ETV Bharat / bharat

CDS Chopper Crash: କେମିତି ଖସିପଡିଲା Mi-17V5 ? ଦୁର୍ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି ଋଷ ବିଶେଷଜ୍ଞ

author img

By

Published : Dec 18, 2021, 7:22 PM IST

ବାୟୁସେନା ହେଲିକପ୍ଟର MI-17-V-5 ଦୁର୍ଘଟଣାର ତଦନ୍ତ କରିବା ପାଇଁ ଭାରତ ଆସିପାରେ ଋଷ ବିଶେଷଜ୍ଞ ଦଳ । ବର୍ତ୍ତମାନ ତଦନ୍ତ ଜାରି ରଖିଛି ତ୍ରି-ସେବାର ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ । ଅଧିକ ପଢନ୍ତୁ

CDS chopper crash: ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବେ ଋଷ ବିଶେଷଜ୍ଞ

ନୂଆଦିଲ୍ଲୀ: CDS ଓ ଅନ୍ୟ ୧୩ ଜଣଙ୍କୁ ନେଇ ଉଡାଣ ଭରିଥିବା ଋଷ ନିର୍ମିତ ଅତ୍ୟାଧୁନିକ ହେଲିକପ୍ଟର MI-17-V-5 ଦୁର୍ଘଟଣାଗ୍ରସ୍ତ ହେବା ସମସ୍ତଙ୍କୁ ଚକିତ କରିଥିବା ବେଳେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି ଋଷ ବିଶେଷଜ୍ଞ । ହେଲିକପ୍ଟର ନିର୍ମାଣକାରୀ ସଂସ୍ଥା ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ଗଠନ କରି ଦୁର୍ଘଟଣାର ତଦନ୍ତ ପାଇଁ ଭାରତ ପଠାଇ ପାରନ୍ତି ବୋଲି ସୂତ୍ରରୁ ସୂଚନା ମିଳିଛି ।

ଗତ ୮ ତାରିଖର ତାମିଲନାଡୁର ନୀଳଗିରି ଜିଲ୍ଲାର କନ୍ନୁରୁ ଠାରେ ଏହି ହେଲିକପ୍ଟର ଦୁର୍ଘଟଣାରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ରାଓ୍ବତ ଓ ପତ୍ନୀ ମଧୁଲିକାଙ୍କ ସମେତ ମୋଟ ୧୪ ଜଣ ସେନାଧିକାରୀ ପ୍ରାଣ ହରାଇଥିଲେ ।

ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିବା ସ୍ଥାନଟି ଜଙ୍ଗଲରେ ପରିପୂର୍ଣ୍ଣ । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଗଠନ କରିଥିବା ତ୍ରି-ସେବା ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବ୍ଲାକବକ୍ସ ଓ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ସଂଗ୍ରହ କରିଛନ୍ତି । ସେହିପରି ହେଲିକପ୍ଟର ଅନ୍ୟ ଭଗ୍ନା ବଶେଷ ଏବେ ମଧ୍ୟ ସେଠାରେ ପଡିରିହିଥିବା ବେଳେ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ କର୍ଡନ କରି ରଖିଛି । ଏପରି ସ୍ଥଳେ ଋଷରୁ ଆସୁଥିବା ବିଶେଷଜ୍ଞ ଟିମ ମଧ୍ୟ ଉକ୍ତ ସ୍ଥାନ ପରଦର୍ଶନ କରି ପାରିପାର୍ଶ୍ବିକ ସ୍ଥିତି ସମୀକ୍ଷା କରିପାରନ୍ତି ।

ଦୁର୍ଘଟଣା ଘଟିଥିବା ସ୍ଥାନ ଆଖପାଖରେ ପ୍ରାୟ ୬ ପରିବାର ବସବାସ କରୁଥିବା ବେଳେ ତଦନ୍ତ ପ୍ରକ୍ରିୟା ଓ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଛି ସ୍ଥାନୀୟ ପ୍ରଶାସନ । ବର୍ତ୍ତମାନ ସ୍ଥଳସେନା ବିଶେଷଜ୍ଞ ଓ ସ୍ଥାନୀୟ ପୋଲିସ ଦୁର୍ଘଟଣା ସ୍ଥଳ ସମେତ ତଦନ୍ତ ପରିସର ମଧ୍ୟରେ ଆସୁଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ କର୍ଡନ କରି ରଖିଛି । ଏବେ ମଧ୍ୟ ପଡିରହିଥିବା ହେଲିକପ୍ଟର ଭଗ୍ନ ଅଂଶବିଶେଷ ପ୍ରାୟ ୨ଟନ ଓଜନ ହେବା ନେଇ ଅନୁମାନ କରାଯାଉଛି । ଆବଶ୍ୟକ ପଡିଲେ ଏହି ସମ୍ପୂର୍ଣ୍ଣ ଭଗ୍ନାଂବଶେଷକୁ ମଧ୍ୟ ସେନା ତଦନ୍ତ ପାଇଁ ନେଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.