ETV Bharat / bharat

ଦେଶରେ ବଢ଼ୁଛି କୋରୋନା ସଂକ୍ରମଣ, ରାଜ୍ୟଗୁଡ଼ିକୁ ସତର୍କ କରାଇଲେ କେନ୍ଦ୍ର ସରକାର

author img

By ETV Bharat Odisha Team

Published : Dec 19, 2023, 9:41 AM IST

JN 1 Subvariant Scare: କୋରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ପରେ ବଢ଼ିଲା ଚିନ୍ତା । ସଜାଗ ରହିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

JN 1 Subvariant Scare
କୋରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । କୋରୋନାର ନୂଆ ଭାରିଏଣ୍ଟ ଜେଏନ୍‌-1କୁ ନେଇ ବଢ଼ିଲା ଚିନ୍ତା । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୁଧାଂଶ ପନ୍ତ ।

ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ପୁଣି କୋରୋନା ମାମଲା ବୃଦ୍ଧି ହେବାରେ ଲାଗିଛି । କେରଳ ପରି କେତେକ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଡିସେମ୍ବର 8 ତାରିଖରେ କୋଭିଡ ସବଭାରିଏଣ୍ଟ ଜେଏନ1 ସଂକ୍ରମିତ କେରଳରୁ ଚିହ୍ନଟ ହୋଇଥିଲେ । ଏହା ପୂର୍ବରୁ ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲାର ଜଣେ ବ୍ୟକ୍ତି ସିଙ୍ଗାପୁରରେ ଏହି ନୂଆ ଭାରିଏଣ୍ଟରେ ସଂକ୍ରମିତ ହୋଇଥିଲେ। ଫେଷ୍ଟିଭ ସିଜିନରେ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା ରହିଛି । ନୂଆ ଭାରିଏଣ୍ଟର ସଂକ୍ରମଣକୁ କମ୍ କରିବା ପାଇଁ ରାଜ୍ୟଗୁଡିକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା କୋଭିଡ ପ୍ରୋଟକଲ ଅନୁସରଣ କରିବା ସହ ସର୍ଭିଲାନ୍ସ ଜାରି ରଖିବା ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆୟାଇଛି । ଇନ୍‌ଫ୍ଲୁଏଞ୍ଜା ପରି ରୋଗ (ଆଇଏଲ୍ଆଇ) ଏବଂ ସେଭର ଆକ୍ୟୁଟ୍‌ ରେସ୍ପିରାଟୋରି ରୋଗ (SARI)ର ଲକ୍ଷଣ ଉପରେ ଜିଲ୍ଲାସ୍ତରୀୟରରେ ନଜର ରଖିବା ଏବଂ ଏ ବିଷୟରେ ଅବଗତ କରାଇବାକୁ କୁହାଯାଇଛି । କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ଜିଲ୍ଲାରେ କୋରୋନା ଟେଷ୍ଟିଂକୁ ବୃଦ୍ଧି କରିବା ସହ ଆରଟି ପିସିଆର ଓ ଆଣ୍ଟିଜେନ୍‌ ଟେଷ୍ଟ କରାଯିବା ଆବଶ୍ୟକ । ଏଥିସହ ପଜିଟିଭ ଆସୁଥିବା ସାମ୍ପଲର ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଇବା ନିର୍ଦ୍ଦେଶ ଦିଆଯାଇଛି । ଭାରତରେ କୋରୋନାର ନୂଆ ଭାରିଏଣ୍ଟ ଜେଏନ1 ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢନ୍ତୁ-ଭୟ ବଢାଉଛି କୋରୋନାର ନୂଆ ଭାରିଏଣ୍ଟ, ପୁଣି ମାସ୍କ ବାଧ୍ୟତାମୂଳକ

ସୋମବାର ଦେଶରେ 260 ନୂଆ ଭାରିଏଣ୍ଟ୍‌ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ଟିଭ୍‌ ରୋଗୀଙ୍କ ସଂଖ୍ୟା 1828ରେ ପହଞ୍ଚିଛି । ବର୍ତ୍ତମାନ କେରଳର ଜଣେ 79 ବର୍ଷୀୟ ବୟସ୍କା ଏହି ଭାରିଆଣ୍ଟର ଶିକାର ହୋଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସରାକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହୃଦରୋଗ, ଜ୍ୱର, କିଡନୀ ରୋଗ ଓ ଥଣ୍ଡାରେ ପୀଡ଼ିତ ହୋଇଥିବା 60 ବର୍ଷରୁ ଊର୍ଦ୍ଧ୍ବ ଲୋକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.