ETV Bharat / bharat

Agnipath Scheme: ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି, ଅଗ୍ନିବୀରଙ୍କୁ ଆସାମ ରାଇଫଲରେ ମିଳିବ ଚାକିରି

ଅଗ୍ନିବୀରଙ୍କୁ ଚାକିରି ପାଇଁ ମିଳିବ ପ୍ରାଥମିକତା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି (ବୁଧବାର) ଘୋଷଣା କରିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ ଅଗ୍ନିବୀର ଯେଉଁମାନେ 'ଅଗ୍ନିପଥ' ଯୋଜନା ଅଧୀନରେ 4ବର୍ଷ ପୂରଣ କରିବା ପରେ ପାରାମିଲିଟାରୀ ଓ ଆସାମ ରାଇଫଲରେ ଚାକିରି ପାଇଁ ପ୍ରାଥମିକତା ଦିଆଯିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

ଶାହାଙ୍କ ଘୋଷଣା, ଅଗ୍ନିବୀରଙ୍କୁ ଆସାମ ରାଇଫଲରେ ମିଳିବ ଚାକିରି

author img

By

Published : Jun 15, 2022, 1:12 PM IST

ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ଚାକିରି ପାଇଁ ମିଳିବ ପ୍ରାଥମିକତା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି (ବୁଧବାର) ଘୋଷଣା କରିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ ଅଗ୍ନିବୀର ଯେଉଁମାନେ 'ଅଗ୍ନିପଥ' ଯୋଜନା ଅଧୀନରେ 4ବର୍ଷ ପୂରଣ କରିବା ପରେ ପାରାମିଲିଟାରୀ ଓ ଆସାମ ରାଇଫଲରେ ଚାକିରି ପାଇଁ ପ୍ରାଥମିକତା ଦିଆଯିବାକୁ ନିଷ୍ପତ୍ତି ନେଇଛି । ଗତକାଲି (ମଙ୍ଗଳବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ । ଭାରତୀୟ ସେନାକୁ ବିଶ୍ବର ସର୍ବଶ୍ରେଷ୍ଠ ସେନା କରିବା ଦିଗରେ 'ଅଗ୍ନିପଥ' ନାମକ ଏକ ନୂଆ ସ୍ବଳ୍ପକାଳୀନ ନିଯୁକ୍ତି ଯୋଜନା ଘୋଷଣା ହୋଇଛି ।

  • 'अग्निपथ योजना': देश की सशस्त्र सेना के साथ जुड़कर बने भारत के अग्निवीर...#BharatKeAgniveer pic.twitter.com/1a5pKdXCAR

    — Amit Shah (@AmitShah) June 14, 2022 " class="align-text-top noRightClick twitterSection" data=" ">

ଯୋଜନା ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି ଯେ 'ଅଗ୍ନିପଥ' ନାମକ ଏକ ନୂଆ ସ୍ବଳ୍ପକାଳୀନ ନିଯୁକ୍ତି ନୀତି ଅନୁଯାୟୀ ପ୍ରତିରକ୍ଷା ସେବାରେ ନିଯୁକ୍ତ ସୈନିକମାନଙ୍କୁ ଏହି ଯୋଜନା ଅଧୀନରେ 4 ବର୍ଷ ପୂରଣ କରିବା ପରେ ପାରାମିଲିଟାରୀ ଓ ଆସାମ ରାଇଫଲରେ ଚାକିରି ପାଇଁ ପ୍ରାଥମିକତା ଦିଆଯିବ । ଏନେଇ ବିସ୍ତୃତ ଯୋଜନା ଆରମ୍ଭ ହୋଇଛି । ଯୁବପିଢିଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଏହା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହା ଏକ ଦୂରଦୃଷ୍ଟିସମ୍ପନ୍ନ ତଥା ସ୍ବାଗତଯୋଗ୍ୟ ନିଷ୍ପତ୍ତି ବୋଲି ଟ୍ବିଟ କରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଏହା ବି ପଢନ୍ତୁ...Agnipath Scheme: ସଶସ୍ତ୍ର ବଳରେ ସାମିଲ ନେଇ ନିଯୁକ୍ତି ଯୋଜନା, ଭର୍ତ୍ତି ହେବେ ଅଗ୍ନିବୀ

ଅଗ୍ନିପଥ ଯୋଜନାରେ ଯୁବଶକ୍ତିଙ୍କୁ ତାଲିମ ଦିଆଯିବ । ଏହାପରେ ସେମାନଙ୍କୁ ଦେଶ ସୁରକ୍ଷା ଓ ସେବା ପାଇଁ ଆଉ ଟିକେ ବଳ ମିଳିବ । ଏହି ପ୍ରରିପ୍ରେକ୍ଷୀରେ ଗୃହ ମନ୍ତ୍ରଣାଳୟ CAPF ଓ ଆସାମ ରାଇଫଲ୍ସର ନିଯୁକ୍ତିରେ ଏହି ଯୋଜନା ଅଧୀନରେ ୪ ବର୍ଷ ପୂରଣ କରିଥିବା ଅଗ୍ନିବୀରଙ୍କୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ନେଇଛି ।

ଅଗ୍ନିପଥ ଯୋଜନା...

ଏହି ଯୋଜନାରେ ଅଗ୍ନିବୀର ଭାବେ 4 ବର୍ଷ ପାଇଁ ଦେଶ ସେବା ପାଇଁ ସୁଯୋଗ ମିଳିବ । ସ୍ଥଳ ସେନା, ବାୟୁ ସେନା ଓ ନୌସେନାରେ ନିଯୁକ୍ତୁ ସୁଯୋଗ ରହିବ । ସର୍ବ ଭାରତୀୟ ପ୍ରତିଭା ଆଧାରରେ ନିଯୁକ୍ତ ହେବ । ଆକର୍ଷଣୀୟ ମାସିକ ବେତନ ଏବଂ ସେବା ନିଧି ପ୍ୟାକେଜ ରହିଛି ।

4 ବର୍ଷ ପରେ ପ୍ରତିଭା ଏବଂ ସାଂଗଠନିକ ଆବଶ୍ୟକତାକୁ ଆଧାର କରି ଏକ କେନ୍ଦ୍ରୀୟ, ସ୍ବଚ୍ଛ ବ୍ୟବସ୍ଥା ମାଧ୍ୟମରେ ନିୟମିତ କ୍ୟାଡରରେ 25% ପର୍ଯ୍ୟନ୍ତ ଅଗ୍ନିବୀରଙ୍କ ଚୟନ କରାଯିବ । ଏନେଇ ଆବେଦନକାରୀଙ୍କ ବୟସ 17.5ରୁ 21 ବର୍ଷ ରଖାଯାଇଛି । ପ୍ରଶିକ୍ଷଣ ଅବଧି ସମେତ ପ୍ରାର୍ଥୀଙ୍କୁ 4 ବର୍ଷ କାର୍ଯ୍ୟକାଳ ପାଇଁ ନିଯୁକ୍ତି ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.