ETV Bharat / bharat

Caught on cctv: ରାଜରାସ୍ତାରେ ଅପହରଣ ଉଦ୍ୟମ, କୌଶଳକ୍ରମେ ଖସିଗଲେ ମହିଳା

author img

By

Published : Jan 1, 2023, 10:16 PM IST

ହରିୟାଣାରେ ସ୍ପଷ୍ଟ ଦିବାଲୋକରେ କାର ସହ ମହିଳାଙ୍କୁ ଅପହରଣ ଉଦ୍ୟମ (4 men try to kidnap woman in Haryana)। ଦୌଡି ପଳାଇଲେ ମହିଳା । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଅଧିକ ପଢନ୍ତୁ

ରାଜରାସ୍ତାରେ ମହିଳାଙ୍କୁ ଅପହରଣ ଉଦ୍ୟମ
ରାଜରାସ୍ତାରେ ମହିଳାଙ୍କୁ ଅପହରଣ ଉଦ୍ୟମ
ରାଜରାସ୍ତାରେ ଅପହରଣ ଉଦ୍ୟମ

ହାଇଦ୍ରାବାଦ: ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁ ଅପହରଣ ଉଦ୍ୟମ । ରାସ୍ତା ଉପରୁ ଏକ କାର ସହ 4ଜଣ ଯୁବକ ମହିଳାଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ କୌଶଳକ୍ରମେ ମହିଳାଜଣଙ୍କ ସେମାନଙ୍କ ନିକଟରୁ ଦୌଡି ପଳାଇ ଖସିଯିବାରେ ସକ୍ଷମ ହୋଇଛନ୍ତି (4 men try to kidnap woman in Haryana)। ନିକଟରେ ଲାଗିଥିବା ଏକ ସିସିଟିଭିରେ ଏ ସମସ୍ତ ଘଟଣା କଏଦ ହୋଇଛି । ହରିୟାଣାର ଯମୁନା ନଗରରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଥିବା ଦୃଶ୍ୟ ଅନୁସାରେ, 4ଜଣ ବ୍ୟକ୍ତି ଜଣେ ମହିଳାଙ୍କୁ କାର ସହ ଅପହରଣ କରିବାକୁ ଉଦ୍ୟମ କରୁଛନ୍ତି । ମହିଳା ବସିଥିବା ଏକ କାରରେ ଏହି ବ୍ୟକ୍ତିମାନେ ପ୍ରବେଶ କରିବା ପରେ କାର ସହ ମହିଳାଙ୍କୁ ନେଇଯିବାକୁ ଉଦ୍ୟମ କରୁଛନ୍ତି । ତେବେ ମହିଳାଜଣଙ୍କ କାର ଭିତରୁ କୌଶଳକ୍ରମେ ବାହାରିଯିବା ସହ ଦୌଡି ପଳାଉଛନ୍ତି । ଏହି ଅପହରଣ ଉଦ୍ୟମ କରିଥିବା ଦୁର୍ବୃତ୍ତମାନେ ମଧ୍ୟ ମହିଳାଙ୍କ ପଛରେ ଧାଇଁ ତାଙ୍କୁ କାବୁ କରିବା ପାଇଁ ଚେଷ୍ଚା କରୁଛନ୍ତି । ହେଲେ ସେମାନେ ସଫଳ ହୋଇପାରି ନାହାନ୍ତି । ତେବେ ଏପରି ଭିଡିଓ ସାମ୍ନାକୁ ଆସିବା ପରେ ସାଧାରଣରେ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଘଟଣା ନେଇ ଯମୁନା ନଗର ଉପଆରକ୍ଷୀ ଅଧୀକ୍ଷକ କମଲଦୀପ ସିଂ କହିଛନ୍ତି, ମହିଳା ଜିମ ସାରି ନିଜ କାରରେ ପ୍ରବେଶ କରିବା ସମୟରେ ଏହି ଅପହରଣ ଉଦ୍ୟମ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କାରଯାଇ ସାରିଛି । ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି, ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଚିହ୍ନଟ ଓ ଗିରଫ କରାଯିବ । ତେବେ ଗିରଫ ଅଭିଯୁକ୍ତଙ୍କୁ ଜେରା ଜାରି ରହିଛି । ପ୍ରକୃତ ଘଟଣା କ’ଣ ତାହା ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ସ୍ଥାନୀୟ ଡେପୁଟି ଏସ.ପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.