ETV Bharat / bharat

ନକ୍ସଲ ଦମନ ପାଇଁ ଓଡ଼ିଶାରୁ ଛତିଶଗଡ଼ ଯିବେ ୩ ହଜାର ଯବାନ - Odisha to Chhattisgarh

Naxalism End Mission: ବକ୍ସର ଜିଲ୍ଲାରେ ଆରମ୍ଭ ହୋଇଛି ନକ୍ସଲ ବିରୋଧୀ ଅଭିଯାନ । ନକ୍ସଲଙ୍କୁ ଦମନ କରିବାକୁ ଓଡ଼ିଶାରୁ ଯିବେ ୩ ହଜାର ଯବାନ । ଅଧିକ ପଢନ୍ତୁ

Naxalism End Mission
ଛତିଶଗଡ଼ ଯିବେ ୩ ହଜାର ଯବାନ
author img

By ETV Bharat Odisha Team

Published : Dec 31, 2023, 10:58 PM IST

ରାୟପୁର: ଛତିଶଗଡରେ ତାଣ୍ଡବ ରଚୁଛନ୍ତି ନକ୍ସଲ । ଏଥିପାଇଁ ବକ୍ସର ଜିଲ୍ଲାରେ ଆରମ୍ଭ ହୋଇଛି ନକ୍ସଲ ବିରୋଧୀ ଅଭିଯାନ । ନକ୍ସଲଙ୍କୁ ଦମନ କରିବାକୁ ଓଡ଼ିଶାରୁ ଯିବେ ୩ ହଜାର ଯବାନ । ଏଥିପାଇଁ ତାଲିମପ୍ରାପ୍ତ ଯବାନଙ୍କୁ ନିୟୋଜିତ କରାଯିବାକୁ ଯୋଜନା ହୋଇଛି । ବିଶେଷଜ୍ଞଙ୍କ ଦ୍ବାରା ତାଲିମପ୍ରାପ୍ତ ଯବାନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଛତିଶଗଡ଼ରେ ମୁତୟନ ରହିବେ । ସୂଚନା ଅନୁସାରେ, ଓଡ଼ିଶା ସୀମା ପାର୍ କରି ଛତିଶଗଡ଼ରେ ପହଞ୍ଚିବେ ବିଏସଏଫ ଯବାନ । ନାରାୟଣପୁର ଜିଲ୍ଲାରେ ଏଥିପାଇଁ ୬ଟି ବେସ୍ ତିଆରି କରାଯିବାର ଯୋଜନା ରହିଛି । ଓଡ଼ିଶାରୁ ଯିବାକୁ ଥିବା ପ୍ରଥମ ଟିମ୍ ମାଲକାନଗିରି ପଟୁ ପ୍ରବେଶ କରିବେ ।

ଅନ୍ୟପଟେ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀମାନଙ୍କ କହିବା ଅନୁସାରେ, BSF ଏବଂ ITBPର ଦୁଇଟି ବାଟାଲିୟନ ଖୁବଶୀଘ୍ର ବସ୍ତର ଜିଲ୍ଲାକୁ ଯିବେ । ଦକ୍ଷିଣ ବସ୍ତରରେ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି । ସେଠାରେ ସୁରକ୍ଷା ଦାୟିତ୍ବରେ ରହିବେ ଯବାନ । ଆଉ କେତେକ ବରିଷ୍ଠ ଅଧିକାରୀଙ୍କ କହିବା କଥା, ମାଓବାଦୀଙ୍କ ନେଟୱାର୍କ ଭୁଶୁଡି ପଡିବା ପରେ ସେମାନେ ଆଗ ଅପେକ୍ଷା ଦୁର୍ବଳ ହୋଇପଡିଛନ୍ତି। ଏହି ସମୟରେ ଆମକୁ ଆମର ନେଟୱାର୍କ ଏବଂ ବିକାଶ ଉଭୟକୁ ସୁଦୃଢ କରିବାକୁ ପଡିବ ବୋଲି ଅଧିକାରୀ ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଓଡିଶା-ଛତିଶଗଡ ସୀମାରେ ବଡ ନକ୍ସଲ ଆକ୍ରମଣ ପଣ୍ଡ: 6 ଆଇଇଡି ସହ ବିପୁଳ ବିସ୍ଫୋରକ ଜବତ

ଏହା ମଧ୍ୟ ପଢନ୍ତୁ...Naxalites attack in Chhattisgarh on polling day: ‘କଂଗ୍ରେସ କ୍ଷମତାକୁ ଆସିଲେ ଆତଙ୍କବାଦୀ ଓ ନକ୍ସଲବାଦୀଙ୍କ ଉତ୍ସାହ ବଢିଯାଏ’

ସୁରକ୍ଷା ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ଓଡ଼ାଶାର ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳ ଆଦି ଜିଲ୍ଲାରେ ବର୍ତ୍ତମାନ ସକ୍ରିୟ ଅଛନ୍ତି ନକ୍ସଲ । ସେଠାରୁ ଆସି ସେମାନେ ବସ୍ତର ଏବଂ ଗ୍ବାଲିୟର ଆଦି ଅଞ୍ଚଳରେ ନିଜର ଅପରେସନ ଚଳାଉଛନ୍ତି । ଯାହାକୁ ନିପାତ କରିବାକୁ ପ୍ରଚେଷ୍ଟା କରାଯାଉଛି । ଏଥିପାଇଁ ଯବାନଙ୍କ ଅପରେସନ ବେସକୁ ସୁଦୃଢ କରିବାର ଆବଶ୍ୟକତା ଥିବା ନେଇ ମତ ପ୍ରକାଶ ପାଇଛି । ବିଏସଏଫ ସ୍ଥାପନା ଦିବସରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ନକ୍ସଲ ମାମଲାରେ ୫୨ ପ୍ରତିଶତ ହ୍ରାସ ଘଟିଛି । ସେହିପରି ନକ୍ସଲ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ମଧ୍ୟ ୭୦ ପ୍ରତିଶତ ଖସିଛି । ତେବେ ମାଓ ହିଂସାର ମୂଳପୋଚ୍ଛ କରିବାକୁ ପ୍ରଚେଷ୍ଟା ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.