ETV Bharat / bharat

Operation Blue Star: କାନାଡାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ତିରୋଧାନ ଉତ୍ସବ ମନାଇଲେ ଖାଲିସ୍ତାନୀ, କଡା ପ୍ରତିକ୍ରିୟା ରଖିଲା ଭାରତ

author img

By

Published : Jun 8, 2023, 4:24 PM IST

Updated : Jun 8, 2023, 4:39 PM IST

କାନାଡାର ବ୍ରେମ୍ପଟେନ ସହରରେ ହୋଇଛି ଅପରେସନ ବ୍ଲୁ ଷ୍ଟାର । ଯେଉଁଥିରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ବିୟୋଗର ଉତ୍ସବ ପାଳନ କରିଛନ୍ତି ଖାଲିସ୍ତାନୀ ସମର୍ଥକ । ଭାରତୀୟଙ୍କୁ ଏଭଳି ଅସମ୍ମାନ ଘଟଣାରେ ତେଜିଛି ବିରୋଧ । ଅଧିକ ପଢନ୍ତୁ

ଇନ୍ଦିରାଗାନ୍ଧୀଙ୍କ ତିରୋଧାନ ଉତ୍ସବ ମନାଇଲେ ଖାଲିସ୍ତାନୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ କାନାଡାର ବ୍ରେମ୍ପଟେନରେ ଅପରେସନ ବ୍ଲୁ ଷ୍ଟାର ସେଲିବ୍ରେସନ୍ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଉତ୍ସବ ମନାଉଛନ୍ତି ଖାଲିସ୍ତାନୀ ସମର୍ଥକ । ଏକ ଖୋଲା ଟ୍ରକରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପୁତ୍ତଳିକା ରାଲି ମାଧ୍ୟମରେ ନିଆଯାଉଥିବାର ଦୃଶ୍ୟ ନଜର ଆସିଛି। ଯେଉଁଥିରେ ଇନ୍ଦିରାଗାନ୍ଧୀଙ୍କୁ କରାଯାଇଥିବା ବୀଭତ୍ସ ହତ୍ୟାର ଦୃଶ୍ୟ ଉପସ୍ଥାପନ କରାଯାଇଛି। ତେବେ ପ୍ରାୟ 5 କିଲୋମିଟର ପର୍ଯ୍ୟନ୍ତ ପରେଡ କରାଯାଇ ଶୋଭାଯାତ୍ରାରେ ଏହାକୁ ନିଆଯାଇଛି। ତେବେ ସେହି ପୁତ୍ତଳିକାକୁ ଏକ ଧଳା ଶାଢୀରେ ଆଚ୍ଛାଦିତ କରାଯାଇଥିବାବେଳେ ହାତ ଉପରକୁ କରି ଛିଡା ହୋଇଥିବା ଦେଖିବାକୁ ମିଳିଛି। ଏନେଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି କଂଗ୍ରେସ ନେତା ମିଲିନ୍ଦ ଦେୱଡା।

  • "..appalled by reports of an event in Canada that celebrated the assassination of late Indian Prime Minister Indira Gandhi. There is no place in Canada for hate or for the glorification of violence. I categorically condemn these activities," tweets Cameron MacKay, High… pic.twitter.com/cuVqxLjveS

    — ANI (@ANI) June 8, 2023 " class="align-text-top noRightClick twitterSection" data=" ">

ଏହି ଭିଡିଓ ସେୟାର କରି ମିଲିନ୍ଦ ଲେଖିଛନ୍ତି, "ଜଣେ ଭାରତୀୟ ହିସାବରେ ମୁଁ କାନାଡାର ବ୍ରେମ୍ପଟେନ ସହରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରାଗାନ୍ଧୀଙ୍କୁ ଏଭଳି ଅସମ୍ମାନିତ କରାଯିବା ଘଟଣାକୁ ନିନ୍ଦା କରୁଛି। ତାଙ୍କ ପୁତ୍ତଳିକା ରଖାଯାଇ ଯେଉଁଭଳି ଭାବେ 5 କିଲୋମିଟର ପରେଡ କରି ନିଆଯାଇଛି ତାହା ଖୁବ ନିନ୍ଦନୀୟ। ସମସ୍ତ ଭାରତୀୟଙ୍କୁ ଏକଜୁଟ ହୋଇ ଏହାର ଜବାବ ଦେବାକୁ ପଡିବ ।" ସେପଟେ ମିଲିନ୍ଦଙ୍କ ଟ୍ବିଟକୁ ଟ୍ୟାଗ କରି ଘଟଣାକୁ ନିନ୍ଦା କରିବା ସହ ଏହା ବିରୋଧରେ ଦୃଢ ପଦକ୍ଷେପ ନିଆଯିବା ପାଇଁ ବୈଦେଶିକ ମନ୍ତ୍ରୀ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ ।

  • #WATCH | EAM Dr S Jaishankar speaks on reports of late PM Indira Gandhi's assassination celebration in Canada; says, "...I think there is a bigger issue involved...Frankly, we are at a loss to understand other than the requirements of vote bank politics why anybody would do… pic.twitter.com/VsNP82T1Fb

ଅପରପକ୍ଷେ, ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। କାନାଡାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ତିରୋଧାନର ଉତ୍ସବ ପାଳନ କରିବା ଦୁଇ ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ଜୟଶଙ୍କର। ହିଂସା ସୃଷ୍ଟି କରୁଥିବା ଆତଙ୍କବାଦୀ ତଥା ଉଗ୍ରବାଦୀଙ୍କୁ କାନାଡା ଆଶ୍ରୟ ଦେବା ଉଚିତ୍ ନୁହେଁ। ଯାହା ଦ୍ବାରା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ପ୍ରଭାବ ପଡିବାର ଆଶଙ୍କା କରାଯାଉଥିବା କହିଛନ୍ତି ଏସ ଜୟଶଙ୍କର। ଏଭଳି ହିଂସାକାଣ୍ଡ ସାମାନ୍ୟ କଥା ନୁହେଁ, ଏହା ପଛର ଏକ ବଡଧରଣ ଷଡଯନ୍ତ୍ର ଥିବା ସନ୍ଦେହ କରାଯାଉଛି।

  • As an Indian, I'm appalled by the 5km-long #parade which took place in the city of Brampton, Canada, depicting the assassination of #IndiraGandhi.

    It's not about taking sides, it's about respect for a nation's history & the pain caused by its Prime Minister’s assassination.… pic.twitter.com/zLRbTYhRAE

    — Milind Deora | मिलिंद देवरा ☮️ (@milinddeora) June 7, 2023 " class="align-text-top noRightClick twitterSection" data=" ">

ସେପଟେ ଘଟଣାକୁ ନେଇ କାନାଡା ଉଚ୍ଚାୟୁକ୍ତ କେମରୁନ ମେକେଙ୍କ ବୟାନ ସାମନାକୁ ଆସିଛି । ନିଜ ଦେଶରେ ଏଭଳି ନିନ୍ଦନୀୟ ଘଟଣାକୁ ଆଦୌ ପ୍ରଶ୍ରୟ ଦେବେ ନାହିଁ ବୋଲି ସେ କହିଛନ୍ତି । ତେବେ କାନାଡାରେ ହିଂସାତ୍ମକ କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ ବୋଲି କହିବା ସହ ଖାଲିସ୍ତାନୀଙ୍କ ଏଭଳି ଗତିବିଧିକୁ ନିନ୍ଦା କରିଛନ୍ତି କେମରୁନ ମେକେ।

ତେବେ ଅନ୍ୟ ଦେଶରେ ଭାରତୀୟଙ୍କୁ ଅପମାନ କରିବା ପାଇଁ ଖାଲିସ୍ତାନୀଙ୍କ ଏହି ପ୍ରୟାସ କିଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସରେ ଲାଗିଥିବା ତ୍ରିରଙ୍ଗାକୁ କାଢି ଫୋପାଡି ଥିଲେ ଖାଲିସ୍ତାନୀ ସମର୍ଥକ। ଯାହାକୁ ନେଇ ବିବାଦ ଉପୁଜିଥିଲା। ଆଉ ଏହି ଘଟଣାରେ ଖାଲିସ୍ତାନୀ ଲିଡର କୁହାଯାଉଥିବା ଅମୃତ ପାଲ ସିଂ ମଧ୍ୟ ଜଡିତ ଥିବା ଜଣାପଡିଥିଲା। ଏହା ସହ ଖାଲିସ୍ତାନୀମାନେ ଗତ କିଛି ଦିନ ଧରି ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରୁଥିବା ଭଳି ଘଟଣା ମଧ୍ୟ ସାମନାକୁ ଆସୁଛି। ହେଲେ ଭାରତୀଙ୍କୁ ଏଭଳି ଅସମ୍ମାନ ଘଟଣାରେ ଜଷ୍ଟିନ ଟ୍ରୁଡୁ ସରକାରଙ୍କ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠିଛି।

Last Updated : Jun 8, 2023, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.