ETV Bharat / bharat

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୫୨.୩୭ କୋଟି ଟିକା ଯୋଗାଇଛି କେନ୍ଦ୍ର - କ୍ୟାମ୍ପେନ ମୋଡ

ଏପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୫୨.୩୭ କୋଟି କୋରୋନା ଟିକା ଯୋଗାଇଛି କେନ୍ଦ୍ର । ଅଧିକ ପଢନ୍ତୁ...

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ  ୫୨.୩୭  କୋଟି  ଟିକା ଯୋଗାଇଛି କେନ୍ଦ୍ର

author img

By

Published : Aug 8, 2021, 12:10 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କ୍ୟାମ୍ପେନ ମୋଡରେ ଟୀକାକରଣ । ଏନେଇ କେନ୍ଦ୍ର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ମାଗଣାରେ ଟିକା ଯୋଗାଉଛି । ଏପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ କେନ୍ଦ୍ର ୫୨.୩୭ କୋଟି କୋରୋନା ଟିକା ଯୋଗାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

୫୨କୋଟି ୩୭ ଲକ୍ଷ ୫୦ ହଜାର ୮୯୦ କୋରୋନା ଟିକାର ଡୋଜ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ କେନ୍ଦ୍ର ଦେଇଥିବା ବେଳେ ସେଥି ମଧ୍ୟରେ ୫୦ କୋଟି ୩୨ ଲକ୍ଷ ୭୭ ହଜାର ୯୪୨ ଟିକା ବ୍ୟାବହାର ହୋଇଛି । ଏବେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ୨ କୋଟି ୪୨ଲକ୍ଷ ୮୭ ହଜାର, ୧୬୦ କୋଭିଡ ଟିକା ମହଜୁଦ ରହିଛି । ଅଧିକ ଟୀକାକରଣ ଉପଲବ୍ଧ ହେବା ଦ୍ୱାରା ଟୀକାକରଣ ଡ୍ରାଇଭ୍ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଜୁନ୍ ୨୧ରେ କ୍ୟାମ୍ପେନ ମୋଡରେ ଦେଶବ୍ୟାପୀ ଟୀକାକରଣ ଆରମ୍ଭ ହୋଇଥିଲା । ଅଧିକ ଟିକା ଉପଲବ୍ଧ ହେବା ଦ୍ୱାରା ଟୀକାକରଣ ଡ୍ରାଇଭ୍ କାର୍ଯ୍ୟ କରାଯାଇଛି, ଯେଉଁଥିରେ କେନ୍ଦ୍ର ସରକାର ସହାୟତା କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.