ETV Bharat / bharat

ହୁତୁହୁତୁ ହୋଇ ଜଳିଗଲା ଦୁର୍ଘଟଣାଗ୍ରସ୍ତ କାର: 3 ଜୀବନ୍ତ ଦଗ୍ଧ, 3 ଗୁରୁତର

author img

By

Published : Jun 24, 2022, 4:11 PM IST

ହରିୟାଣାର ସୋନିପତ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବ୍ୟାରିକେଟ ସହ ଧକ୍କା ହେବାପରେ ହୁତୁହୁତୁ ହୋଇ ଜଳିଗଲା କାର । ଏହି ଦୁର୍ଘଟଣାରେ କାର ଥିବା ତିନି ଜଣ ଯୁବକ ଜୀବନ୍ତ ଜଳିଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ରହିଛି । ଅଧିକ ପଢ଼ନ୍ତୁ

car catches fire after accident in Haryana
ହୁତୁହୁତୁ ହୋଇ ଜଳିଗଲା ଦୁର୍ଘଟଣାଗ୍ରସ୍ତ କାର: 3 ଜୀବନ୍ତ ଦଗ୍ଧ, 3 ଗୁରୁତର

ଚଣ୍ଡିଗଡ଼: ହରିୟାଣାର ସୋନିପତ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବ୍ୟାରିକେଟ ସହ ଧକ୍କା ହେବାପରେ ହୁତୁହୁତୁ ହୋଇ ଜଳିଗଲା କାର। ଏହି ଦୁର୍ଘଟଣାରେ କାର ଥିବା ତିନି ଜଣ ଯୁବକ ଜୀବନ୍ତ ଜଳିଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ରହିଛି ।

ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ କାରରେ 6 ଜଣ ମେଡିକାଲ ଛାତ୍ର ଥିଲେ । ବିଳମ୍ବିତ ରାତିରେ ଗାଡ଼ିକି ଦ୍ରୁତ ଗତିରେ ଥିବା ଯୋଗୁଁ ସୋନିପତ ଜିଲ୍ଲାର ମେରଟ- ଝଜ୍ଜର ଜାତୀୟ ରାଜପଥ ନିକଟରେ ଥିବା ଏକ ବ୍ୟାରିକେଡକୁ ଧକ୍କା ଦେଇଥିଲା । ଯାହାଫଳରେ କାରରେ ନିଆଁ ଲାଗି 3 ଜଣ ଜୀବନ୍ତ ଦଗ୍ଧ ହେବାସହ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପଥର ନିର୍ମିତ ବ୍ୟାରିକେଡ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗୁରୁତର ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.