ETV Bharat / bharat

୬ ୟୁଟ୍ୟୁବ ଚ୍ୟାନେଲକୁ ରଦ୍ଦ କରିଲେ କେନ୍ଦ୍ର ସରକାର, ଅଶାନ୍ତି ସୃଷ୍ଟି ପାଇଁ କରୁଥିଲେ ପ୍ରୟାସ - ୟୁଟ୍ୟୁବ ଚ୍ୟାନେଲକୁ ରଦ୍ଦ କରିଲେ କେନ୍ଦ୍ର ସରକାର

୬ଟି ଖଲିସ୍ତାନୀ ସମର୍ଥକଙ୍କ ୟୁଟ୍ୟୁବ ଚ୍ୟାନେଲକୁ ରଦ୍ଦ କରିଲେ କେନ୍ଦ୍ର ସରକାର । ପଞ୍ଜାବ ଭାଷାରେ ଭିଡିଓ କରି ଅଶାନ୍ତି ସୃଷ୍ଟି ପାଇଁ କରୁଥିଲେ ପ୍ରୟାସ । ଅଧିକ ପଢନ୍ତୁ

Centre blocks 6 YouTube channel
Centre blocks 6 YouTube channel
author img

By

Published : Mar 11, 2023, 7:32 AM IST

ନୂଆଦିଲ୍ଲୀ: ଖଲିସ୍ତାନ ସମର୍ଥକଙ୍କ ବିରୋଧରେ କେନ୍ଦ୍ରର ଆକ୍ସନ । ୬ଟି ଖଲିସ୍ତାନୀ ସମର୍ଥକଙ୍କ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଲେ କେନ୍ଦ୍ର ସରକାର । ଏନେଇ ଗତକାଲି(ଶୁକ୍ରବାର) ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି, " ୬ରୁ ୮ଟି ୟୁଟ୍ୟୁବ ଚ୍ୟାନେଲକୁ ବିଦେଶରୁ ପରିଚାଳନା କରାଯାଉଥିଲା । ଏହାକୁ ଗତ ୧୦ ଦିନ ମଧ୍ୟରେ ବ୍ଲକ କରାଯାଇଛି । ଏହି ସବୁ ଚ୍ୟାନେଲର ବିଷୟବସ୍ତୁ ପଞ୍ଜାବୀ ଭାଷାରେ ପରିବେଷଣ କରାଯାଉଥିଲା । ଏଥିରେ ବିଭ୍ରାନ୍ତକାରୀ ଏବଂ ଭୁଲ ତଥ୍ୟ ଦେଇ ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଉଥିଲା । ଖଲିସ୍ତାନର ବ୍ୟକ୍ତି ଅମୃତରପାଲ ସିଂଙ୍କ ସମର୍ଥକ ଅଜନାଲାର ଏକ ପୋଲିସ ଥାନାରେ ଖଣ୍ଡା ଏବଂ ବନ୍ଧୁକ ଦେଖାଇ ସେମାନଙ୍କର ଜଣେ ସାହାଯ୍ୟକାରୀଙ୍କୁ ମୁକ୍ତ କରିବା ପାଇଁ ଦାବି କରିଥିଲା । ଏହାପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।"

ଏହା ମଧ୍ଯ ପଢନ୍ତୁ: Traditional Horse Race: ଜାମନଗରର ୧୨୫ବର୍ଷ ପୁରୁଣା ଘୋଡ଼ା ଦୌଡ଼ ପ୍ରତିଯୋଗିତା, ଶତାଧିକ ଲୋକ ସାମିଲ

ତେବେ ଆଉ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଏହି ୬ ଜଣଙ୍କ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ ସରକାର । ତେବେ ଏହାର ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁଟ୍ୟୁବ । ୬ଟି ଖଲିସ୍ତାନୀ ସମର୍ଥକଙ୍କ ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି । ଆପତ୍ତିଜନକ ଏବଂ ବିଭ୍ରାନ୍ତିକର ବିଷୟବସ୍ତୁକୁ ଚୟନ କରି ହଟାଇବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଆଲଗୋରିଦମ ବ୍ୟବହାର କରିବାକୁ ସରକାର ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Delhi Liquor Scam: ଅଭିଯୁକ୍ତ ସୁକେଶର ବଡ ବୟାନ, କହିଲା ସିସୋଦିଆଙ୍କ ପରେ ଏବେ କେଜ୍ରିୱାଲଙ୍କ ପାଳି

ପ୍ରକାଶଥାଉକି, ଗତ ଜାନୁଆରୀ ୧୨ ତାରିଖ ଦିନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଫ୍ୟାକ୍ଟ ଚେକ ୟୁନିଟ ୬ଟି ୟୁଟ୍ୟୁବ ଚ୍ୟାନେଲକୁ ରଦ୍ଦ କରିଥିଲା । ଭାରତରେ ମିଥ୍ୟା ଓ ତଥ୍ୟର ପ୍ରଚାର କରୁଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ହୋଇଥିବା ୬ଟି ୟୁଟ୍ୟୁବ ଚ୍ୟାନେଲ ଗୁଡିକ ଏକ ସଂଯୋଜିତ ନକଲି ସୂଚନା ନେଟୱର୍କର ଅଂଶ ଭାବରେ କାର୍ଯ୍ୟ କରୁଥିଲେ । ଯାହାର ପ୍ରାୟ ୨୦ ଲକ୍ଷ ଗ୍ରାହକ ବା ସବସ୍କ୍ରାଇବର ରହିଥିଲେ । ଉକ୍ତ ଚ୍ୟାନେଲ ଭିଡିଓ ଗୁଡିକ ୫୧ କୋଟିରୁ ଅଧିକ ଥର ଦେଖା ଯାଇଥିଲା । ଏହି ଚ୍ୟାନେଲ ଗୁଡିକ ନିର୍ବାଚନ, ସୁପ୍ରିମକୋର୍ଟର କାର୍ଯ୍ୟ ନିର୍ବାହ ଓ ଭାରତର ସଂସଦରେ ଚାଲିଥିବା ପ୍ରକ୍ରିୟା, ଭାରତ ସରକାରଙ୍କ କାର୍ଯ୍ୟକଳାପ ଇତ୍ୟାଦି ବିଷୟରେ ମିଥ୍ୟା ଖବର ପ୍ରସାରଣ କରୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.