ETV Bharat / bharat

Feedback Unit case: ସିସୋଦିଆଙ୍କ ସମେତ 5 ଜଣଙ୍କ ନାମରେ CBI ଏତଲା - କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା

ଫିଡବ୍ୟାକ୍ ୟୁନିଟ ଗଠନ ମାମଲାରେ ସିସୋଦିଆଙ୍କ ନାମରେ ପୁଣି ଏତଲା । ନୂଆ ବିଭାଗ ଖୋଲି ଗୁଇନ୍ଦାଗିରି କରିଥିବା ନେଇ ହୋଇଥିଲା ଅଭିଯୋଗ । ଅଧିକ ପଢନ୍ତୁ

Feedback Unit case: ସିସୋଦିଆଙ୍କ ସମେତ 5 ଜଣଙ୍କ ନାମରେ ସିବିଆଇର ଏତଲା

author img

By

Published : Mar 16, 2023, 5:01 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ପୁଣି ଏତଲା ଦାଏର କରିଛି ସିବିଆଇ । ଦିଲ୍ଲୀ ସରକାରଙ୍କ ଦ୍ବାରା 2016 ରେ କାର୍ଯ୍ୟକାରୀ ହୋଇଥିବା ଫିଡବ୍ୟାକ ୟୁନିଟ ମାମଲାରେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିସୋଦିଆଙ୍କ ସହ 5ଜଣଙ୍କ ନାମରେ ଏତଲା ଦାଏର କରିଛି । ଏହି ଫିଡବ୍ୟାକ ୟୁନିଟ ଗଠନ କରି ଅଧିକାରୀଙ୍କ ଜରିଆରେ କେଜ୍ରିଓ୍ବାଲ ସରକାର ବିରୋଧୀ ଓ ନିଜ ଦଳର ନେତାଙ୍କ ଗତିବିଧି ନେଇ ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଥିଲା ।

ପ୍ରାଥମିକ ତଦନ୍ତ ପରେ ଏହି ୟୁନିଟ ଗଠନ ପଛରେ ଅନିୟମିତତା ଓ ଷଡଯନ୍ତ୍ରର ଗନ୍ଧ ବାରିଛି ତଦନ୍ତକାରୀ ସଂସ୍ଥା । ଏହି ୟୁନିଟ ଗଠନ କରିବାରେ ସଠିକ ପ୍ରୋଟୋକଲ ଅନୁସରଣ କରାଯାଇନି । ଅଯଥା ସରକାରୀ ତହବିଲରୁ ପ୍ରାୟ 36 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ତତ୍କାଳୀନ ଭିଜିଲାନ୍ସ ସଚିବ ସୁକେଶ ଜୈନ, ସିଆଇଏସ୍ଏଫ୍ ଅବସରପ୍ରାପ୍ତ ଡିଜି ଆର.କେ ସିହ୍ନା ଏହାକୁ କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ପରେ ଉଭୟ ଅଧିକାରୀ ଫିଡବ୍ୟାକ ୟୁନିଟର ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଏହି ୟୁନିଟ ଗୁଇନ୍ଦାଗିରି ପାଇଁ କାର୍ଯ୍ୟ କରିଥିବା ନେଇ ତଦନ୍ତକାରୀ ସଂସ୍ଥା କହିଛି । ଏନେଇ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହେବା ପରେ ସିସୋଦିଆଙ୍କ ସମେତ ଏହି ଅଧିକାରୀମାନଙ୍କୁ ମିଶାଇ ମୋଟ 5 ଜଣଙ୍କ ନାମରେ ଏତଲା ଦେଇଛି ସିବିଆଇ ।

କ’ଣ ଏହି ଫିଡବ୍ୟାକ ୟୁନିଟ:- 2016 ମସିହା ଫେବୃଆରୀରେ ଦିଲ୍ଲୀ ସରକାର ଏହି ଫିଡବ୍ୟାକ୍ ୟୁନିଟ୍ ଗଠନ କରିଥିଲେ । ଏଥିରେ 20ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା । ଏହି ଫିଡବ୍ୟାକ୍ ୟୁନିଟ୍ ଫେବୃଆରୀରୁ-ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜନୈତିକ ବିରୋଧୀଙ୍କ କାର୍ଯ୍ୟକଳାପ ନେଇ ଗୁଇନ୍ଦାଗିରି କରିବା ସହ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ବିରୋଧୀ ବିଜେପି ନେତାଙ୍କ ସମେତ ଆମ ଆଦମୀ ପାର୍ଟିର କିଛି ନେତାଙ୍କ କାର୍ଯ୍ୟକଳାପ ଉପରେ ଏହି ଟିମ ନଜର ରଖିବା ସହ ସୂଚନା ସଂଗ୍ରହ କରିଥିବା ଅଭିଯୋଗ ଉଠିଥିଲା । ଯାହାକୁ ଆମ ଆଦମୀ ପାର୍ଟି ପକ୍ଷରୁ ଖଣ୍ଡନ କରାଯାଇଥିଲା । ଅନ୍ୟପଟେ ଏହି ୟୁନିଟ ଗଠନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଏହାର ଗଠନ ପାଇଁ ଉପରାଜ୍ୟପାଳଙ୍କ ଅନୁମୋଦନ ନିଆଯାଇନଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଆରମ୍ଭ କରିଥିଲା ।

ପୂର୍ବରୁ ଅନୁମତି ଦେଇଥିଲା ଗୃହ ମନ୍ତ୍ରଣାଳୟ:- ପୂର୍ବରୁ ଏହି ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଗୃହ ମନ୍ତ୍ରଣାଳୟ ଅନୁମୋଦନ ଦେଇସାରିଛି । ପ୍ରଥମେ ଉପରାଜ୍ୟପାଳ ବିନୟ ସକ୍ସେନା ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଅନୁମତି ଦେବା ପରେ କେନ୍ଦ୍ରୀୟ ଅନୁମତି ପାଇଁ ସୁପାରିଶ ମଧ୍ୟ କରିଥିଲେ । ଗୃହ ମନ୍ତ୍ରଣାଳୟ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତକୁ ସୁପାରିଶକୁ ଅନୁମୋଦନ ଦେଇଥିଲା । ଆଜି ଏହି ମାମଲାରେ ସିସୋଦିଆଙ୍କ ସମେତ 5 ଜଣଙ୍କ ନାମରେ ଏତଲା ଦାଏର ହୋଇଛି । ଫଳରେ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ସିସୋଦିଆ ଏବେ ପୁଣି ନୂଆ ମାମଲର ତଦନ୍ତକୁ ମଧ୍ୟ ସାମ୍ନା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.