ETV Bharat / bharat

Delhi Hit and run: ଦୁଇ ଆଇଆଇଟି ଛାତ୍ରଙ୍କ ଉପରେ ମାଡିଗଲା କାର, ଜଣେ ମୃତ

ଦିଲ୍ଲୀରେ ଆଇଆଇଟି ଛାତ୍ରଙ୍କ ଉପରେ ମାଡିଗଲା କାର । ଦୁର୍ଘଟଣାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର ଆହତ । ଅଧିକ ପଢନ୍ତୁ

author img

By

Published : Jan 19, 2023, 11:02 AM IST

ଆଇଆଇଟି ଛାତ୍ରଙ୍କ ଉପରେ ମାଡିଗଲା କାର
ଆଇଆଇଟି ଛାତ୍ରଙ୍କ ଉପରେ ମାଡିଗଲା କାର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ହିଟ୍ ଆଣ୍ଡ ରନର ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଦୁଇ ଜଣ ଆଇଆଇଟି ଛାତ୍ର ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁଇ ଛାତ୍ର ରେସ୍ତୋରାଁ ଯାଉଥିବା ସମୟରେ ଏକ ଦ୍ରୁତଗାମୀ କାର୍ ସେମାନଙ୍କୁ ଧକ୍କା ଦେଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଆଖି ବୁଜିଥିବା ଛାତ୍ର ହେଲେ ୩୦ ବର୍ଷୀୟ ଅଶରଫ ନୱାଜ ଖାନ ।

ସୂଚନା ମୁତାବକ, ଦୁଇ ଛାତ୍ର ଅଶରଫ ନୱାଜ ଖାନ ଓ ଅଙ୍କୁର ଶୁକ୍ଲା IIT ଦିଲ୍ଲୀରେ ପିଏଚଡି କରୁଥିଲେ । ମଙ୍ଗଳବାର ରାତିରେ ଉଭୟ ଏସଡିଏ ମାର୍କେଟ ପାଖ ଏକ ରେସ୍ତୋରାଁକୁ ଖାଇବାକୁ ଯାଉଥିଲେ । ରାସ୍ତା ପାର୍ ହେଉଥିବା ସମୟରେ ନେହେରୁ ପ୍ଲେସ ପଟୁ ଆସୁଥିବା ଏକ ଦ୍ରୁତଗାମୀ କାର୍ ସେମାନଙ୍କ ଉପରେ ମାଡି ଯାଇଥିଲା । ଏଥିରେ ଅଶରଫଙ୍କ ମୃତ୍ୟୁ ଘଟିଥିବା ବେଳେ ଅଙ୍କୁର ଗୁରୁତର ଆହତ ହୋଇଥିଲେ ।

ପୋଲିସର ସୂଚନା ଅନୁଯାୟୀ, ଦୁର୍ଘଟଣା ଘଟାଇଥିବା କାର୍ ଘଟଣାସ୍ଥଳରୁ କିଛି ଦୂରରେ ଠାବ ହୋଇଛି । କାର ଚାଳକକୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବାକୁ ଖୋଜାଖୋଜି ଚାଲିଛି । ଏହାସହିତ ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରକାଶଥାଉ କି, କାର ଦୁର୍ଘଟଣାରେ ମୃତ ଆଇଆଇଟି ଛାତ୍ରଙ୍କ ବାପା ମଧ୍ୟ କିଛି ବର୍ଷ ପୂର୍ବେ ଆରପାରିକୁ ଚାଲିଯାଇଥିଲେ । ମୃତ ଛାତ୍ର ତାଙ୍କ ପରିବାରର ଏକମାତ୍ର ପୁଅ ଥିଲେ । ଏବେ ସେ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୩୧ ବିଳମ୍ବିତ ରାତି ପ୍ରାୟ ସାଢେ ୧ଟା ସମୟରେ କଞ୍ଝାୱାଲା ଅଞ୍ଚଳରେ ଗୋଟିଏ କାର ସ୍କୁଟିକୁ ଧକ୍କା ଦେଇଥିଲା । ସ୍କୁଟିରେ ଅଞ୍ଜଳି ସିଂହ ଏବଂ ତାଙ୍କ ବନ୍ଧୁ ବସିଥିଲେ । ଦୁର୍ଘଟଣା ପରେ କାର୍ ୧୨ କିମି ପର୍ଯ୍ୟନ୍ତ ଅଞ୍ଜଳିଙ୍କୁ ଘୋଷାଡି ନେଇଥିଲା । ଏହି ଘଟଣାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଯାହାମଧ୍ୟରୁ ଅଙ୍କୁଶ ଖନ୍ନା ନାମକ ଜଣେ ଅଭିଯୁକ୍ତକୁ ଜାନୁୟାରୀ ୭ରେ ଜାମିନ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.