ୍ଣାଟକ ହାଇକୋର୍ଟ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଅକ୍ସିଜେନ ଯୋଗାଣ: କର୍ଣ୍ଣାଟକ ହାଇକୋର୍ଟ ବିରୋଧରେ ସୁପ୍ରିମକୋର୍ଟରେ କେନ୍ଦ୍ର

ନୂଆଦିଲ୍ଲୀ: କର୍ଣ୍ଣାଟକକୁ ଅକ୍ସିଜେନ ଯୋଗାଣ ନେଇ ହାଇକୋର୍ଟ ବିରୋଧରେ କେନ୍ଦ୍ର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି । ତେବେ କର୍ଣ୍ଣାଟକକୁ କେନ୍ଦ୍ରର ଅକ୍ସିଜେନ ଯୋଗାଣକୁ 965 ମେଟ୍ରିକ ଟନରୁ 1200 ମେଟ୍ରିକ ଟନକୁ ବଢାଇବା ପାଇଁ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ ।

ବୁଧବାର ପାସ ହୋଇଥିବା ଆଦେଶର ପାଳନ କରିବାକୁ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ଓ ଏମ.ଆର ଶାହ କହିବା ପୂର୍ବରୁ କେନ୍ଦ୍ରର ମତ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହେତା । ତେବେ କେନ୍ଦ୍ର ଏ ସମ୍ପର୍କରେ କର୍ଣ୍ଣାଟକ ସରକାରଙ୍କ ସହିତ ଆଲୋଚନା କରିଛି ବୋଲି ସେ କହିଥିଲେ । ତେବେ ଏହି ମାମଲାରେ କାଗଜପତ୍ର ନାହିଁ ଏବଂ ଆବେଦନ ମାଧ୍ୟମରେ କୌଣସି ଆଦେଶ ପାସ କରିବା ସମ୍ଭବ ନୁହେଁ ବୋଲି ବେଞ୍ଚ କହିଛନ୍ତି । ଏହି ମାମଲା ପ୍ରଧାନ ବିଚାରପତିଙ୍କ ନିକଟରେ ଉଲ୍ଲେଖ କରାଯିବା ଉଚିତ ବୋଲି ବେଞ୍ଚ କହିଥିଲେ ।

ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଅମ୍ଳଜାନ ଆବଣ୍ଟନ ପଛର କାରଣକୁ ହାଇକୋର୍ଟ ବିଚାର କରିନାହାଁନ୍ତି କେନ୍ଦ୍ର କହିଛି । ତେବେ କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟକୁ ପ୍ରତିଦିନ 1200 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁରେ ବୃଦ୍ଧି ଘଟୁଛି । ତେବେ ନାଗରିକଙ୍କ ଅଧିକାରର ଧାରା 21 ଅନୁଯାୟୀ ଭାରତ ସରକାର କର୍ଣ୍ଣାଟକକୁ ଏହି ସର୍ବନିମ୍ନ ଆବଶ୍ୟକତା ଯୋଗାଇବା ଉଚିତ ବୋଲି ହାଇକୋର୍ଟ କହିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.