ଚଣ୍ଡିଗଡ଼: ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବଗଠିତ ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଆଜି ତାଙ୍କ ଟେଷ୍ଟିଂ ରିପୋର୍ଟ ପଜିଟିଭ ଆସିବା ପରେ ସେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ସେହିପରି ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜ ଆଡୁ ପରୀକ୍ଷା କରିବାକୁ ମଧ୍ୟ କ୍ୟାପଟେନ ସିଂ ଅନୁରୋଧ କରିଛନ୍ତି ।
କ୍ୟାପଟେନ ସିଂ କହିଛନ୍ତି, ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ସେ ପରୀକ୍ଷା କରାଇଥିଲେ । ତେବେ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ପୃଥକ ରଖିଛନ୍ତି । ତାଙ୍କ ଠାରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ମଧ୍ୟ ପ୍ରକାଶ ପାଇନାହିଁ । ସେ ଡାକ୍ତରୀ ପରାମର୍ଶରେ ଗୃହ ସଙ୍ଗରୋଧରେ ଅଛନ୍ତି ।
-
I have tested positive for #Covid with mild symptoms. Have isolated myself and request all those who came in contact with me to get themselves tested.
— Capt.Amarinder Singh (@capt_amarinder) January 12, 2022 " class="align-text-top noRightClick twitterSection" data="
">I have tested positive for #Covid with mild symptoms. Have isolated myself and request all those who came in contact with me to get themselves tested.
— Capt.Amarinder Singh (@capt_amarinder) January 12, 2022I have tested positive for #Covid with mild symptoms. Have isolated myself and request all those who came in contact with me to get themselves tested.
— Capt.Amarinder Singh (@capt_amarinder) January 12, 2022
ଏହା ମଧ୍ୟ ପଢନ୍ତୁ:-BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କୋରୋନା
ସେହିପରି ଗତ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ମୁଖ୍ୟ ଜେପି ନଡ୍ଡା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ କୋଭିଡରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା । ସମସ୍ତେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ମଧ୍ୟ ଟ୍ବିଟ କରି ସୂଚନା ଦେଇଥିଲେ ।
@ANI