ETV Bharat / bharat

3 IPS ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ ଡାକରାକୁ ପଶ୍ଚିମବଙ୍ଗ ସରକାରଙ୍କ ପ୍ରତ୍ୟାଖାନ

କେନ୍ଦ୍ର ଗୃହମନ୍ତ୍ରଣାଳର ନିର୍ଦ୍ଦେଶକୁ ପଶ୍ଚିମବଙ୍ଗ ମମତା ସରକାରଙ୍କ ପ୍ରତ୍ୟାଖାନ । କେନ୍ଦ୍ରୀୟ ଡେପୁଟେସନରେ ଯିବେନି ଅଧିକାରୀ । ପଢନ୍ତୁ ଅଧିକ.....

3 IPS ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ ଡାକରାକୁ ପଶ୍ଚିମବଙ୍ଗ ସରକାରଙ୍କ ପ୍ରତ୍ୟାଖାନ
3 IPS ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ ଡାକରାକୁ ପଶ୍ଚିମବଙ୍ଗ ସରକାରଙ୍କ ପ୍ରତ୍ୟାଖାନ
author img

By

Published : Dec 13, 2020, 5:32 PM IST

କୋଲକାତା: କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶକୁ ପଶ୍ଚିମବଙ୍ଗର ମମତା ସରକାରଙ୍କ ପ୍ରତ୍ୟାଖାନ । ଶନିବାର 3 ଜଣ ବରିଷ୍ଠ IPS ଅଧିକାରୀଙ୍କୁ ପଶ୍ଚିମବଙ୍ଗରୁ ଦାୟିତ୍ବରୁ ଅପସାରଣ କରି କେନ୍ଦ୍ରୀୟ ଡେପୁଟେସନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ମନା କରିଦେଇଛନ୍ତି ମମତା ସରକାର । 3 ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠା ଯାଇପାରିବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାର ସ୍ପଷ୍ଟ କରିଛନ୍ତି ।

ଗତ 10 ତାରିଖରେ ପଶ୍ଚିମବଙ୍ଗରେ ଏକ ରାଲି ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାରକେଡକୁ ପଥର ମାଡ ଘଟଣାରେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଦର୍ଶାଇ ପଶ୍ଚିମବଙ୍ଗର ମୁ୍ଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଘଟଣା ସମ୍ପର୍କରେ ଜବାବ ତଲବ ସହ 3 ବରିଷ୍ଠ IPS ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

ଡାଇମଣ୍ଡ ହରବରର ଏସପି ଭାବେ କାର୍ଯ୍ୟରତ ଥିବା ଆଇପିଏସ ଅଧିକାରୀ ଭୋଲାନାଥ ପାଣ୍ଡେ , ସାଉଥ ବେଙ୍ଗଲ ଏଡିଜି ରାଜିବ ମିଶ୍ର ଓ ପ୍ରେସିଡେନ୍ସି ରେଞ୍ଜ ଡିଆଇଜି ପ୍ରବୀଣ କୁମାର ତ୍ରିପାଠୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବର୍ତ୍ତମାନ ସେମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇ ପାରିବ ନାହିଁ ବୋଲି କହିଛି ପଶ୍ଚିମବଙ୍ଗ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.