ETV Bharat / bharat

Infosys ବିରୋଧରେ ମାମଲା ରୁଜୁ, ଭାରତୀୟଙ୍କୁ ଚାକିରି ନଦେବାକୁ ଦେଇଥିଲା ନିର୍ଦ୍ଦେଶ

author img

By

Published : Oct 9, 2022, 6:41 PM IST

ଆମେରିକାରେ ଇମ୍ଫୋସିସ୍‌ କମ୍ପାନୀ ବିରୋଧରେ ମାମଲା ରୁଜୁ (case filed against Infosys in America)। ଭାରତୀୟ ବଂଶୋଦ୍ଭୋବଙ୍କୁ ଚାକିରି ନଦେବାକୁ ନିର୍ଦ୍ଦେଶ ଦେଇଥିଲା କମ୍ପାନୀ । ଅଧିକ ପଢ଼ନ୍ତୁ

case filed against Infosys in America after allegedly direction to avoid hiring candidates of Indian origin
ଇମ୍ଫୋସିସ୍‌ କମ୍ପାନୀ ବିରୋଧରେ ମାମଲା ରୁଜୁ, ଭାରତୀୟଙ୍କୁ ଚାକିରି ନଦେବାକୁ ଦେଇଥିଲା ନିର୍ଦ୍ଦେଶ

ବେଙ୍ଗାଲୁରୁ: ଜଣାଶୁଣା ଆଇଟି କମ୍ପାନୀ ଇମ୍ଫୋସିସ୍‌ ବିରୋଧରେ ଆମେରିକାରେ ରୁଜୁ ହେଲା ମାମଲା (case filed against Infosys in America)। ଏହି କମ୍ପାନୀର ପୂର୍ବତନ ଟାଲେଣ୍ଟ ଅକ୍ୟୁଜିସନ୍‌ ଉପସଭାପତିଙ୍କ ବୟାନ ପରେ ଏହି ମାମଲା ରୁଜୁ । କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ଭାରତୀୟ ବଂଶୋଦ୍ଭବଙ୍କୁ ଚାକିରି ନଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଆମେରିକାରେ ଇମ୍ଫୋସିସ୍‌ ବିରୋଧରେ ମାମଲା ରୁଜୁ ହୋଇଛି ।

କେବଳ ଭାରତୀୟ ବଂଶୋଦ୍ଭୋବ ନୁହେଁ, ଯେଉଁ ମହିଳାଙ୍କ ଛୋଟ ଛୁଆ ଥିବା, ଯେଉଁମାନଙ୍କ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ବ ସେମାନଙ୍କୁ ମଧ୍ୟ କମ୍ପାନୀରେ ଚାକିରି ନଦେବାକୁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି କହିଛନ୍ତି ପୂର୍ବତନ ଟାଲେଣ୍ଟ ଅକ୍ୟୁଜିସନ୍‌ ଉପସଭାପତି ଜିଲ୍‌ ପ୍ରିଜିନ୍‌ । ଏହାକୁ ନେଇ ସେ ଆମେରିକାର ଏକ ଜିଲ୍ଲା କୋର୍ଟରେ ସେ ମାମଲା ରୁଜୁ କରଛନ୍ତି ।

ନ୍ୟୁୟର୍କର ଜିଲ୍ଲା କୋର୍ଟଙ୍କ ନିକଟରେ ଜିଲ୍‌ ପ୍ରିଜିନ୍‌ କହିଛନ୍ତି, "ଇମ୍ଫୋସିସ୍‌ କମ୍ପାନୀରେ ଭର୍ତ୍ତି ପ୍ରକ୍ରିୟାବେଳେ ବୟସ, ଲିଙ୍ଗ ଓ ଜାତୀୟତା ଆଧାରରେ ଭେଦଭାବ କରାଯାଉଥିଲା । ଭାରତୀୟ ବଂଶୋଦ୍ଭବ, ଯେଉଁ ମହିଳାଙ୍କ ଛୋଟ ଛୁଆ ଥିବ, ଯେଉଁମାନଙ୍କ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ବ ସେମାନଙ୍କୁ ଚାକିରି ନଦେବାକୁ କଲ୍‌ଚର୍‌ ସୃଷ୍ଟି କରାଯାଇଥିଲା । ୨୦୧୮ରେ କମ୍ପାନୀର ଏହି ସଂସ୍କାରକୁ ମୁଁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲି । ଏଥିାପଇଁ ମୋତେ ମୋର ସହଯୋଗୀଙ୍କ ରୋଷର ଶୀକାର ହେବାକୁ ପଡ଼ିଥିଲା ।"

ସେପଟେ ପ୍ରିଜିନଙ୍କ ବିରୋଧରେ ଇମ୍ଫୋସିସ୍‌ ପକ୍ଷରୁ ଏକ ଆବେଦନ ଦାଖଲ କରାଯାଇଛି । ଯେଉଁଥିରେ ପ୍ରିଜିନ୍‌ଙ୍କ ମାମଲାକୁ ଖାରଜ କରିବାକୁ ନିବେଦନ କରାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରିଜିନ୍‌ କମ୍ପାନୀର ସଂସ୍କାର ଅନୁଯାୟୀ କାମ ନକରିପାରିବାରୁ ତାଙ୍କୁ ହଟାଇ ଦିଆଯାଇଥିଲା । ତେବେ କମ୍ପାନୀର ଏହି ଅପିଲ୍‌କୁ ଖାରଜ କରିଛନ୍ତି କୋର୍ଟ । ତା ସହିତ ପ୍ରିଜିନ୍‌ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ନେଇ ୨୧ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.