ETV Bharat / bharat

ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ର ନେଇନି କୌଣସି ନିଷ୍ପତ୍ତି: ନୀତିଶ କୁମାର

author img

By

Published : Sep 7, 2021, 12:42 PM IST

ଜାତିଭିତ୍ତିକ ଜନଗଣନାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନଥିବା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । ଅଧିକ ପଢନ୍ତୁ...

ଜାତି ଭିତ୍ତିକ ଜନଗଣନା ନେଇ କେନ୍ଦ୍ର କୌଣସି  ଉତ୍ତର ଦେଇନାହିଁ : ନୀତିଶ କୁମାର

ପାଟଣା: ଜାତିଭିତ୍ତିକ ଜନଗଣନାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନଥିବା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଜାତିଗତ ଭିତ୍ତିରେ ଜନଗଣନା ନେଇ ଦେଶର ବିଭିନ୍ନ ରାଜ୍ୟରେ ଦାବି ଉଠିଛି । ତେଣୁ କେନ୍ଦ୍ର ସରକାର କିଛି ନିର୍ଣ୍ଣୟ ନେବା ଆବଶ୍ୟକତା ରହିଛି । ଏହା ଦେଶ ପାଇଁ ହିତକର ହୋଇଥିବା ବେଳେ ସମସ୍ତଙ୍କ ପାଇଁ ଲାଭଦାୟକ ମଧ୍ୟ । କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏଥିପାଇଁ ଉଚିତ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ନୀତିଶ ।

ସେହିପରି କିଶାନ ଆନ୍ଦୋଳନକୁ ନେଇ ନୀତିଶ କହିଛନ୍ତି, ସମସ୍ତ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ସମ୍ଭବ ହେବ । କିନ୍ତୁ କୃଷକ ସଂଗଠନ କଣ କରୁଛି କିଭଳି ଆନ୍ଦୋଳନ କରୁଛି ତାହା ତାଙ୍କ ଉପରେ ନିର୍ଭର କରୁଛି । କିନ୍ତୁ କୃଷକ ଆନ୍ଦୋଳନକୁ ନେଇ ରାଜନୀତି ହେବା ଅନୁଚିତ । ଏହାକୁ ନେଇ ମୁଁ ଅଧିକ କିଛି କହିବି ନାହିଁ ବୋଲି କହିଛନ୍ତି ନୀତିଶ ।

ସେହିଭଳି ବର୍ତ୍ତମାନର ଅତ୍ୟାବଶ୍ୟକୀୟ ସାମଗ୍ରୀ ପେଟ୍ରୋଲ, ଗ୍ୟାସ, ଦର ବୃଦ୍ଧି ପାଉଥିବା ବେଳେ ଏନେଇ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ମହାମାରୀ ପାଇଁ ଅନେକ ସାମଗ୍ରୀର ରପ୍ତାନୀ ଓ ଆମଦାନୀ ଉପରେ କଟକଣା ଲାଗିଛି । ଯାହାର ପ୍ରଭାବ ଦେଶର ଆର୍ଥିକ ସ୍ଥିତି ଉପରେ ପଡୁଛି । ତେବେ ଏଭଳି ସ୍ଥିତିରେ ଯଦି କୌଣସି ଜିନିଷର ଦରଦାମ ବୃଦ୍ଧି ପାଉଛି ତେବେ ସୀମିତ ସମୟ ପାଇଁ କିଛି କରିହେବ ନାହିଁ । ଏହାକୁ ପ୍ରସଙ୍ଗ କରି ମଧ୍ୟ ରାଜନୀତି କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.