ମୁମ୍ବାଇ : ମୁମ୍ବାଇସ୍ଥିତ ଅମ୍ବାଯୋଗୀ ରୋଡରେ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଜଣେ ୧୬ ବର୍ଷର ଅସହାୟ ନାବାଳିକା ସହ ଦୁର୍ଷ୍କମ ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ୩ ଜଣ ମହିଳାଙ୍କ ସମେତ 5 ଜଣଙ୍କ ବିରୋଧରେ ପୋକସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ସୂଚନାନୁସାରେ ଲାଟୁର ସହରର ଏକ କଲେଜରେ ପଢୁଥିବା 16 ବର୍ଷର ଅସହାୟ ଝିଅ ଗତ ଶୁକ୍ରବାର ଅର୍ଥାତ ଜାନୁଆରୀ 18 ତାରିଖରେ କଲେଜ ଯାଇଥିଲେ । ଅପରାହ୍ନରେ କ୍ଲାସ ସରିବା ପରେ କ୍ୟାଣ୍ଟିନରେ ବସିଥିଲେ ।
ସେହି ସମୟରେ ତାଙ୍କର ଅନ୍ୟ ୩ଜଣ ସାଙ୍ଗ ସେଠାରେ ପହଞ୍ଚି ତାଙ୍କୁ ଅମ୍ବାଯୋଗୀକୁ ବୁଲିଯିବାକୁ କହିଥିଲେ । ସେଠାରେ ତାଙ୍କର ଜଣେ ବନ୍ଧୁଙ୍କ ପତ୍ନୀ ନିମନ୍ତ୍ରଣ କରିଥିବା କହିଥିଲେ । ପରେ ୩ ସାଙ୍ଗଙ୍କ ସହ ମିଶି ବୁଲିବାକୁ ବାହାରିଥିଲେ ଛାତ୍ରୀ । ଏକ ଅଟୋ ମାଧ୍ୟମରେ ବନ୍ଧୁଙ୍କ ସ୍ବାମୀ ନେବାକୁ ଆସିବେ ବୋଲି କହିଥିଲେ । ପରେ ପୀଡ଼ିତାଙ୍କ ସମେତ ତାଙ୍କର ୩ ବନ୍ଧୁ ଅଟୋ ରିକ୍ସା ମାଧ୍ୟମରେ କଲେଜରୁ ବାହାରିଥିଲେ । ବାଟରେ ଏକ ନିଛାଟିଆ ସ୍ଥାନରେ ଅଟୋକୁ ଅଟକାଇଥିଲେ ୩ ବନ୍ଧୁଙ୍କ ପରିଚିତ ପୁରୁଷ ବନ୍ଧୁ । ଏହାପରେ ସେମାନେ ପୀଡିତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଟୋରିକ୍ସା ଡ୍ରାଇଭର ମଧ୍ୟ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ଯେତେବେଳେ ପୀଡିତା ଏହାର ପ୍ରତିବାଦ କରିଥିଲେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ପରେ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ।
ପରେ ସେହିଦିନ ସନ୍ଧ୍ୟା 6ଟାରେ ଅଭିଯୁକ୍ତ ଅଟୋ ରିକ୍ସା ଡ୍ରାଇଭର ପୀଡିତାଙ୍କୁ ତାଙ୍କ ରିକ୍ସାରେ ନେଇ ସହରରେ ଛାଡି ଦେଇଥିଲା । ସେଠାରେ ପୀଡିତାଙ୍କ ଚେତା ଆସିବା ପରେ ତୁରନ୍ତ ସହରର MIDC ଥାନାରେ ପହଞ୍ଚିଥିଲେ । ସେଠାରେ ଘଟଣା ବିଷୟରେ ପୋଲିସ ଆଗରେ ସବୁ କଥା କହିଥିଲେ । ଏହାସହ ସମସ୍ତଙ୍କ ନାଁରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ପୀଡିତାଙ୍କ ୩ଜଣ ସାଙ୍ଗ, ସେମାନଙ୍କ ବନ୍ଧୁଙ୍କ ସ୍ବାମୀ, ଅଟୋ ରିକ୍ସା ଡ୍ରାଇଭରଙ୍କ ବିରୋଧରେ ମାାମଲା ରୁଜୁ କରିଛି । ଏଥିରେ ଜଣେ ମହିଳାଙ୍କୁ ଗିରଫ ମଧ୍ୟ କରାଯାଇଛି । ବାକି ୪ଜଣ ଏବେ ବି ଫେରାର ଅଛନ୍ତି ବୋଲି ଥାନାଅଧିକାରୀ କହିଛନ୍ତି । ତେବେ ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ କହିଛି ।
ସେହିପରି ମୁମ୍ବାଇସ୍ଥିତ ଘାଟକୋପରରେ ମଧ୍ୟ ଜଣେ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଦିବ୍ୟାଙ୍କ ନାବାଳିକାଙ୍କୁ ଶୌଚାଳୟରେ ତିନି ନାବାଳକ ଗଣଦୁଷ୍କର୍ମ କରିଥିଲେ । ଏହି ସମୟରେ ପୁରା ଘଟଣାର ଭିଡିଓ ମଧ୍ୟ ଫୋନରେ ରେକର୍ଡ କରିଥିଲେ । ଏହା ପରେ ଭିଡିଓଟିକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଭିଡିଓଟି ମୋବାଇଲରୁ ମୋବାଇଲ ଘୁରି ବୁଲିବା ପରେ ପୀଡିତାଙ୍କ ଭାଇଙ୍କ ଆଖିରେ ପଡିଥିଲା । ଏନେଇ ସେ ସଙ୍ଗେସଙ୍ଗେ ମୁମ୍ବାଇର ଘାଟକୋପର ପୋଲିସ ଷ୍ଟେସନରେ ୩ ନାବାଳକଙ୍କ ବିରୋଧରେ ଅଭିଯୋଗ କରିଥିଲେ ।
ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ