ETV Bharat / bharat

ମହାରାଷ୍ଟ୍ରରେ କାର-ବସ ମୁହାଁମୁହିଁ ଧକ୍କା, 5 ମୃତ

ଔରଙ୍ଗାବାଦ-ଅହମ୍ମଦନଗର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ଓ ବସ ମୁହାଁମୁହିଁ ଧକ୍କାରେ 5 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଔରଙ୍ଗାବାଦ-ଅହମ୍ମଦନଗର ଜାତୀୟ ରାଜପଥରେ କାର ଓ ବସ ମୁହାଁମୁହିଁ ଧକ୍କା

author img

By

Published : Feb 22, 2021, 11:28 AM IST

ମୁମ୍ବାଇ: ଔରଙ୍ଗାବାଦ-ଅହମ୍ମଦନଗର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ଓ ବସ ମୁହାଁମୁହିଁ ଧକ୍କାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ତେବେ ଏହି ଦୁର୍ଘଟଣା ରବିବାର ରାତି ପ୍ରାୟ ଦୁଇଟା ବେଳେ ନେଭାସ ଫତେହ ନିକଟରେ ଘଟିଥିଲା । ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବସଟି ଅହମ୍ମଦନଗରରୁ ଔରଙ୍ଗାବାଦ ଅଭିମୁଖେ ଯାଉଥିବା ବେଳେ ଅପରପାର୍ଶ୍ବରୁ ଆସୁଥିବା କାର ସହ ସାମ୍ନା ସାମ୍ନି ଧକ୍କା ହୋଇଥିଲା ।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ କାରରେ ଯାତ୍ରା କରୁଥିବା 5 ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ସମସ୍ତ ମୃତକ ଜଲନା ଜିଲ୍ଲାର ବୋଲି ଜଣାପଡ଼ିଛି । ସୂଚନା ପାଇ ନେଭାସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.