ETV Bharat / bharat

Ashes Immersion: ରାୱତ ଦମ୍ପତିଙ୍କ ଅସ୍ଥି ଗଙ୍ଗାରେ ହେବ ବିସର୍ଜନ

author img

By

Published : Dec 10, 2021, 10:42 PM IST

ପଞ୍ଚଭୂତରେ ବିଲୀନ ହେଲେ CDS ଜେନରାଲ ବିପିନ ରାୱତ (CDS Bipin Rawat Asthi )। ଶୁକ୍ରବାର ଦେଶର ପ୍ରଥମ ସିଡିଏସ ଜେନରାଲ ବିପିନ ରାୱତ ଓ ତାଙ୍କ ସ୍ତ୍ରୀ ମଧୁଲିକା ରାୱତଙ୍କୁ ଦିଲ୍ଲୀ କେଣ୍ଟ ସ୍ଥିତ ବ୍ରାର ସ୍କୋୟାର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ଅଧିକ ପଢନ୍ତୁ

CDS Bipin Rawat
CDS ବିପିନ ରାୱତ ଓ ପତ୍ନୀଙ୍କ ଅସ୍ଥି ଗଙ୍ଗାରେ ହେବ ବିସର୍ଜନ

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ CDS ଜେନରାଲ ବିପିନ ରାୱତ (CDS Bipin Rawat Asthi )। ଶନିବାର ବିପିନ ରାୱତ ଓ ତାଙ୍କ ସ୍ତ୍ରୀ ମଧୁଲିକା ରାୱତଙ୍କ ଅସ୍ଥିକୁ ହରିଦ୍ବାରରେ ବିସର୍ଜନ କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାର ଦେଶର ପ୍ରଥମ ସିଡିଏସ ଜେନରାଲ ବିପିନ ରାୱତ ଓ ତାଙ୍କ ସ୍ତ୍ରୀ ମଧୁଲିକା ରାୱତଙ୍କୁ ଦିଲ୍ଲୀ ବ୍ରାର ସ୍କୋୟାର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ଜେନରାଲଙ୍କ ବଡ ଝିଅ କୃତିକା ଓ ସାନ ଝିଅ ତାରିଣୀ ପିତା ସିଡିଏସ ଜେନରାଲ ବିପିନ ରାୱତ ଓ ମାତା ମଧୁଲିକା ରାୱତଙ୍କୁ ମୁଖାଗ୍ନୀ ଦେଇଥିଲେ। ଜେନରାଲ ରାୱତଙ୍କ ସାନ ଝିଅ ତାରିଣୀ କହିଛନ୍ତି ଆମେ ଶନିବାର ପିତା ଓ ମାତାଙ୍କ ଅସ୍ଥି ହରିଦ୍ବାର ନେଇ ଯିବୁ।

ବିପିନ ରାୱତଙ୍କ ସାନ ଭାଇ ତଥା ପୂର୍ବ ସେନା ଅଧିକାରୀ ବିଜୟ ରାୱତ କହିଛନ୍ତି ଯେ ଆମେ କାଲି ଅସ୍ଥିକୁ ଗଙ୍ଗା ନେବୁ ଏବଂ ପରିବାରର ସମସ୍ତ ସଦସ୍ୟ ଯିବେ ବୋଲି କହିଛନ୍ତି। ତାମିଲନାଡୁର ୱେଲିଂଟନ ସମାରୋହରେ ଯିବା ପୂର୍ବରୁ ମୁଁ ତାଙ୍କ ସହିତ କଥା ହୋଇଥିଲି। ଆମେ କେବେ ମଧ୍ୟ ଭାବିନଥିଲୁ ଆମକୁ ଏ ଭଳି ସବୁଦିନ ପାଇଁ ଛାଡି ପଳାଇଯିବେ ବୋଲି କହିଛନ୍ତି ।

ସୂଚନାଥାଉକି ଗତ ବୁଧବାର ଦିନ ତାମିଲନାଡୁର ସୁଲୁର ଏୟାରବେସରୁ Mi17V5 ହେଲିକପ୍ଟର ଯୋଗେ ୱେଲିଂଟନ ଏୟାର ଡିଫେନ୍ସ କଲେଜରେ ଯିବାବେଳେ ନୀଳଗିର ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିଲେ ୧୪ ଜଣଙ୍କ ମଧ୍ୟରୁ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଘଟଣାର ତଦନ୍ତ ପାଇଁ ଏୟାର ମାର୍ଶାଲ ମାନଭେନ୍ଦ୍ର ସିଂହଙ୍କୁ ଦାୟିତ୍ବ ଦିଆଯାଇଛି। ଦୁର୍ଘଟଣାସ୍ଥଳରୁ ହେଲିକପ୍ଟରର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି। ସମସ୍ତ ତଥ୍ୟକୁ ନେଇ ତନ୍ନ ତନ୍ନ କରି ଯାଞ୍ଚ କରୁଛି ଉଚ୍ଚସ୍ତରୀୟ ତଦନ୍ତ କମିଟି। ତେବେ କେଉଁ କାରଣରୁ ଏ ଭଳି ବଡ ଘଟଣା ଘଟିଛି ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.