ETV Bharat / bharat

ନାରଦା ଷ୍ଟିଙ୍ଗ ମାମଲା: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା CBI - ସିବିଆଇ

ନାରଦା ଷ୍ଟିଙ୍ଗ ମାମଲାରେ କୋଲକାତା ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଅଧିକ ପଢନ୍ତୁ...

ନାରଦା ମାମଲାର: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲା CBI

author img

By

Published : May 24, 2021, 10:04 AM IST

Updated : May 24, 2021, 10:43 AM IST

ନୂଆଦିଲ୍ଲୀ/କୋଲକାତା: ବହୁଚର୍ଚ୍ଚିତ ନାରଦା ମାମଲାରେ କୋଲକାତା ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(CBI) । ରବିବାର ମଧ୍ୟରାତ୍ରରେ ଅନଲାଇନ ମାଧ୍ୟମରେ ଏହି ମାମଲାର ଶୁଣାଣି ପାଇଁ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି ।

ନାରଦା ମାମଲାରେ ଗିରଫ ହୋଇଥିବା 4 ଜଣ ଟିଏମସି ନେତାଙ୍କୁ କୋଲକାତା ହାଇକୋର୍ଟ ଗୃହବନ୍ଦୀର ନିର୍ଦ୍ଦେଶ ଦେଇଥିଲେ । ତେବେ ସରକାରଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ସିବିଆଇ । ଆଜି କୋଲକାତା ହାଇକୋର୍ଟ 4 ଟିଏମସି ନେତାଙ୍କ ଜାମିନ ଓ ସୁପ୍ରିମକୋର୍ଟକୁ ମାମଲା ସ୍ଥାନାନ୍ତର କରିଥିବା ଅନୁରୋଧ ଉପରେ ଶୁଣାଣି କରିବାର ଯୋଜନା ରହିଥିଲା । କିନ୍ତୁ ସିବିଆଇ ସିଧାସଳଖ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବା ପରେ କୋଲକାତାରେ ଶୁଣାଣିକୁ ସ୍ଥଗିତ ରଖାଯାଇଛି ।

ଟିଏମିସର 4 ହେଭିୱେଟ ନେତାଙ୍କୁ ନାରଦା ମାମଲାରେ ସିବିଆଇ ଗିରଫ କରିଥିଲା । ଏହାକୁ ନେଇ ପଶ୍ଚିମବଙ୍ଗରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପ୍ରଥମେ ସିବିଆଇ କାର୍ଯ୍ୟାଳୟ 4 ନେତାଙ୍କୁ ଜାମିନ ଦେବା ପରେ ହାଇକୋର୍ଟ ସେମାନଙ୍କ ଜାମିନ ଉପରେ ରୋକ ଲଗାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଗୃହବନ୍ଦୀ ରହିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ତେବେ ସୂଚନା ଥାଉ କି 2014 ମସିହାରେ ଟିଏମସିର 7 ଜଣ ସାଂସଦ, 4 ଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୋଲିସ କର୍ମଚାରୀ ଲାଞ୍ଚ ନେବା ସମୟରେ କ୍ୟାମେରା କଏଦ ହୋଇଥିଲା । ଏହି ଭିଜୁଆଲକୁ ନାରଦା ଗଣମାଧ୍ୟମ ସଂସ୍ଥା 2016 ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ରିଲିଜ କରିଥିଲା । ଦୀର୍ଘ 4 ବର୍ଷ ପରେ ଏହି ଘଟଣାକୁ ନେଇ ସିବିଆଇ ସେମାନଙ୍କୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 24, 2021, 10:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.