ETV Bharat / bharat

CBSE ବୋର୍ଡ ମୂଲ୍ୟାଙ୍କନ ଢାଞ୍ଚାରେ ପରିବର୍ତ୍ତନ, ୧୦ମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ମିଳିବନି ଡିଭିଜନ - କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ

CBSE ବୋର୍ଡ ମୂଲ୍ୟାଙ୍କନ ଢାଞ୍ଚାରେ ପରିବର୍ତ୍ତନ । ଏଣିକି ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ମିଳିବନି ଡିଭିଜନ । ଅଧିକ ପଢନ୍ତୁ

CBSE
CBSE
author img

By ETV Bharat Odisha Team

Published : Dec 1, 2023, 10:18 PM IST

ନୂଆଦିଲ୍ଲୀ: ସିବିଆଇ ବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ନିଜ ମୂଲ୍ୟାଙ୍କନ ଢାଞ୍ଚାରେ ପରିବର୍ତ୍ତନ କରିଛି । ଏଣିକି ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦିଆଯିବ ନାହିଁ । ଏହା ପରିବର୍ତ୍ତେ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପ୍ରତି ବିଷୟରେ ସେମାନେ ରଖିଥିବା ମାର୍କ ଉଲ୍ଲେଖ ରହିବ । ଯଦି କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ମୋଟ ମାର୍କ ଆବଶ୍ୟକ କରେ ତେବେ ସେମାନେ ନିଜେ ବାହାର କରିବେ । ଶୁକ୍ରବାର ଏ ନେଇ ସିବିଏସଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏ ନେଇ ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସାନ୍ୟାମ ଭରଦ୍ବାଜ କହିଛନ୍ତି, "କୌଣସି ସାମଗ୍ରିକ ବର୍ଗ ବା ଡିଭିଜନ, ବିଶେଷ ଦକ୍ଷତା ବା ଡିଷ୍ଟିନକ୍ସନ କିମ୍ବା ମୋଟ ମାର୍କ ଦିଆଯିବ ନାହିଁ । ଯଦି କୌଣସି ପ୍ରାର୍ଥୀ ୫ଟିରୁ ଅଧିକ ବିଷୟ ନେଇଥିବେ, ତେବେ ତାଙ୍କୁ ଆଡମିସନ ଦେଉଥିବା ଉଚ୍ଚ ଶିକ୍ଷାନୁଷ୍ଠାନ କିମ୍ବା ନିଯୁକ୍ତିଦାତା ତାଙ୍କ ପାଇଁ ସର୍ବୋତ୍ତମ ୫ଟି ବିଷୟ ବିଚାରକୁ ନେଇପାରନ୍ତି । ବୋର୍ଡ ମାର୍କଗୁଡିକର ଶତକଡ଼ା ହିସାବ କରେ ନାହିଁ କିମ୍ବା ଘୋଷଣା କରେ ନାହିଁ । ଯଦି ଉଚ୍ଚଶିକ୍ଷା କିମ୍ବା ରୋଜଗାର ପାଇଁ ମାର୍କ ପ୍ରତିଶତ ଆବଶ୍ୟକ, ତେବେ ଆଡମିସନ୍ ଗ୍ରାଣ୍ଟ ଇନଷ୍ଟିଚ୍ୟୁଟ୍ କିମ୍ବା ନିଯୁକ୍ତିଦାତା ନିଜେ ହିସାବ କରିପାରିବେ ।"

ଏହା ବି ପଢନ୍ତୁ- CBSE ବଦଳାଇଲା ବୋର୍ଡ ପରୀକ୍ଷା ଢାଞ୍ଚା

ଏହାପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନାବଶ୍ୟକ ପ୍ରତିଯୋଗିତାକୁ ଦୂରେଇବା ଲକ୍ଷ୍ୟରେ ସିବିଏସ୍ଇ ମେରିଟ୍ ତାଲିକା ପ୍ରକାଶ କରିବାର ଅଭ୍ୟାସକୁ ମଧ୍ୟ ସମାପ୍ତ କରିଥିଲା । ୨୦୨୦ କୋଭିଡ ମହାମାରୀ ସମୟରେ ବୋର୍ଡ ପକ୍ଷରୁ ମେରିଟ୍‌ ତାଲିକା ପ୍ରକାଶ ପାଇନଥିଲା । ସେହି ସମୟରେ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ହାରାହାରି ମାର୍କରୁ ଫଳାଫଳ ଘୋଷଣା କରାଯାଇଥିଲା । ତେବେ ମହାମାରୀ ପରବର୍ତ୍ତୀ ବର୍ଷରେ ମଧ୍ୟ ଏହି ଅଭ୍ୟାସକୁ ପୁନଃସ୍ଥାପିତ ନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି ।

ସିବିଏସଇ ମେ ମାସରେ ଘୋଷଣା କରିଥିଲା ​​ଯେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷା ଫେବୃଆରୀ ୧୫, ୨୦୨୪ରୁ ଆରମ୍ଭ ହେବ । ସେପଟେ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବାକୁ ଏହା ପୂର୍ବରୁ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ସୂଚୀ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଏଯାବତ ପରୀକ୍ଷା ସୂଚୀ ପ୍ରକାଶ ପାଇନାହିଁ । ଭାରତରେ ୨୮ ହଜାରରୁ ଅଧିକ ସ୍ଲୁଲ ସିବିଏସଇ ଅଧୀକୃତ । ଗତବର୍ଷ ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଦେଇଥିବା ବେଳେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦ୍ବାଦଶ ବୋର୍ଡ ପରୀକ୍ଷା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.