ETV Bharat / bharat

ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧରେ ବିବାଦୀୟ ଟ୍ବିଟ କରି ଅଡୁଆରେ ରାମ ଗୋପାଳ ବର୍ମା - ରାମ ଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ଦ୍ଦେଶକ ରାମ ଗୋପାଳ ଭର୍ମାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ । ଅଧିକ ପଢନ୍ତୁ

ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧରେ ବିବାଦୀୟ ଟ୍ବିଟ କରି ଅଡୁଆରେ ରାମ ଗୋପାଳ ବର୍ମା

author img

By

Published : Jun 28, 2022, 10:40 AM IST

ହାଇଦ୍ରାବାଦ: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ଦ୍ଦେଶକ ରାମ ଗୋପାଳ ଭର୍ମା( Ram Gopal Varma)ଙ୍କ ବିରୋଧରେ ମାମଲା ରୁଜୁ । କିଛିଦିନ ତଳେ ଦ୍ରୌପଦୀ ମୁର୍ମୁଙ୍କ ନାମକୁ ନେଇ ପରିହାସ ଢଙ୍ଗରେ ସେ ଟ୍ବିଟ୍ କରିଥିଲେ । ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରାମ ଗୋପାଳ ଟ୍ବିଟ୍ କରି କହିଥିଲେ ଯେ, "ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତାହାହେଲେ ପାଣ୍ଡବମାନେ କିଏ ? ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା କୌରବମାନେ କିଏ ? ତାଙ୍କର ଏଭଳି ଅଶୋଭନୀୟ ଟ୍ବିଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା ।"

ଜଣେ ଆଦିବାସୀ ମହିଳା, ଯିଏକି ପୂର୍ବରୁ ରାଜ୍ୟପାଳ ଏବଂ ମନ୍ତ୍ରୀ ରହିସାରିଛନ୍ତି ଏବଂ ଏବେ ରାଷ୍ଟ୍ରପତି ପ୍ରାର୍ଥୀ ଅଛନ୍ତି ତାଙ୍କ ବିରୁଦ୍ଧରେ ଏଭଳି ଟିପ୍ପଣୀ ଉପରେ ବିଜେପି ଖପ୍ପା ହୋଇଥିଲା । ଏନେଇ ତେଲେଙ୍ଗାନାର ବରିଷ୍ଠ ବିଜେପି ନେତା ଗୁଡୁର ନାରାୟମ ରେଡ୍ଡୀ(Gudur Narayana Reddy) ଏବଂ ଟି ନନ୍ଦେଶ୍ବର(T. Nandeshwar) ରାମ ଗୋପାଳ ବର୍ମାଙ୍କ ବିରୁଦ୍ଧରେ ହାଇଦ୍ରାବାଦରେ ଅବିଡସ୍ ଥାନାରେ ଅଭିଯୋଗ କରିଥିଲେ ।

ରାମ ଗୋପଳ ଏପରି ଟିପ୍ପଣୀ ଦେଇ ଏସସି ଓ ଏସଟି ସମ୍ପ୍ରଦାୟକୁ ଅପମାନିତ କରିଥିବା ସେ କହିଥିଲେ । ହାଇଦ୍ରାବାଦ ପୋଲିସ ଇନ୍ସପେକ୍ଟର ବି ପ୍ରସାଦ ରାଓ ଏନେଇ କହିଛନ୍ତି ଯେ, ରାମ ଗୋପାଳ ବର୍ମାଙ୍କ ବିରଧରେ ହୋଇଥିବା ଅଭିଯୋଗ ହୋଇଛି, ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଥିସହ ଆନ୍ଧ୍ରପ୍ରଦେଶ ବିଜେପି ମୁଖ୍ୟ ସୋମୁ ଭେରାରାଜୁ ରାମ ଗୋପାଳ ଭର୍ମାଙ୍କ ଟ୍ୱିଟକୁ କଡ଼ା ସମାଲୋଚନା କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତାଙ୍କୁ ଜେଲ୍‌କୁ ପଠାଯିବା ଉଚିତ ଏଥିସହ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ବାରା ତାଙ୍କର ପରୀକ୍ଷା କରାଯିବା ଉଚିତ ବୋଲି କହିଥିଲେ । ବିବାଦୀୟ ଟ୍ବିଟ ପରେ ରାମ ଗୋପାଳ ଆଉ ଏକ ଟ୍ବିଟ କରି ତାଙ୍କ ମନ୍ତବ୍ୟକୁ ବିବାଦୀୟ କରାଯାଉଥିବା କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.