ETV Bharat / bharat

Monkeypox Outbreak: ମାଡୁଛି ମଙ୍କିପକ୍ସ, ସତର୍କ କରାଇଲା କେନ୍ଦ୍ର

author img

By

Published : May 21, 2022, 1:06 PM IST

ମଙ୍କି ପକ୍ସକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ(ICMR) ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(NCDC)କୁ ତୀକ୍ଷ୍ମ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

Monkeypox Outbreak: ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ମାରାତ୍ମକ ରୋଗକୁ ନେଇ ଚିନ୍ତାରେ ବିଶ୍ବ । ଟମାଟୋ ଫ୍ଲୁ ପରେ ଏବେ ମଙ୍କି ପକ୍ସକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଏନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଗତକାଲି(ଶୁକ୍ରବାର) କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ(ICMR)ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(NCDC)କୁ ତୀକ୍ଷ୍ମ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିମାନ ବନ୍ଦର ଉପରେ ନଜର ରଖିବା ସହ ବିଦେଶରୁ ଆସୁଥିବା ସନ୍ଦିଗ୍ଧ ଯାତ୍ରୀଙ୍କର ନମୁନା ଯାଞ୍ଚ ପାଇଁ ପୁଣେର ଏନ୍‌ଆଇଭିକୁ ପଠାଇବାକୁ ଏନ୍‌ସିଡିସି ଓ ଆଇସିଏମ୍‌ଆରକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁ ବ୍ୟକ୍ତିଙ୍କ ଠାରେ ମଙ୍କି ପକ୍ସ ରୋଗର ଲକ୍ଷଣ ଦେଖାଯାଉଛି ସେମାନଙ୍କ ସାମ୍ପଲକୁ ପୁଣେର NIVକୁ ପଠାଯିବ ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ: Monkeypox Outbreak: ଦୃତ ଗତିରେ ବଢୁଛି ରୋଗୀଙ୍କ ସଂଖ୍ୟା, ଜରୁରୀ ବୈଠକ ଡାକିଲା WHO

ସୂଚନାଅନୁସାରେ, ମେ ମାସ ଆରମ୍ଭରୁ ଏହି ରୋଗ କବଳରେ ପଡ଼ିଛନ୍ତି ବିଶ୍ବବାସୀ । ୟୁକେ, ସ୍ପେନ, ବେଲଜିୟମ, ଇଟାଲୀ, ଅଷ୍ଟ୍ରେଲିଆ ଓ କାନାଡ଼ାରେ ଏହି ରୋଗ ଚିହ୍ନଟ ହୋଇଛି । ଅଧିକାଂଶ ସଂକ୍ରମଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ସଂକ୍ରମିତ ପ୍ରାଣୀ ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ ।

ଏହା ଜଣେ ଲୋକଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରିନଥାଏ, ହେଲେ ଭାଇରସ ଶରୀରର ତରଳ ପଦାର୍ଥ(Body Fluid)ର ସଂସ୍ପର୍ଶରେ ଆସିବା ପରେ ରୂପାନ୍ତରିତ ହୋଇଥାଏ । ଫଳରେ ରୋଗୀ ଏଥିରେ ଆକ୍ରାନ୍ତ ହୋଇଥାଏ । ଦେହ ଅସୁସ୍ଥ ଅନୁଭବ ହେବା, ଜ୍ୱର ହେବା, ଦେହସାରା ଫଳି ଯାଇ ଦାଗ ଚିହ୍ନଟ ହେବା, ମୁହଁରେ ଫଳିବା ଆଦି ଏହି ରୋଗର ଲକ୍ଷଣ । କାନାଡ଼ା ଏବଂ ବ୍ରିଟେନରେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.