ETV Bharat / bharat

ଆମ୍ରପଲି ଗ୍ରୁପର ପୂର୍ବତନ MDଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା CBI

author img

By

Published : Jan 12, 2023, 3:36 PM IST

ବିହାରର ଲଖିସରାଇ ଠାରେ ଥିବା ବାଳିକା ବିଦ୍ୟାପୀଠଙ୍କ ସମ୍ପାଦକଙ୍କୁ ହତ୍ୟା ଘଟଣା । ଘଟଣାର ୯ ବର୍ଷ ପରେ ଆମ୍ରପଲି ଗ୍ରୁପର ପୂର୍ବତନ ଏମଡିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା ସିବିଆଇ ।

CBI registered a murder case against Anil Sharma

ନୂଆଦିଲ୍ଲୀ: ଆମ୍ରପଲି ଗ୍ରୁପର ପୂର୍ବତନ ଏମଡି ଅନୀଲ ଶର୍ମାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା ସିବିଆଇ (CBI registered a murder case against Amrapali Group's former MD Anil Sharma )। ଦୀର୍ଘ ୯ ବର୍ଷ ତଳେ ବିହାରରେ ଘଟିଥିବା ଏକ ହତ୍ୟାକାଣ୍ଡକୁ ନେଇ ଅନୀଲ ଶର୍ମାଙ୍କ ସେମତ ୮ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି ସିବିଆଇ ।

କଣ ଥିଲା ସମ୍ପୂର୍ଣ୍ଣ ଘଟଣା- ୯ ବର୍ଷ ପୂର୍ବେ ଅର୍ଥାତ ୨୦୧୪ ଅଗଷ୍ଟ ୮ ତାରିଖରେ ବିହାରର ଲଖିସରାଇଠାରେ ଥିବା ବାଳିକା ବିଦ୍ୟାପୀଠ(Balika Vidyapeeth)ର ତତ୍କାଳୀନ ସମ୍ପାଦକ ଡକ୍ଟର ଶରଦ ଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା । ସେ କ୍ୟାମ୍ପସ ଭିତରେ ଥିବା ତାଙ୍କ ଘର ବାଲକୋନିରେ ବସି ପେପର ପଢୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏନେଇ ମୃତ ଶରଦ ଚନ୍ଦ୍ରଙ୍କ ପତ୍ନୀ ଉମା ଶର୍ମା ଆମ୍ରପଲି ଗ୍ରୁପର ଏମଡିଙ୍କ ସମେତ ୮ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ । ଲଖିସରାଇର ବାଳିକା ବିଦ୍ୟାପୀଠର ଜମି ଏବଂ ସମ୍ପତ୍ତି ଦଖଲ କରିବା ପାଇଁ ଏହି ଅପରାଧିକ ଷଡ଼ଯନ୍ତ୍ର ରଚାଯାଇଥିବା ସେ ଅଭିଯୋଗ କରିଥିଲେ ।

ଏହାପରେ ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲାର ତଦନ୍ତ ଦାୟିତ୍ୱ CBIକୁ ହସ୍ତାନ୍ତର ହୋଇଥିଲା । ଶିକ୍ଷାନୁଷ୍ଠାନର ଜମି ଓ ସମ୍ପତ୍ତି ହଡପ ନେଇ ଏପରି ହତ୍ୟାକାଣ୍ଡ ଘଟିଥିବା CBI ତଦନ୍ତରୁ ଜାଣିବାକୁ ପାଇଥିଲା । ଉମା ଶର୍ମା FIR କପିରେ ଅଭିଯୋଗ କରିଥିଲେ ଯେ, ଅମ୍ରପାଲି ଗ୍ରୁପର MD ଅନ୍ୟମାନଙ୍କ ସହ ମିଶି ଅଗଷ୍ଟ ୨୦୦୯ରେ ବାଳିକା ବିଦ୍ୟାପୀଠର ଟ୍ରଷ୍ଟ ଦାୟିତ୍ବରୁ ଶରଦଙ୍କୁ ହଟାଇ ଦେଇଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ସେହି ଦିନଠାରୁ ବିବାଦ ଲାଗି ରହିଥିଲା ।

CBI ଏନେଇ କହିଛି ଯେ, ଶରଦ ଚନ୍ଦ୍ରଙ୍କୁ ପୂର୍ବରୁ ହତ୍ୟା କରିବା ପାଇଁ ଅନେକ ଥର ଟାର୍ଗେଟ କରାଯାଇଥିଲା । କାରଣ ସେ ସ୍କୁଲ ପରିଚାଳନା ନେଇ ପ୍ରଶ୍ନ ଉଠାଇଥିଲେ । ବାଳିକା ବିଦ୍ୟାପୀଠର ଆୟକୁ ଦୁଇ ଅଭିଯୁକ୍ତ ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ରଖୁଥିଲେ । ଏହାକୁ ଶରଦ ବିରୋଧ କରିବାରୁ ତାଙ୍କୁ ବାରମ୍ବାର ଆକ୍ରମଣ କରାଯାଉଥିଲା । ଅନେକ ଥର ତାଙ୍କ ଘରକୁ ଭଙ୍ଗା ଯିବା ସହ ତାଙ୍କୁ ଗୁଳି କରି ହତ୍ୟା କରାଯିବା ନେଇ ଧମକ ଦିଆଯାଉଥିଲା ବୋଲି କହିଛି CBI । ''

୨୦୨୨ ଡିସେମ୍ବର ୧୨ ତାରିଖରେ ପାଟନା ହାଇକୋର୍ଟ ଶରଦଚନ୍ଦ୍ର ପତ୍ନୀଙ୍କ ଆବେଦନ ଉପରେ ଶୁଣାଣି କରି CBIକୁ ଏହି ମାମଲର ତଦନ୍ତ ଦାୟିତ୍ବ ଦେଇଥିଲେ । ଏହାପରେ ଜାନୁଆରୀ ୯ ତାରିଖରେ CBI ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପୂର୍ବରୁ ଟଙ୍କା ହଡପ ମାମଲାରେ ଦିଲ୍ଲୀର ମାଣ୍ଡୋଲି ଜେଲ୍‌ରେ ଥିଲେ ଅନୀଲ ଶର୍ମା । ଗତ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ଅନୀଲ ଶର୍ମାଙ୍କୁ ଦୁଇ ସପ୍ତାହ ପାଇଁ ବେଲ୍‌ ଦେଇଥିଲେ । ତିନି ବର୍ଷରୁ ଅଧିକ ସମୟ ଧରି ସେ ଜେଲ୍‌ରେ ଥିବା ତାଙ୍କ ଓକିଲ ଯୁକ୍ତି ବାଢିବା ପରେ ତାଙ୍କୁ ବେଲ୍‌ ପ୍ରଦାନ କରିଥିଲେ କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.