ETV Bharat / bharat

ଆପତ୍ତିଜନକ ଭାଷଣ ଅଭିଯୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜାଙ୍କ ବିରୋଧରେ ମାମଲା

author img

By

Published : Mar 28, 2021, 9:04 PM IST

ଅପମାନଜନକ ଭାଷଣ ଅଭିଯୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜାଙ୍କ ବିରୋଧରେ ମାମଲା ଦାୟରସ । ଅଧିକ ପଢନ୍ତୁ...

ଆପତ୍ତିଜନକ ଭାଷଣ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜାଙ୍କ ବିରୋଧରେ ମାମଲା

ଚେନ୍ନାଇ: ଅପମାନଜନକ ଭାଷଣ ଅଭିଯୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜାଙ୍କ ବିରୋଧରେ ମାମଲା ଦାୟର ହୋଇଛି । ଚେନ୍ନାଇ ସିଟି ପୋଲିସର ସେଣ୍ଟ୍ରାଲ କ୍ରାଇମ ଶାଖା (ସିସିବି)ରେ ଡିଏମକେ ସାଂସଦ ଏ.ରାଜାଙ୍କ ବିରୋଧରେ ଏତଲା ଦାୟର ହୋଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଏଡାପାଦୀ କେ ପାଲାନିସ୍ୱାମୀଙ୍କ ବିରୋଧରେ ଏ ରାଜା ଅଶ୍ଳୀଳ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ରାଜାଙ୍କ ବିରୋଧରେ ଥାନାର ଦ୍ବାରସ୍ଥା ହୋଇଛି ଏଆଇଡିଏମକେ ।

ରାଜାଙ୍କ ଦ୍ବାରା ଦିଆଯାଇଥିବା ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରସାରିତ ଭାଇରାଲ ଭିଡିଓକୁ ଆଧାର କରି ଭାରତୀୟ ଦଣ୍ଡବିଧି ସଂହିତା ଧାରା 294 ସମେତ 3 ଟି ବିଭାଗ ଅଧୀନରେ ପୋଲିସ ମାମଲା ରୁଜୁ କରିଥିବା ଜଣାପଡିଛି । ସର୍ବସାଧାରଣ ସ୍ଥାନରେ ଆପତ୍ତିଜନକ ଭାଷଣ ଦେବା ଓ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ଭଳି ସଂଙ୍ଗୀନ ଦଫା ରାଜାଙ୍କ ବିରୋଧରେ ଲାଗିଛି ।

ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ପଲାନିସାମୀଙ୍କ ବିରୋଧରେ କିଛି ଆପତ୍ତିଜନକ ମନ୍ତବ୍ୟ ସହ ଭାଷଣ ଦେଇଥିଲେ । ଏନେଇ ଶାସକ ଏଆଇଡିଏମକେ ମଧ୍ୟ ଏକ ରାଜଙ୍କୁ ପ୍ରଚାରରୁ ନିଷିଦ୍ଧ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗିରଫଦାରୀ ପାଇଁ ମଧ୍ୟ ଦାବି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.