ETV Bharat / bharat

ସ୍ପଷ୍ଟ ଦିବାଲୋକରେ ସ୍କୁଲ ଛାତ୍ରୀଙ୍କୁ ଗୁଳିମାଡ

author img

By

Published : Aug 18, 2022, 10:29 PM IST

ପାଟନାରେ ସ୍କୁଲ ଛାତ୍ରୀଙ୍କୁ ଗୁଳି ଚଳାଇ ଆକ୍ରମଣକାରୀ ଯୁବକ ଫେରାର । CCTV ରେ କଏଦ ହେଲା ଗୁଳିକାଣ୍ଡର ସମ୍ପୂର୍ଣ୍ଣ ଦୃଶ୍ୟ । ଗୁରୁତର ଅବସ୍ଥାରେ ଛାତ୍ରୀ ICUରେ ଭର୍ତ୍ତି । ଜାରି ରହିଛି ପୋଲିସର ତଦନ୍ତ । ଅଧିକ ପଢନ୍ତୁ

ସ୍ପଷ୍ଟ ଦିବାଲୋକରେ ସ୍କୁଲ ଛାତ୍ରୀଙ୍କୁ ଗୁଳି କରି ହତ୍ୟା, CCTV ରେ କଏଦ ହେଲା ହତ୍ୟାକାଣ୍ଡ

ପାଟନା: ସ୍ପଷ୍ଟ ଦିବାଲୋକରେ ସ୍କୁଲ ଛାତ୍ରୀଙ୍କୁ ଗୁଳି ଚଳାଇ ଫେରାର ହୋଇଗଲା ଆକ୍ରମଣକାରୀ ଯୁବକ । ବିହାର ରାଜଧାନୀ ପାଟନାରେ ବେର ପୋଲିସ ଷ୍ଟେସନ (Beur police station)ଅଧୀନ ଇନ୍ଦ୍ରପୁରୀ ଅଞ୍ଚଳରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଅତି ନିକଟରୁ ମୁଣ୍ଡକୁ ଗୁଳିମାଡ ହୋଇଛି (School Girl Shot case In Patna)। ଛାତ୍ରୀଙ୍କ ପଛପଟୁ ମୁଣ୍ଡକୁ ଗୁଳି କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଆକ୍ରମଣକାରୀ ଯୁବକ। ନିକଟରେ ଲାଗିଥିବା ସିସିଟିଭିରେ ଏହି ଗୁଳିକାଣ୍ଡର ସମସ୍ତ ଦୃଶ୍ୟ କଏଦ ହୋଇଛି (CCTV Video Of School Girl Shot case)।

ସ୍ପଷ୍ଟ ଦିବାଲୋକରେ ସ୍କୁଲ ଛାତ୍ରୀଙ୍କୁ ଗୁଳି, CCTV ରେ କଏଦ ହେଲା ଗୁଳିକାଣ୍ଡ

ICU ରେ ଗୁରୁତର ଛାତ୍ରୀ:-

ତେବେ ଛାତ୍ରୀଜଣଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅତି ନିକଟରୁ ଗୁଳି ବାଜିଥିବାରୁ ସଙ୍କଟାପନ୍ନ ଅବସ୍ଥାରେ ICUରେ ତାଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ହସ୍ପିଟାଲରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛି । ସିସିଟିଭି ଫୁଟେଜରୁ ମଧ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ । ଗୁଳିମାଡର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରି ନାହିଁ ।

ପିଠିରେ ବାଜିଛି ଦୁଇଟି ଗୁଳି:-

ଗୁଳିମାଡର ଶିକାର ହୋଇଥିବା ସ୍କୁଲ ଛାତ୍ରୀ 16 ବର୍ଷୀୟା କାଜଲ ଓ ସେ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି । ସକାଳେ ସେ କୋଚିଂ ପାଇଁ ଯାଇଥିଲା ବେଳେ ଆକ୍ରମଣକାରୀ ଯୁବକଟି ତାଙ୍କ ପିଚ୍ଛା କରିଥିଲା ଓ ପରେ ପଛପଟୁ ଅତି ନିକଟରୁ ଗୁଳି ଚଳାଇ ଫେରାର ହୋଇଯାଇଥିଲା । ଛାତ୍ରୀଙ୍କ ପିଠିରେ ଦୁଇଟି ଗୁଳି ଲାଗିଛି । ତାଙ୍କୁ ଅତି ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଏବେ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତକୁ ଖୋଜୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.