ETV Bharat / bharat

Justice SN Shukla Case: ପୂର୍ବତନ ବିଚାରପତି ଏସଏନ ଶୁକ୍ଲାଙ୍କ ବିରୋଧର ଦୁର୍ନୀତି ମାମଲା ରୁଜୁ - ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସଏନ ଶୁକ୍ଲା

ପୂର୍ବତନ ବିଚାରପତି ଏସଏନ ଶୁକ୍ଲାଙ୍କ ସହ ତାଙ୍କ ପତ୍ନୀ ସୁଚିତା ତିଓ୍ବାରିଙ୍କ ବିରୋଧର ସିବିଆଇର ଦୁର୍ନୀତି ମାମଲା ରୁଜୁ । ଅଧିକ ପଢନ୍ତୁ

Justice SN Shukla
Justice SN Shukla
author img

By

Published : Feb 23, 2023, 8:08 AM IST

ନୂଆଦିଲ୍ଲୀ: ପୁଣି ଥରେ ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସଏନ ଶୁକ୍ଲା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ । କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ବା ସିବିଆଇ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି । ଆୟ ଠାରୁ ୨.୪୫ କୋଟି ଟଙ୍କା ଅଧିକ ଅର୍ଜନ କରିଥିବା ନେଇ ସିବିଆଇ ତରଫରୁ କୁହାଯାଇଛି । ବିଚାରପତିଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହେବା ଦ୍ବିତୀୟ ଘଟଣା । ପୂର୍ବରୁ ଏକ ମେଡିକାଲ କଲେଜ ସପକ୍ଷରେ ନିଷ୍ପତ୍ତି ଶୁଣାଇଥିବାରୁ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଥିଲା । ଡିସେମ୍ବର ୨୦୧୯ ମସିହାରେ ଧାରା ୧୨୦ବିରେ ମାମଲା ରୁଜୁ ହୋଇଥିଲା ।

ଏନେଇ ସିବିଆଇ ପକ୍ଷରୁ କୁହାଯାଇଛି, " ବିଚାରପତି ଏସଏନ ଶୁକ୍ଲା ୨୦୧୪ ମସିହାରୁ ୨୦୧୯ ମଧ୍ୟରେ ଆହ୍ଲାବାଦ ହୋଇକୋର୍ଟର ବିଚାରପତି ଥିବା ସମୟରେ ନିଜ ଆୟ ବର୍ହିଭୂତ ସମ୍ପତ୍ତି ଠାରୁ ଅନୈତିକ ଭାବେ ୨.୪୫ କୋଟି ଟଙ୍କା କମାଇଥିଲେ । ଏନେଇ ସିବିଆଇ ଦ୍ବିତୀୟ ଥର ପାଇଁ ଏସଏନ ଶୁକ୍ଲା ଏବଂ ତାଙ୍କ ପତ୍ନୀ ସୁଚିତା ତିଓ୍ବାରିଙ୍କ ନାମରେ ଦୁର୍ନୀତି ମାମଲା ରୁଜୁ କରିଛି । ଏହି ମାମଲା ଦିଲ୍ଲୀରେ ରୁଜୁ କରାଯାଇଛି ।

ଏଜେନ୍ସି ତରଫରୁ ଦିଆଯାଇଥିବା ସୂଚନାଅନୁସାରେ, ଜଷ୍ଟିସ ଶୁକ୍ଲାଙ୍କର ଦ୍ବିତୀୟ ସ୍ତ୍ରୀ ହେଉଛନ୍ତି ସୁଚିତା ତିଓ୍ବାରି । ତେବେ ଜଷ୍ଟିସ ଶୁକ୍ଲା ନିଜର କିଛି ସମ୍ପତ୍ତିକୁ ସୁଚିତା ତିଓ୍ବାରି ଏବଂ ସାଇଦିନ ତିଓ୍ବାରିଙ୍କ(ପ୍ରଥମ ସ୍ତ୍ରୀଙ୍କ ଭାଇ) ନାମରେ କରିଥିଲେ । ହାଇକୋର୍ଟର ଓ୍ବେବସାଇଟ ଅନୁସାରେ ଜଷ୍ଟିସ ଏସଅନ ଶୁକ୍ଲା ୨୦୦୫ ମସିହା ଅକ୍ଟୋବର ୫ ତାରିଖରେ ଆହ୍ଲାବାଦ ହାଇକୋର୍ଟରେ ନିଯୁକ୍ତି ହୋଇଥିଲେ ଏବଂ ୨୦୨୦ ଜୁଲାଇ ୧୭ ତାରିଖରେ ଅବସର ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଶରଦ ପାଓ୍ବାରଙ୍କ ବଡ ବୟାନ: କହିଲେ ଏହି କାରଣରୁ ମହାରାଷ୍ଟ୍ରରେ ଜାରି ହୋଇନଥିଲା ରାଷ୍ଟ୍ରପତି ଶାସନ

ଜଷ୍ଟିସ୍‍ ଶୁକ୍ଲାଙ୍କ ବିରୋଧରେ ଲକ୍ଷ୍ନୌ ସ୍ଥିତ ଘରୋଇ ମେଡିକାଲ କଲେଜ ପକ୍ଷ ନେବାର ଅଭିଯୋଗ ହୋଇଥିଲା। ପଇସା ନେବା ପରେ ସପକ୍ଷରେ ରାୟ ଶୁଣାଇଥିବା ନେଇ କୁହାଯାଇଥିଲା । ଏହାପରେ ସିବିଆଇ ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ୍‍ ଶୁକ୍ଲାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ ହୋଇଥିଲା । ୨୦୧୮ ମସିହାରେ ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରା ଜଷ୍ଟିସ୍‍ ଶୁକ୍ଲାଙ୍କ ଉପରେ ମହାଭିଯୋଗ ସୁପାରିସ କରିଥିଲେ । କିନ୍ତୁ ବିଚାରୁପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ଉପରେ ମହାଭିଯୋଗ ଲଗାଯାଇନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.