ETV Bharat / bharat

CDS Chopper Crash: କାଲି ଦାଖଲ ହୋଇପାରେ ତଦନ୍ତ ରିପୋର୍ଟ

author img

By

Published : Dec 30, 2021, 6:47 PM IST

ପ୍ରତିରକ୍ଷା ପ୍ରମୁଖ CDS ବିପିନ ରାଓ୍ବତଙ୍କ ଚପର କ୍ରାସର ତଦନ୍ତ ରିପୋର୍ଟ ଚଳିତ ମାସ ଶେଷ (ଆସନ୍ତାକାଲି) ସୁଦ୍ଧା ପ୍ରତିରକ୍ଷା ମନ୍ତ୍ରଣାଳୟରେ ଦାଖଲ କରିପାରେ ତଦନ୍ତକାରୀ ସଂସ୍ଥା । ତ୍ରିସେବାକୁ ନେଇ ଚଠିତ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି କରୁଛି ଦୁର୍ଘଟଣାର ତଦନ୍ତ । ଅଧିକ ପଢନ୍ତୁ

CDS chopper crash: ମାସ ଶେଷ ଶୁଦ୍ଧା ଦାଖଲ ହୋଇପାରେ ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ: ଚଳିତ ମାସ (ଡିସେମ୍ବର) 8 ତାରିଖରେ ପ୍ରତିରକ୍ଷା ପ୍ରମୁଖ ଜେନେରାଲ ବିପିନ ରାଓ୍ବତଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର MI-17 V-5ର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାର ତଦନ୍ତ ରିପୋର୍ଟ ଚଳିତମାସ ଶେଷ ସୁଦ୍ଧା (ଡିସେମ୍ବାର 31 ତାରିଖ) ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଦାଖଲ କରିପାରେ ତଦନ୍ତକାରୀ ସଂସ୍ଥା ।

ତ୍ରିସେବାର ଅଧିକାରୀଙ୍କୁ ନେଇ ଚଠିତ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଏହି ଦୁର୍ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତାକାଲି ମଧ୍ଯରେ ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରତିରକ୍ଷା ମନ୍ତ୍ରଣଳୟ ନିକଟରେ ଦାଖଲ କରିପାରେ ବୋଲି ସୂତ୍ରରୁ ସୂଚନା ମିଳିଛି । ଏହି ଦୁର୍ଘଟଣାରେ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀ ଏବଂ ଅନ୍ୟ 13 ଜଣ ପ୍ରତିରକ୍ଷା କର୍ମଚାରୀ ପ୍ରାଣ ହରାଇଥିଲେ ।

ଏହି ଉଚ୍ଚସ୍ତରୀୟ ଅନୁସନ୍ଧାନକାରୀ ଦଳ ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ତଦନ୍ତ ଜାରି ରଖିଥିବା ବେଳେ ଏହି ବିଶେଷଜ୍ଞ କମିଟିରେ ସ୍ଥଳସେନା ଏବଂ ନୌସେନାର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଡିସେମ୍ବର 31 ସୁଦ୍ଧା ତଦନ୍ତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ ହେବ ବୋଲି ଆଶା କରାଯାଉଛି । ବ୍ଲାକବକ୍ସରୁ ମିଳିଥିବା ତଥ୍ୟର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଓ ପାରିପାର୍ଶ୍ବିକ ସ୍ଥିତିରୁ ଏହି ଉଚ୍ଚ କ୍ଷମତାସମ୍ପନ୍ନ ହେଲିକପ୍ଟର ଦୁର୍ଘଟଣାର କାରଣ ସ୍ପଷ୍ଟ କରିବା ପାଇଁ ପ୍ରୟାସ ଜାରି ରଖିଛି ଏହି ବିଶେଷଜ୍ଞ କମିଟି ।

ଅନୁସନ୍ଧାନ ପାଇଁ ମୂଳ ଯନ୍ତ୍ରପାତି ତଥା ଚପର ଉତ୍ପାଦନକାରୀ ସଂସ୍ଥାର ସହାୟତା ମଧ୍ୟ ଲୋଡିଥିଲା ଭାରତ । ତେବେ ଏହି ଦୁର୍ଘଟଣା ପରେ ଏକାଧିକ ସମ୍ଭାବ୍ୟ ଦିଗ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ତଦନ୍ତକାରୀ ସଂସ୍ଥାର ରିପୋର୍ଟକୁ ସମଗ୍ର ଦେଶର ଅପେକ୍ଷା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.