ETV Bharat / bharat

ଅମିତ ଶାହଙ୍କୁ ଭେଟିଲେ ଅମରିନ୍ଦର ସିଂ, କଣ ରହିବ ଆଗାମୀ ରଣନୀତି ? - Captain amrindar singh

ବିଜେପିରେ ମିଶ୍ରଣ ନେଇ କଳ୍ପନା ଜଳ୍ପନା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କ୍ୟାପ୍ଟେନ । ଅମିତ ଶାହ ଓ ଅମରିନ୍ଦର ସିଂଙ୍କ ମଧ୍ୟରେ ହୋଇଛି ବୈଠକ । ଅଧିକ ପଢନ୍ତୁ...

ଶାହଙ୍କୁ ଭେଟିଲେ କ୍ୟାପ୍ଟେନ, କଣ ରହିବ ଆଗାମୀ ରଣନୀତି ?

author img

By

Published : Sep 29, 2021, 7:24 PM IST

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଚାଲିଛି ହାଇଭୋଲଟେଜ ଡ୍ରାମା । ଏପଟେ ଦିଲ୍ଲୀରେ ଡେରା ପକାଇଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂ । ବିଜେପିରେ ମିଶ୍ରଣ ନେଇ କଳ୍ପନା ଜଳ୍ପନା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କ୍ୟାପ୍ଟେନ । ଅମିତ ଶାହ ଓ ଅମରିନ୍ଦର ସିଂଙ୍କ ମଧ୍ୟରେ ହୋଇଛି ବୈଠକ । ଦୀର୍ଘ ୪୫ ମିନିଟ ଧରି ଏହି ବୈଠକ ଜାରି ରହିଥିଲା । ତେବେ କୌଣସି ରାଜନେତାଙ୍କୁ ଦିଲ୍ଲୀ ଭେଟିବାକୁ ଆସିଥିବା ଖବରକୁ ମଙ୍ଗଳବାର ଖାରଜ କରିଦେଇଥିଲେ କ୍ୟାପ୍ଟେନ ଅମରିନ୍ଦର ।

ଦିଲ୍ଲୀରେ ଥିବା କଂଗ୍ରେସର ବରିଷ୍ଠ ନେତା କ୍ୟାପ୍ଟେନ ଅମରିନ୍ଦର ସିଂ ମଙ୍ଗଳବାର ଦାବି କରିଥିଲେ ଯେ ସେ କୌଣସି ରାଜନେତାଙ୍କୁ ଭେଟିବା ପାଇଁ ନୁହେଁ, ବରଂ ଘର ଖାଲି କରିବାକୁ ଦିଲ୍ଲୀ ଆସିଛନ୍ତି । ତେବେ ବୁଧବାର ଅଚାନକ ଅମିତ ଶାହଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଁଞ୍ଚିଥିଲେ ଅମରିନ୍ଦର ।

ପଞ୍ଜାବ କଂଗ୍ରେସରେ ରାଜନୈତିକ ମହାସଂଗ୍ରାମ ମଝିରେ କ୍ୟାପ୍ଟେନ ଓ ଶାହଙ୍କ ଏହି ଭେଟଘାଟକୁ ବେଶ ଗୁରୁତ୍ବପୂର୍ଣ୍ଣ ଦୃଷ୍ଟିରେ ଦେଖାଯାଇପାରେ । ମଙ୍ଗଳବାର ଦିଲ୍ଲୀ ପହଁଞ୍ଚିଥିଲେ ଅମରିନ୍ଦର ସିଂ । ଏହା ପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ପରେ ଏହାକୁ ନିଜେ କ୍ୟାପ୍ଟେନ ଖଣ୍ଡନ କରିବା ସହ କୌଣସି ରାଜନେତାଙ୍କୁ ସାକ୍ଷାତ କରିବାକୁ ଦିଲ୍ଲୀ ଆସିନଥିବା କହିଥିଲେ ।

ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପ୍ଟେନ ଅମରିନ୍ଦର ସିଂ । କଂଗ୍ରେସରେ କଳହ ଯୋଗୁଁ ସୀମା ଟପିଛି କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଅସନ୍ତୋଷ । ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ଚାଲିଥିବା କଳହ ଉଗ୍ର ରୂପ ନେଉଥିବାବେଳେ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପ୍ଟେନ ।

କ୍ୟାପ୍ଟେନଙ୍କ ଇସ୍ତଫା ପରେ ଚରଣଜିତ ସିଂଙ୍କ ନୂଆ ମୁଖ୍ୟମନ୍ତ୍ରୀ କରାଯାଇ କଂଗ୍ରେସ ଫାଟରେ ପ୍ୟାଚ୍‌ ପକାଇବାକୁ ପ୍ରୟାସ କରିଥିଲେ ହାଇକମାଣ୍ଡ । ହେଲେ ମଙ୍ଗଳବାର ପଞ୍ଜାବ କଂଗ୍ରେସ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ଯୋଗୁଁ ପୁଣି ଫାଟ ସୃଷ୍ଟି ହୋଇଛି । ତେବେ ବଦଳୁଥିବା ରାଜନୈତିକ ଘଟଣାକ୍ରମ ଉପରେ ନଜର ରଖିଥିବା କହିଥିଲେ କ୍ୟାପ୍ଟେନ ସିଂ । ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ । ତେବେ ଆଗାମୀ ଦିନରେ କ୍ୟାପ୍ଟେନ କେଉଁ ପନ୍ଥା ଆପଣାଉଛନ୍ତି ତାହା ସମୟ କହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.