ETV Bharat / bharat

Loudspeaker Row: ଗିରଫ ହେବେ ରାଜ ଠାକରେ ! ରୁଜୁ ହେଲା ମାମଲା

author img

By

Published : May 3, 2022, 7:22 PM IST

ମହାରାଷ୍ଟ୍ର ଲାଉଡସ୍ପିକର ବିବାଦରେ ମହାରାଷ୍ଚ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ବିରୋଧରେ ମାମଲା ରୁଜୁ । ମେ’ ପହିଲାରେ ଔରଙ୍ଗାବାଦରେ କରିଥିବା ରାଲିରେ ସର୍ତ୍ତ ଉଲଙ୍ଘନ କରିଥିବା ଦର୍ଶାଇଲା ପୋଲିସ । ଅଧିକ ପଢନ୍ତୁ

Loudspeaker row: ଗିରଫ ହେବେ କି ରାଜ ଠାକରେ ! ରୁଜୁ ହେଲେ ମାମଲା

ମୁମ୍ବାଇ: ଲାଉଡସ୍ପିକର ବିବାଦରେ ମହାରାଷ୍ଚ୍ର ନବ ନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେଙ୍କ ନାମରେ ମାମଲା ରୁଜୁ କରିଛି ଔରଙ୍ଗାବାଦ ପୋଲିସ । ମେ’ ପହିଲାରେ ଔରଙ୍ଗାବାଦରେ ଏକ ସାଧାରଣ ଶୋଭାଯାତ୍ରା ଆୟୋଜନ କରିଥିଲେ ରାଜ ଠାକରେ । ତେବେ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଏକାଧିକ ସର୍ତ୍ତାବଳୀ ସହ ମହାରାଷ୍ଟ୍ର ପୋଲିସ ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ରାଲିରେ ପ୍ରଶାସନ ଓ ପୋଲିସ ପକ୍ଷରୁ ପ୍ରଦତ୍ତ ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗରେ ରାଲି ଆୟୋଜକ ତଥା ଦଳମୁଖ୍ୟ ରାଜ ଠାକରେଙ୍କ ନାମରେ ସହରର ସିଟିଚୌକ ଥାନାରେ ମାମଲା ରୁଜୁ ହୋଇଛି ।

ଭାରତୀୟ ଦଣ୍ଡବିଧି ଆଇନ (IPC)ର ଧାରା-116, 117, 135 ଓ 153 (କ) ଅନୁସାରେ ରାଜ ଠାକରେଙ୍କ ବିରୋଧରେ ଏକାଧିକ ଦଫା ଲଗାଇଛି ପୋଲିସ । ଏହି ରାଲିରେ ଠାକରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବା ମଧ୍ୟ ପୋଲିସ ଦର୍ଶାଇଛି । ମହାରାଷ୍ଟ୍ରରେ ଯଦି ମସଜିଦରେ ଲାଗିଥିବା ଲାଉଡସ୍ପିକରକୁ ସରକାର ନହଟାନ୍ତି ତେବେ ମସଜିଦ ସମ୍ମୁଖରେ ହନୁମାନ ଚାଳିଶା ପାଠ କରାଯିବା ନେଇ ରାଜ ଠାକରେ ଘୋଷଣା କରିଥିଲେ ।

ଯାହାକୁ ନେଇ ବିବାଦ ସୃଷ୍ଟି ହେବା MNS ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ଶିବସେନା । ପରେ ମଧ୍ୟ ଏକାଧିକ ରାଲିରେ ଉଦ୍ଧବ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିଲେ ରାଜ । ଏପରିକି ଇଦ ଅବସରରେ ସେ ମହାଆଳତୀ କାର୍ଯ୍ୟକ୍ରମ ଘୋଷଣା କରିଥିବା ବେଳେ ଗତକାଲି କାର୍ଯ୍ଯକ୍ରମକୁ ବାତିଲ ମଧ୍ୟ କରିଥିଲେ । ଗତକାଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ରାଜଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ହେବା ନେଇ ପରୋକ୍ଷ ଇଙ୍ଗୀତ କରିଥିବା ବେଳେ ଆଜି ମାମଲା ରୁଜୁ କରିଛି ପୋଲିସ ।

ଏପଟେ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ କାହାରି ଆନୁମିତି ନେବାର ଆବଶ୍ୟକ ନାହିଁ ବୋଲି ନିର୍ଦ୍ଦେଶ ଦେଇ ପୋଲିସକୁ ଖୋଲା ହାତି ଛାଡିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.