ETV Bharat / bharat

Kashmir Police Recruitment Scam: 24 ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI - କାଶ୍ମୀର ପୋଲିସ ବିଭାଗ ଭର୍ତ୍ତି ଦୁର୍ନୀତି

ଜମ୍ମୁ କାଶ୍ମୀର ପୋଲିସରେ ଭର୍ତ୍ତି ଦୁର୍ନୀତି ମାମଲାରେ ଦାଖଲ କଲା ସିବିଆଇ (CBI files charge sheet in Jk police recruitment)। ଚାର୍ଜସିଟରେ ପୋଲିସ ଓ ବିଏସଏଫ ଅଧିକାରୀଙ୍କ ସମେତ 24 ଅଭିଯୁକ୍ତ ତାଲିକାଭୁକ୍ତ । 1200 ସବ-ଇନ୍ସିପେକ୍ଟର ପଦବୀ ପାଇଁ ହୋଇଥିଲା ଚୟନ ପ୍ରକ୍ରିୟା । ଅଧିକ ପଢନ୍ତୁ

Kashmir police recruitment scam: ଚାର୍ଜସିଟ ଦାଖଳ କଲା ସିବିଆଇ

author img

By

Published : Nov 13, 2022, 6:39 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସ ବିଭାଗରେ ହୋଇଥିବା ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଆଜି ଚାର୍ଜସିଟ ଦାଖଲ କରିଛି । ଏହି ବହୁଚର୍ଚ୍ଚିତ ଦୁର୍ନୀତି ମାମଲାର ଚାର୍ଜସିଟରେ ମୋଟ 24ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି ସଂସ୍ଥା । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଏସଏଫ ପୂର୍ବତନ କମାଣ୍ଡାଣ୍ଟଙ୍କ ସମେତ କାଶ୍ମୀର ପୋଲିସର ଜଣେ କନେଷ୍ଟବଳ, ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସିପେକ୍ଟର ଓ ସୀମା ସୁରକ୍ଷା ବଳର ଜଣେ ଅଧିକାରୀ, କନେଷ୍ଟବଳ ଓ ଜଣେ ଶିକ୍ଷକ ମଧ୍ୟ ରହିଛନ୍ତି ।

ଅଗଷ୍ଟ ମାସରେ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା ସିବିଆଇ । ଜମ୍ମୁ କାଶ୍ମୀର ପୋଲିସ ବିଭାଗର ଚୟନ ବୋର୍ଡ (JKSSB) ଦ୍ବାରା ଭର୍ତ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଓ ପରେ ହୋଇଥିବା ପରୀକ୍ଷା ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ମାର୍ଚ୍ଚ 12 ତାରିଖରେ ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ହୋଇଥିଲା । 12 ଶହ ସବ-ଇନ୍ସିପେକ୍ଟର ପଦବୀ ପାଇଁ ଆଶାୟୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଚଳିତ ମାସ ଜୁନରେ ଏହାର ଫଳାଫଳ ପ୍ରକାଶ ପାଇବା ପରେ ବିବାଦ ଆରମ୍ଭ ହୋଇଥିଲା । ଏହି ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କାଶ୍ମୀର ପ୍ରଶାସନର ସୁପାରିଶ କ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ।

ଏହି ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ କରିବା ପରେ ପ୍ରାୟ 77 ସ୍ଥାନରେ ଚଢାଉ କରିଥିଲା । ପରୀକ୍ଷା ପରିଚାଳନା ସହ ସମ୍ପୃକ୍ତ ଏକାଧିକ ବ୍ୟକ୍ତିଙ୍କୁ ଜେରା ମଧ୍ୟ କରିଥିଲା ସଂସ୍ଥା । ଆଜି ସିିବିଆଇ ଏହି ବହୁପ୍ରତିକ୍ଷୀତ ମାମଲାରେ ଚାର୍ଜସିଟ ଦାଖଲ କରିଛି । ଏଥିରେ ଏକାଧିକ ଅଧିକାରୀଙ୍କ ସମେତ ମୋଟ 24ଜଣ ଅଭିଯୁକ୍ତ ରହିଛନ୍ତି । କୋଭିଡ ଲକଡାଉନ କାରଣରୁ ପ୍ରାୟ 3ବର୍ଷ ବିଳମ୍ବରେ ଜମ୍ମୁ କାଶ୍ମୀର ପୋଲିସ ବିଭାଗ ଏହି ଭର୍ତ୍ତି ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଓ ଆବେଦନର ପରିମାଣ ମଧ୍ୟ ଅଧିକ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.