ETV Bharat / bharat

ନିର୍ବାଚନୀ ମୈଦାନରେ ପ୍ରଚାର ଅଭିଯାନ, ଭୋଟ ମାଗୁଛନ୍ତି ବୁଲା କୁକୁର - ବୁଲା କୁକୁର

ନିର୍ବାଚନରେ ବ୍ୟବହୃତ ହେଉଛନ୍ତି କୁକୁର । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ଅଧିକ ପଢନ୍ତୁ...

ନିର୍ବାଚନୀ ମୈଦାନରେ ପ୍ରଚାର ଅଭିଯାନ, ଭୋଟ ମାଗୁଛନ୍ତି ବୁଲା କୁକୁର

author img

By

Published : Apr 9, 2021, 5:24 PM IST

ଲକ୍ଷ୍ନୌ: ନିର୍ବାଚନ ଆସିଲେ ଆପଣ ପ୍ରାର୍ଥୀଙ୍କୁ କାର, ବାଇକ ହେଉ କିମ୍ବା ଘୋଡା ଗାଡିରେ ବସି ପ୍ରଚାର କରୁଥିବାର ଦେଖିଥିବେ । ହେଲେ ଏଠାରେ ନା ଗାଡି ଅଛି ନା ଘୋଡା ବରଂ ନିର୍ବାଚନରେ ବ୍ୟବହୃତ ହେଉଛନ୍ତି କୁକୁର । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ ।

ଉତ୍ତରପ୍ରଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିବା ସହିତ ଜୋରଶୋରରେ ଆରମ୍ଭ ହୋଇଯାଇଛି ପ୍ରଚାର ଅଭିଯାନ । ଆଉ ଏଥିରେ କୁକୁର ଚଳାଇଛି ପ୍ରଚାର । ଗୋଟିଏ ରାୟବରେଲି ଏବଂ ଅନ୍ୟଟି ବଲିଆ ଜିଲ୍ଲା । 2 ଜଣ ପ୍ରାର୍ଥୀ ପ୍ରଚାର ଅଭିଯାନରେ ବୁଲା କୁକୁରଙ୍କୁ ଲଗାଇ ଦେଇଛନ୍ତି ।

ପ୍ରାର୍ଥୀମାନେ କୁକୁରଙ୍କ ଶରୀରରେ ପୋଷ୍ଟର ଏବଂ ପାମ୍ପଲେଟ ଲଗାଇ ସେମାନଙ୍କୁ ପ୍ରଚାର ଅଭିଯାନରେ ବୁଲାଉଛନ୍ତି । ଜଣେ ପ୍ରାର୍ଥୀ କହିଛନ୍ତି, ନିର୍ବାଚନୀ ଆଚରଣ ବିଧିରେ କୌଣସି ନିୟମ ନାହିଁ ଯେ ପ୍ରଚାର ଅଭିଯାନରେ ବୁଲା କୁକୁର ସାମିଲ କରିବା ଭୁଲ । ଆମେ କୌଣସି ପ୍ରକାରେ ପଶୁକୁ କ୍ଷତି ପହଞ୍ଚାଉ ନାହୁଁ । ବାସ୍ତବରେ ଆମେ ପ୍ରତିଦିନ କୁକୁରମାନଙ୍କୁ ଖାଇବାକୁ ଦେଇଥାଉ । ଏଭଳି ନିଆରା ଢଙ୍ଗର ପ୍ରଚାରରେ ଭୋଟରମାନେ ଆକର୍ଷିତ ହୁଅନ୍ତି ବୋଲି ପ୍ରାର୍ଥୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.