ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(CBSE)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗର ମାତ୍ର ୨୪ ଘଣ୍ଟାରେ ସମାଧାନ ହୋଇଛି । ଅବ୍ୟବସ୍ଥା ସାମ୍ନାକୁ ଆସିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ହସ୍ତକ୍ଷେପ କରିଥିଲେ । CBSE ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯିବା ସହ ସମାଧାନ କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି । ଏହା ଦ୍ୱାରା 28ହଜାର 310 ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବୋର୍ଡ କହିଛି ।

ଏହି କମିଟିର ଅନୁଧ୍ୟାନ ରିପୋର୍ଟ ଆଧାରରେ ସିବିଏସ୍ଇ ଦଶମ ଶ୍ରେଣୀ ଓଡିଆ ବିଷୟର OMRଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସଠିକ୍ ଉତ୍ତର ସହ ମୂଲ୍ୟାଙ୍କନ କରିଥିଲେ । ଛାତ୍ରଛାତ୍ରୀଙ୍କ ସଂଶୋଧିତ ମୂଲ୍ୟାୟନ ମାର୍କକୁ ସମ୍ପୃକ୍ତ ବିଦ୍ୟାଳୟଗୁଡିକୁ ପଠାଇ ଦିଆଯାଇଛି । ଏହା ଦ୍ୱାରା ସମସ୍ୟାରେ ଥିବା ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ