ETV Bharat / bharat

Cash For Query: ମୋଇତ୍ରାଙ୍କୁ ବହିଷ୍କାର କରିବାକୁ ସଦାଚାର କମିଟିର ସୁପାରିଶ - ମହୁଆ ମୋଇତ୍ରଙ୍କ ସଂସଦ ସଦସ୍ୟତା ରବ୍ଦ

ମହୁଆ ମୋଇତ୍ରାଙ୍କ ପାଇଁ ବଢିଲା ଅଡୁଆ । ରବ୍ଦ ହୋଇପାରେ ସଂସଦ ସଦସ୍ୟତା । ଅଧିକ ପଢନ୍ତୁ

ମୋଇତ୍ରାଙ୍କୁ ବହିଷ୍କାର କରିବାକୁ ସଦାଚାର କମିଟିର ସୁପାରିଶ

author img

By ETV Bharat Odisha Team

Published : Nov 9, 2023, 1:02 PM IST

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ଅଡ଼ୁଆ ବଢ଼ି ଚାଲିଛି । ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ନେବା ମାମଲାରେ ମୋଇତ୍ରାଙ୍କୁ ବହିଷ୍କାର ପାଇଁ ସୁପାରିସ୍ କରିଛି ଲୋକସଭା ସଦାଚାର କମିଟି(ଏଥିକ୍ସ କମିଟି) । ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଏହି ମାମଲାର ତଦନ୍ତ କରୁଥିବା ସଦାଚାର କମିଟି କହିଛି ଯେ, ମୋଇତ୍ରାଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହେବା ଉଚିତ୍ । ଯାହା ଲୋକସଭାରୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବା ବ୍ୟତୀତ ଆଉ କିଛି ହୋଇନପାରେ । ଏନେଇ କମିଟି ୫୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଆଜି ଏହି ରିପୋର୍ଟକୁ ବାଚସ୍ପତିଙ୍କ ନିକଟକୁ ପଠାଯିବ । ଏହାପରେ ବାଚସ୍ପତି ନିଷ୍ପତ୍ତି ନେବେ ।

ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦଙ୍କ ମହୁଆ ମୋଇତ୍ରାଙ୍କ ଉପରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ଦୁବେ ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ । ବର୍ତ୍ତମାନ ଲୋକସଭା ସଦାଚାର କମିଟି ଏହି ମାମଲାର ଯାଞ୍ଚ କରୁଛି । ଦୁବେଙ୍କ ଅଭିଯୋଗ ଅନୁସାରେ, ନଗଦ ଏବଂ ଗିଫ୍ଟ ମାଧ୍ୟମରେ ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ ପଚାରିବାକୁ ମୋଇତ୍ରା ଏବଂ ବ୍ୟବସାୟୀ ଦର୍ଶନ ହୀରାନ୍ଦାନୀଙ୍କ ମଧ୍ୟରେ ଲାଞ୍ଚର ନେଣଦେଣ ହୋଇଥିଲା । ଦୁବେଙ୍କ ଓକିଲ ଜୟଅନନ୍ତ ଦେହାଦ୍ରୋଇ ଏକ ଦସ୍ତାବିଜ ମଧ୍ୟ ଦାଖଲ କରିଥିଲେ, ଯେଉଁଥିରେ ମୋଇତ୍ରା ଏବଂ ହୀରାନନ୍ଦାନୀଙ୍କ ମଧ୍ୟରେ ଲାଞ୍ଚ କାରବାରର ପ୍ରମାଣ ଥିବା କୁହାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Cash for Query row: ମୋଇତ୍ରାଙ୍କ ବିରୋଧରେ ଲୋକପାଳଙ୍କ CBI ତଦନ୍ତ ନିର୍ଦ୍ଦେଶ, ଦାବି କଲେ ନିଶିକାନ୍ତ ଦୁବେ

ସୂତ୍ର ଅନୁସାରେ, ବର୍ତ୍ତମାନ ସଦାଚାର କମିଟି ୫୦୦ ପୃଷ୍ଠାର ଏକ ରିପୋର୍ଟ କରି ଲୋକସଭା ସଚିବାଳୟଙ୍କ ନିକଟରେ ମୋଇତ୍ରାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି । ଏହି ରିପୋର୍ଟରେ କମିଟି କହିଛି ଯେ, ସାଂସଦ ମହୁଆ ମୋଇତ୍ରାଙ୍କୁ ସାଂସଦ ଭାବେ ବହିଷ୍କାର କରାଯିବା ଉଚିତ୍ । ମୋଇତ୍ରାଙ୍କ କାର୍ଯ୍ୟ ଅନୈତିକ, ଅପରାଧିକ, ସଂସଦୀୟ ବିଶେଷାଧିକାରର ଉଲ୍ଲଂଘନ ଏବଂ ସଦନର ଅବମାନନା ଅଟେ । ମୋଇତ୍ରା ପ୍ରଶ୍ନ ପଚାରିବା ପାଇଁ ହୀରାନନ୍ଦାନୀଙ୍କ ଠାରୁ ନଗଦ, ବିଳାସମୟ ବସ୍ତୁ, ତାଙ୍କ ବଙ୍ଗଳାର ନବୀକରଣ, ଯାତ୍ରା ଖର୍ଚ୍ଚ ଇତ୍ୟାଦି ଦାବି କରିଥିବାର ଅଭିଯୋଗ ରହିଛି ।

ଅନ୍ୟପଟେ ଟିଏମ୍‌ସି ସାଂସଦ ମୋଇତ୍ରା ଆରମ୍ଭରୁ ଏହି ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି । ସମସ୍ତ ପ୍ରକାର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହୁଥିବା ମୋଇତ୍ରା ନିକଟରେ ଏଥିକ୍ସ କମିଟି ବୈଠକରେ ତାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିବା ଅଭିଯୋଗ କରି ଅଧାରୁ ଉଠି ଆସିଥିଲେ । ମୋଇତ୍ରାଙ୍କ ସହ ସାଂସଦ ଡାନିସ ଅଲ୍ଲୀ ଓ ଗିରିଧାରୀ ଯାଦବ ମଧ୍ୟ କମିଟି ଉପରେ ଦୋଷାରୋପ କରି ବୈଠକ ତ୍ୟାଗ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.