ETV Bharat / bharat

ୟୁରୋପୀୟ ଦେଶ ଗସ୍ତରେ ଯିବେ ମମତା, କେନ୍ଦ୍ରରୁ ମିଳିଲା ଗ୍ରୀନ୍ ସିଗନାଲ - cm on foreign tour

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁବାଇ ସମେତ ସ୍ପେନର ମାଦ୍ରିଦ, ବାର୍ସିଲୋନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ କେନ୍ଦ୍ର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁମାଦନ ମିଳିଛି । ଅଧିକ ପଢନ୍ତୁ

ୟୁରୋପୀୟ ଦେଶ ଗସ୍ତରେ ଯିବେ ମମତା,
ୟୁରୋପୀୟ ଦେଶ ଗସ୍ତରେ ଯିବେ ମମତା,
author img

By ETV Bharat Odisha Team

Published : Aug 31, 2023, 6:45 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୟୁରୋପ ଗସ୍ତକୁ ଅନୁମୋଦନ ମିଳିଛି । ମମତା ବାନାର୍ଜୀ ଦୁବାଇ ସମେତ ସ୍ପେନର ମାଦ୍ରିଦ, ବାର୍ସିଲୋନା ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେପ୍ଟେମ୍ବର 12ରେ ସେ ବିଦେଶ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ପାଇଁ କେନ୍ଦ୍ର ପକ୍ଷରୁ ଅନୁମୋଦନ ମିଳିଛି । ସେପ୍ଟେମ୍ବର 12ରୁ 23 ତାରିଖ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସେ ପଶ୍ଚିମବଙ୍ଗକୁ ନିଯୁକ୍ତି ଆଣିବା ତଥା ନୂତନ ଶିଳ୍ପ ଭିତ୍ତିଭୂମିର ସମ୍ଭାବନା ପାଇଁ ବିଦେଶ ଯାତ୍ରା କରିବେ । ତେବେ 2018ରେ ମମତା ବାନାର୍ଜୀଙ୍କୁ ଶେଷ ମୁହୂର୍ତ୍ତରେ ଚିକାଗୋ ଗସ୍ତକୁ ବାତିଲ କରିବାକୁ ପଡିଲା । ପାଞ୍ଚ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦଙ୍କ ଚିକାଗୋ ସମ୍ମିଳନୀର 125ତମ ବାର୍ଷିକୀ ଅବସରରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲ ଶେଷ ମୁହୂର୍ତ୍ତରେ ତାଙ୍କ ଗସ୍ତ ବାତିଲ ହୋଇଥିଲା ।

ସେହିପରି 2018 ମସିହାରେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଚୀନ ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ତାହା ମଧ୍ୟ ବାତିଲ ହୋଇଥିଲା । କାରଣ ଏନେଇ କେନ୍ଦ୍ର ପକ୍ଷରୁ ଅନୁମତି ମିଳିନଥିଲା। ସେହିପରି ସେପ୍ଟେମ୍ବର 2021ରେ ମମତା ବାନାର୍ଜୀଙ୍କ ରୋମ ଗସ୍ତକୁ ମଧ୍ୟ କେନ୍ଦ୍ର ସରକାର ଅନୁମୋଦନ କରିନଥିଲେ। ତେବେ ଏଥର କେନ୍ଦ୍ର ସରକାର ମମତାଙ୍କୁ ୟୁରୋପ ଗସ୍ତ ପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ...Mamata at Mumbai: ମେଣ୍ଟ ସମ୍ମିଳନୀ ପୂର୍ବରୁ ବିଗ ବିଙ୍କୁ ଭେଟିଲେ, ଉଦ୍ଧବଙ୍କୁ ରାକ୍ଷୀ ବାନ୍ଧିଲେ

ସୂଚନା ଅନୁସାରେ, ମମତା ବାନାର୍ଜୀଙ୍କ ଗସ୍ତ ସୂଚୀ ବିଷୟରେ ପଶ୍ଚିମବଙ୍ଗ ସରକାର ଚଳିତ ମାସ ଆରମ୍ଭରେ କେନ୍ଦ୍ରକୁ ଏକ ଚିଠି ଲେଖି ଅନୁମତି ଲୋଡିଥିଲେ । ଆସନ୍ତା 13 ତାରିଖରେ (World Bengal Trade Conference) ବିଶ୍ବ ବେଙ୍ଗଲ ବାଣିଜ୍ୟ କନଫରେନ୍ସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବାଣିଜ୍ୟିକ ଅଭିବୃଦ୍ଧି ସମ୍ବନ୍ଧରେ ଆଲୋଚନା କରିବେ । ଯାହାକି ପଶ୍ଚିମବଙ୍ଗ ରାଜ୍ୟର ଉନ୍ନତି ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଏହି ଅବସରରେ ସେ ମାଦ୍ରିଦ ଏବଂ ବାର୍ସିଲୋନା ସମେତ ଅନେକ ସହରରେ ଶିଳ୍ପପତିମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ, ସେ ସେପ୍ଟେମ୍ବର 20ତାରିଖରେ ବାର୍ସିଲୋନାରୁ ପୁଣି ଦୁବାଇକୁ ଯାତ୍ରା କରିବେ । ମୁଖ୍ୟମନ୍ତ୍ରୀ ଫେରିବା ବାଟରେ ଦୁବାଇ ଯିବା ପରେ ଦୁଇ ଦିନ ରହଣି କରିବେ । ଶେଷରେ ସେପ୍ଟେମ୍ବର 23ରେ ଦୁବାଇରୁ କୋଲକାତା ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.