ETV Bharat / bharat

ଯାଞ୍ଚବେଳେ ପୋଲିସକୁ ଧକ୍କା ଦେଇ କାର ଡ୍ରାଇଭର ଫେରାର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି - panjab police

ପଞ୍ଜାବରେ ଟ୍ରାଫିକ ଯାଞ୍ଚ ବେଳେ କାର ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ । ପୋଲିସକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର । ଗୁରୁତର ପୋଲିସ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ....

ଯାଞ୍ଚବେଳେ ପୋଲିସକୁ ଧକ୍କା ଦେଇ କାର ଡ୍ରାଇଭର ଫେରାର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ପୋଲିସ କର୍ମୀ

author img

By

Published : Aug 14, 2021, 9:40 PM IST

ଚଣ୍ଡିଗଡ: ପଞ୍ଜାବରେ ଟ୍ରାଫିକ ଯାଞ୍ଚବେଳେ କାର ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ । ଯାଞ୍ଚ କରୁଥିବା ପୋଲିସ କର୍ମୀଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର । ପଞ୍ଜାବର ପଟିଆଲାରେ ସୁରକ୍ଷା ଯାଞ୍ଚ ପାଇଁ ଗାଡି ଅଟକାଇବାକୁ ଚେଷ୍ଟା କରୁଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ଦାୟିତ୍ବରେ ଥିବା ପୋଲିସ କର୍ମୀ ଜଣଙ୍କ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ସମସ୍ତ ଲୋମହର୍ଷଣକାରୀ ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ ।

ପଟିଆଲା ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ହେମନ୍ତ ଶର୍ମା କହିଛନ୍ତି ଯେ, ଯାଞ୍ଚରୁ ବଞ୍ଚିବା ପାଇଁ କାର ଡ୍ରାଇଭର ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଛି । ଆହତ ପୋଲିସ କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଉକ୍ତ ଡ୍ରାଇଭର ଫେରାର ହୋଇଯାଇ ଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି, ଖୁବ ଶିଘ୍ର ଡ୍ରାଇଭରକୁ ଗିରଫ କରାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.