ETV Bharat / bharat

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପନ, ବିରୋଧୀଙ୍କ ହୋହଲ୍ଲାରେ ଗୃହ ମୁଲତବୀ

author img

By ETV Bharat Odisha Team

Published : Dec 8, 2023, 11:30 AM IST

Updated : Dec 8, 2023, 1:06 PM IST

Cash For Query Case: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଆଜି ଲୋକସଭାରେ ରିପୋର୍ଟ ଉପସ୍ଥାପନ କରିଛି ଏଥିକ୍ସ କମିଟି । ରିପୋର୍ଟ ଉପସ୍ଥାପନ ପରେ ବିରୋଧୀଙ୍କ ହୋହଲ୍ଲା । ଅଧିକ ପଢନ୍ତୁ

ଲୋକସଭାରେ ଆଗତ ହେବ ଏଥିକ୍ସ କମିଟି ରିପୋର୍ଟ
ଲୋକସଭାରେ ଆଗତ ହେବ ଏଥିକ୍ସ କମିଟି ରିପୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଆଜି ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ଆଗତ ହୋଇଛି । ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋନକର ଟିଏମସି ସାଂସଦ ମୋହୁଆ ମୋଇତ୍ରାଙ୍କ ବହିଷ୍କାର ସୁପାରିଶ ସମ୍ପର୍କିତ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟ ଉପସ୍ଥାପନ ପରେ ଗୃହରେ ପ୍ରବଳ ହୋହଲ୍ଲା କରିଛନ୍ତି ବିରୋଧୀ । ଯେଉଁଥିପାଇଁ ବାଚସ୍ପତି ଓମ୍‌ ବିର୍ଲା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବୀ ଘୋଷଣା କରିଛନ୍ତି ।

କହିରଖୁଛୁ କି, ଏଥିକ୍ସ ବା ସଦାଚାର କମିଟିର ଏହି ରିପୋର୍ଟ ଡିସେମ୍ବର ୪ ତାରିଖରେ ଲୋକସଭାରେ ଉପସ୍ଥାପନ ହେବାର ଥିଲା । କିନ୍ତୁ ଟିଏମ୍‌ସି ସାଂସଦଙ୍କ ବହିଷ୍କାର ନିଷ୍ପତ୍ତି ପୂର୍ବରୁ କମିଟିର ସୁପାରିଶ ଉପରେ ନିମ୍ନ ସଦନରେ ବିସ୍ତୃତ ଚର୍ଚ୍ଚା କରିବାକୁ ବିରୋଧୀ ସଦସ୍ୟ ଦାବି କରିଥିଲେ । ତେଣୁ ସେଦିନ ରିପୋର୍ଟ ଆଗତ ହୋଇପାରି ନଥିଲା । ଏହାକୁ ନେଇ ଗୁରୁବାର ବିଏସ୍‌ପି ସାଂସଦ ଦାନିଶ ଅଲ୍ଲୀ କହିଥିଲେ ଯେ, ଯଦି ରିପୋର୍ଟ ହୋଇଛି, ତାହେଲେ ଆମେ ଏହା ଉପରେ ଚର୍ଚ୍ଚା କରିବାକୁ ଜୋର ଦେବୁ । ଏହି ଦୃଷ୍ଟିରୁ ଏଥିକ୍ସ କମିଟି ରିପୋର୍ଟକୁ ନେଇ ଆଜି ଗୃହ ବେଶ ସରଗରମ ରହିପାରେ ।

କ'ଣ ଥିଲା ଘଟଣା:

ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ତାଙ୍କର ଅଭିଯୋଗ ଥିଲା ଯେ,'ନଗଦ ଟଙ୍କା ଏବଂ ଗିଫ୍ଟ ମାଧ୍ୟମରେ ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ କରିବାକୁ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇଥିଲେ ।' ଦୁବେ ଏନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଲୋକସଭା ଏଥିକ୍ସ କମିଟି ଏହି ମାମଲାର ଯାଞ୍ଚ କରି ୫୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା । ରିପୋର୍ଟରେ କମିଟି ସାଂସଦ ମୋଇତ୍ରାଙ୍କ ବହିଷ୍କାର ପାଇଁ ସୁପାରିଶ କରିଛି । ଏଥିରେ କୁହାଯାଇଛି ଯେ, "ମୋଇତ୍ରାଙ୍କ କାର୍ଯ୍ୟ ଅନୈତିକ, ଅପରାଧିକ, ସଂସଦୀୟ ବିଶେଷାଧିକାରର ଉଲ୍ଲଙ୍ଘନ ଓ ସଦନର ଅବମାନନା ଅଟେ । ତାଙ୍କୁ ସାଂସଦ ଭାବେ ବହିଷ୍କାର କରାଯିବା ଉଚିତ୍ ।"

ଏହା ମଧ୍ୟ ପଢନ୍ତୁ: କ୍ୟାସ ଫର କ୍ବାରୀ ମାମଲା: ‘ଗୃହରେ ଏଥିକ୍ସ କମିଟି ରିପୋର୍ଟ ଆଗତ ହେଲେ ନିଜ ପକ୍ଷ ରଖିବି ’

କମିଟିର ୬ ଜଣ ସଦସ୍ୟ ଏହି ରିପୋର୍ଟ ସପକ୍ଷରେ ମତଦାନ କରିଥିଲେ । ସେଥିମଧ୍ୟରେ କଂଗ୍ରେସରୁ ନିଲମ୍ବିତ ସାଂସଦ ପରଣୀତି କୌର ମଧ୍ୟ ସାମିଲ ରହିଥିଲେ । କମିଟିର କେବଳ ୪ ଜଣ ସଦସ୍ୟ ରିପୋର୍ଟ ବିପକ୍ଷରେ ମତ ରଖିଥିଲେ । ବିରୋଧୀ ସଦସ୍ୟ ଏହି ରିପୋର୍ଟକୁ ଫିକ୍ସଡ୍ ମ୍ୟାଚ ବୋଲି କହି ବିଜେପି ସାଂସଦ ଦୁବେଙ୍କୁ ସମାଲୋଚନା କରିଥିଲେ । ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ଖଣ୍ଡେ ବି ପ୍ରମାଣ ନଥିବା ସେମାନେ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 8, 2023, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.