ETV Bharat / bharat

ଲାଲୁଙ୍କ ନାମରେ ନୂଆ ମାମଲା, ବାସଭବନରେ CBI ରେଡ୍‌

author img

By

Published : May 20, 2022, 8:45 AM IST

Updated : May 20, 2022, 9:06 AM IST

ପୁଣି ଅଡୁଆରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ କିଛି ଦିନ ତଳେ ଜାମିନ ପାଇଥିବା ଲାଲୁ ଯାଦବଙ୍କ ନାମରେ ନୂଆ ଦୁର୍ନୀତି ମାମଲା ଦାୟର କରିଛି ସିବିଆଇ । ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ମଧ୍ୟ ସମାନ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଲାଲୁ ଯାଦବଙ୍କ ନାମରେ ନୂଆ ମାମଲା
ଲାଲୁ ଯାଦବଙ୍କ ନାମରେ ନୂଆ ମାମଲା

ପାଟନା: ପୁଣି ଅଡୁଆରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ କିଛି ଦିନ ତଳେ ଜାମିନ ପାଇଥିବା ଲାଲୁ ଯାଦବଙ୍କ ନାମରେ ନୂଆ ଦୁର୍ନୀତି ମାମଲା ଦାୟର କରିଛି ସିବିଆଇ । ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ମଧ୍ୟ ସମାନ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଆରଆରବି ସରକାରୀ ନିଯୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗରେ 15ଟି ସ୍ଥାନରେ ରେଡ ମାରିଛି ସିବିଆଇ (CBI raids Lalu Prasad Yadav's residence) । 2004ରୁ 2009 ଯାଏ ଲାଲୁ ଯାଦବ ବିହାର ରେଳମନ୍ତ୍ରୀ ଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିଯୁକ୍ତି ପାଇଁ ଲାଞ୍ଚ ଆକାରରେ ଜମି ଦିଆଯାଇଥିବା ଘଟଣାରେ ଲାଲୁ ଓ ତାଙ୍କ ଝିଅଙ୍କ ନାଁରେ ମାମଲା ଦାୟର ହୋଇଛି । FIRକୁ ଆଧାର କରି ଆଜି (ଶୁକ୍ରବାର) ପାଟନାର ଏକାଧିକ ସ୍ଥାନ ସହ ଗୋପାଳଗଞ୍ଜ ଓ ଦିଲ୍ଲୀରେ ରେଡ୍‌ ହୋଇଛି। ଲାଲୁ ଯାଦବ, ତାଙ୍କ ପତ୍ନୀ ଓ ଝିଅଙ୍କ ମୋଟ ୧୭ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି । ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବାବେଳେ ଚାକିରି ଦେବା ପାଇଁ ଲାଞ୍ଚ ଆକାରରେ ଲୋକଙ୍କଠୁ ଜମି ଲାଞ୍ଚ ନେଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା । ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିବା ପରେ ଏବେ ସିବିଆଇ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ, ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଯାଦବଙ୍କୁ ଗତ ମାସ ୨୨ ତାରିଖରେ ଝାରଖଣ୍ଡ ହାଇକୋର୍ଟ ଜାମିନ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 20, 2022, 9:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.