ETV Bharat / bharat

ଗାଡ଼ି ଚୋରି କଲେ, ଚଲାଇବା ଶିଖିନଥିଲେ: ୧୭ କିମି ଠେଲି ଠେଲି ନେଲେ

author img

By

Published : May 24, 2023, 10:21 PM IST

Updated : May 24, 2023, 10:31 PM IST

ଉତ୍ତରପ୍ରଦେଶ ସ୍ଥିତ କାନପୁର ସହରରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । କାର୍ ଚୋରି କରିବା ପରେ ଗାଡିଟି ନଚାଲିବାରୁ ଚୋରକୁ ହଟହଟା ହେବାକୁ ପଡ଼ିଛି । ଦୀର୍ଘ ୧୭କିଲୋମିଟର ପର୍ଯ୍ୟନ୍ତ ଠେଲିଠେଲି ଆଣିଛନ୍ତି ଚୋରମାନେ । ଅଧିକ ପଢନ୍ତୁ

କାର୍ ଚୋରି ମାମଲାରେ ୩ ଗିରଫ
କାର୍ ଚୋରି ମାମଲାରେ ୩ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସ୍ଥିତ କାନପୁର ସହରରେ କାର୍ ଚୋରି ସହ ଜଡିତ ଅଜବ ଦୃଶ୍ୟ ସାମନାକୁ ଆସିଛି । ଚୋରି ପରେ ଦୀର୍ଘ ୧୭ କିଲୋମିଟର ପର୍ଯ୍ୟନ୍ତ କାରକୁ ଠେଲି ଠେଲି ନେଇଛନ୍ତି ଅଭିଯୁକ୍ତ । ସୋମବାର ବର୍ରା ଥାନା ଅନ୍ତର୍ଗତ ଦବୋଲିରୁ ଏକ କାର୍ ଚୋରି ହୋଇଥିବାର ଖବର ଆସିଥିଲା । ମଙ୍ଗଳବାର ସନ୍ଧ୍ୟାରେ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି କାରକୁ ଚୋରି କରିବା ପରେ ପ୍ରାୟ ୧୭ କିଲୋମିଟର ପର୍ଯ୍ୟନ୍ତ ଧକ୍କା ଦେଇ ଦେଇ ଆଣିଥିଲେ ସଂପୃକ୍ତ ଅଭିଯୁକ୍ତ ।

ସୂଚନା ଅନୁସାରେ ଗତ ୨୨ତାରିଖ ରାତିରେ ଚୋରି କରିଥିଲେ ୩ ଅଭିଯୁକ୍ତ । କିନ୍ତୁ ଚଲାଇବା ଜାଣିନଥିବାରୁ ତାହାକୁ ଷ୍ଟାର୍ଟ କରି ପାରିନଥିଲେ ଅଭିଯୁକ୍ତ । ଯେଉଁଥିପାଇଁ ବାଧ୍ୟ ହୋଇ ଦୀର୍ଘ ୧୭ କିଲୋମିଟର ପର୍ଯ୍ୟନ୍ତ ଧକ୍କା ଦେଇ କାରକୁ ଗଡ଼ାଇ ନେଇଥିଲେ । ୧୭ କିଲୋମିଟର ପରେ ବାଟରେ ଥିବା ଏକ ନିଛାଟିଆ ସ୍ଥାନରେ କାରକୁ ରଖିଥିଲେ । ଏହାପରେ ଗ୍ୟାରେଜରେ ଗାଡ଼ିର କିଛି ମରାମତି କରିଥିଲେ । ଏହାକୁ ନେଇ ପୋଲିସ ଖବର ପାଇବା ରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ହେଲେ ସତ୍ୟମ କୁମାର, ଅମନ ଗୌତମ ଏବଂ ଅମିତ ବର୍ମା । ସତ୍ୟମ ପୁରୁଣା କାନପୁର ସ୍ଥିତ ରାଣୀପାଟ ଅଞ୍ଚଳର ହୋଇଥିବାବେଳେ ଅମନ ପୂର୍ବ ଗଡରିୟମ ଓ ଅମିତ ବ୍ରହ୍ମନଗର ଅଞ୍ଚଳର ହୋଇଥିବା ସୂଚନା ଦେଇଛି ନଜିରାବାଦ ଥାନା ପୋଲିସ ।

ସତ୍ୟମ ବିଟେକ୍ ଦ୍ବିତୀୟ ବର୍ଷର ଛାତ୍ର ହୋଇଥିବାବେଳେ ଏକ ୱେବସାଇଟ ମାଧ୍ୟମରେ ଅନଲାଇନ ପ୍ରମୋସନ କାମ କରୁଥିଲା । ଯାହାଦ୍ବାରା ଭଲ ଦୁଇ ପଇସା ରୋଜଗାର କରିପାରୁଥିଲା ସତ୍ୟମ । ଏହାସହ ଅନ୍ୟ ଅଭିଯୁକ୍ତ ଅମନ ମଧ୍ୟ ବିଟେକ୍ ଛାତ୍ର ହୋଇଥିବାବେଳେ ସେ ମଧ୍ୟ ସତ୍ୟମ ସହ ମିଶି ଅନଲାଇନରେ ପ୍ରମୋସନ କାମ କରୁଥିଲା ବୋଲି ଜଣାପଡ଼ିଛି । ଅପରପକ୍ଷେ ଅମିତ ବର୍ମା ସହରର ଏକ ଆପାର୍ଟମେଣ୍ଟରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଜାଣିବାକୁ ପାଇଛି ପୋଲିସ ।

ପ୍ରଥମେ ସେମାନଙ୍କ ବନ୍ଧୁତା ଏକ ପାନ ଦୋକାନରୁ ଆରମ୍ଭ ହୋଇଥିଲା । ତିନି ଜଣଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହେବା ପରେ ସମସ୍ତେ ମିଶି ରାତାରାତି ବଡ଼ ଲୋକ ହେବାର ଯୋଜନା କରିଥିଲେ । ଆଉ ଏହି ସ୍ବପ୍ନକୁ ସଫଳ କରିବାକୁ ଯାଇ ସେମାନେ ଚୋରି ଉଦ୍ୟମ କରିଥିବା କହିଛନ୍ତି । ଅପରପକ୍ଷେ ସେମାନଙ୍କର ଅନ୍ୟ ଜଣେ ସହଯୋଗୀ ରୋଶନ ବର୍ତ୍ତମାନ ଫେରାର ଥିବାବେଳେ ରୋଶନଙ୍କୁ ଖୋଜିବାକୁ ତନାଘନା ଚଳାଇଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ୨ଟି ମୋଟରସାଇକେଲ ଏବଂ ଗୋଟିଏ କାର୍ ଜବତ କରାଯାଇଛି ।

Last Updated : May 24, 2023, 10:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.